ସଞ୍ଜୁ ସାମସନଙ୍କୁ ଗୌତମ ଗମ୍ଭୀରଙ୍କ ଅଭିନନ୍ଦନ
ସମୟ ଲାଇଭ,୨୪/୧୦: ଦକ୍ଷିଣ ଆଫ୍ରକା ସିରିଜ ବିଜୟ ପରେ ଆସନ୍ତା ନଭେମ୍ବରରୁ ଟିମ ଇଣ୍ଡିଆ ଖେଳିବାକୁ ଯାଉଛି ପଡୋଶୀ ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜ। ଆଉ ଏଥିପାଇଁ ଗତକାଲି ୧୫ ଜଣିଆ ଭାରତୀୟ ଦଳ ମଧ୍ୟ ଘୋଷୋଣା ହୋଇସାରିଛି। ଯେଉଁଥିରେ ଯୁବ ଖେଳାଳି ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିଛି। ସଞ୍ଜୁଙ୍କୁ ଟିମରେ ସାମିଲ କରିଥିବା ଯୋଗୁଁ ପୂର୍ବତନ ଭାରତୀୟ ଖୋଳାଳୀ ଗୌତମ ଗମ୍ଭୀର ଏଥିପାଇଁ ବିସିସିଆଇକୁ କୃତଜ୍ଞତା ଜ୍ଞାପନ କରିବା ସହ ସଞ୍ଜୁଙ୍କ ପିଠି ଥାପୁଡେଇଛନ୍ତି। ଜାତୀୟ […]
ସମୟ ଲାଇଭ,୨୪/୧୦: ଦକ୍ଷିଣ ଆଫ୍ରକା ସିରିଜ ବିଜୟ ପରେ ଆସନ୍ତା ନଭେମ୍ବରରୁ ଟିମ ଇଣ୍ଡିଆ ଖେଳିବାକୁ ଯାଉଛି ପଡୋଶୀ ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜ। ଆଉ ଏଥିପାଇଁ ଗତକାଲି ୧୫ ଜଣିଆ ଭାରତୀୟ ଦଳ ମଧ୍ୟ ଘୋଷୋଣା ହୋଇସାରିଛି। ଯେଉଁଥିରେ ଯୁବ ଖେଳାଳି ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିଛି। ସଞ୍ଜୁଙ୍କୁ ଟିମରେ ସାମିଲ କରିଥିବା ଯୋଗୁଁ ପୂର୍ବତନ ଭାରତୀୟ ଖୋଳାଳୀ ଗୌତମ ଗମ୍ଭୀର ଏଥିପାଇଁ ବିସିସିଆଇକୁ କୃତଜ୍ଞତା ଜ୍ଞାପନ କରିବା ସହ ସଞ୍ଜୁଙ୍କ ପିଠି ଥାପୁଡେଇଛନ୍ତି। ଜାତୀୟ ଦଳରେ ସଞ୍ଜୁଙ୍କୁ ସ୍ଥାନ ଦେବା ଲାଗି ଅନେକ ଦିନ ହେଲା ଗମ୍ଭୀର କହିଆସୁଥିଲେ ଆଉ ଆଜି ତାଙ୍କୁ ସୁଯୋଗ ମିଳିଥିବାରୁ ଗମ୍ଭୀର ବେଶ୍ କୃତଜ୍ଞତା ଜ୍ଞାପନ କରିଛନ୍ତି ବିସିସିଆଇ ପାଖରେ। ଆଇପିଏଲରେ ଅନେକ ଦିନ ଧରି ଖେଳୁଥିବା ସଞ୍ଜୁଙ୍କ ଭଲ ଅଭିଜ୍ଞତା ରହିଛି ବୋଲି କହିଛନ୍ତି ଗମ୍ଭୀର। ବାଂଲାଦେଶ ବିପକ୍ଷେ ଟି-୨୦ ସିରିଜ ପାଇଁ ଏଥର ରୋହିତଙ୍କ କାନ୍ଧରେ ଅଧିନାୟକର ଭାର ଦିଆଯାଇଛି।

Tags:




