ନାଡ଼ାଲଙ୍କୁ ୧୪ତମ ଫ୍ରେଞ୍ଚ ଓପନ ଟାଇଟଲ
ପ୍ୟାରିସ୍: ସ୍ପେନ୍ର ପେସାଦାର ପୁରୁଷ ଟେନିସ୍ ଖେଳାଳି ରାଫେଲ ନାଡ଼ାଲ ଇତିହାସ ରଚିଛନ୍ତି । ରବିବାର ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ନାଡ଼ାଲ ନରେୱର କାସପର ରୁଡଙ୍କୁ ଧରାଶାୟୀ କରି କ୍ୟାରିୟରର ୧୪ତମ ରୋଲାଣ୍ଡ ଗାରୋସ ଟାଇଟଲ ଜିତିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଏହା ସହ ସେ ମୋଟ୍ ୨୨ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାର ରେକର୍ଡ କରିଛନ୍ତି । ରବିବାର ପୁରୁଷ ସିଙ୍ଗଲ୍ସ ଫାଇନାଲ ପାଇଁ ନାଡ଼ାଲ ଓ ରୁଡ […]
ପ୍ୟାରିସ୍: ସ୍ପେନ୍ର ପେସାଦାର ପୁରୁଷ ଟେନିସ୍ ଖେଳାଳି ରାଫେଲ ନାଡ଼ାଲ ଇତିହାସ ରଚିଛନ୍ତି । ରବିବାର ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ନାଡ଼ାଲ ନରେୱର କାସପର ରୁଡଙ୍କୁ ଧରାଶାୟୀ କରି କ୍ୟାରିୟରର ୧୪ତମ ରୋଲାଣ୍ଡ ଗାରୋସ ଟାଇଟଲ ଜିତିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଏହା ସହ ସେ ମୋଟ୍ ୨୨ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାର ରେକର୍ଡ କରିଛନ୍ତି । ରବିବାର ପୁରୁଷ ସିଙ୍ଗଲ୍ସ ଫାଇନାଲ ପାଇଁ ନାଡ଼ାଲ ଓ ରୁଡ ଲଢ଼ିଥିଲେ । ୩ ସେଟ୍ ବିଶିଷ୍ଟ ମୁକାବିଲାରେ ନାଡ଼ାଲ ପ୍ରତିପକ୍ଷ ରୁଡଙ୍କୁ ପ୍ରତ୍ୟାବର୍ତ୍ତନର ସାମାନ୍ୟତମ ସୁଯୋଗ ଦେଇନଥିଲେ । ନାଡ଼ାଲ ୬-୩, ୬-୩, ୬-୦ ସିଧାସଳଖ ସେଟ୍ରେ କାଶପର ରୁଡଙ୍କୁ ଧରାଶାୟୀ କରି ୨୦୨୨ ଫ୍ରେଞ୍ଚ ଓପନ ପକେଟସ୍ଥ କରିଛନ୍ତି ।
ମାର୍ସଲୋ-ଜୁଲିଏନ୍ଙ୍କୁ ଟାଇଟଲ

ଫ୍ରେଞ୍ଚ ଓପନ ପୁରୁଷ ଡବଲ୍ସରେ ସ୍ଲାଭାଡୋର୍ସର ମାର୍ସେଲୋ ଆରେଭାଲୋ ଓ ଜିନ୍ ଜୁଲିଏନ୍ ରୋଜରଙ୍କ ଯୋଡି ପୁରୁଷ ଡବଲ୍ସ ଟାଇଟଲ ହାତେଇଛନ୍ତି । ଆରେଭାଲୋ ଓ ରୋଜର ୬-୭, ୭-୬, ୬-୩ ସେଟ୍ରେ କ୍ରୋଏସିଆର ଇଭାନ ଡୋଡିଗୋ ଓ ଆମେରିକାର ଅଷ୍ଟିନ୍ କ୍ରାଜି ସେକ୍ଙ୍କୁ ହରାଇଥିଲେ । ଗତବର୍ଷ ୟୁଏସ୍ ଓପନରେ କେନ୍ଦ୍ରୀୟ ଆମେରିକାର ପ୍ରଥମ ଖେଳାଳି ଭାବେ ମାର୍ସେଲୋ ଆରିଭାଲୋ ଅଂଶଗ୍ରହଣ କରିଥିଲେ ।




