୪ ବଡ ଦଳ ଯୋଗ୍ୟତା ହାସଲରେ ବିଫଳ
ଫିଫା ବିଶ୍ୱକପକୁ ନେଇ ସାରାବିଶ୍ୱରେ ଉତ୍କଣ୍ଠା ଲାଗି ରହିଛି । ବିଶ୍ୱର ସର୍ବାଧିକ ଲୋକପ୍ରିୟ ଖେଳ ଫୁଟବଲର ବିଶ୍ୱ ମହାକୁମ୍ଭ ସମୟ ଆସିଲେଚହଳ ପଡିଯାଏ । ନିଜ ନିଜ ପସନ୍ଦର ଦଳ ତଥା ଖେଳାଳିକୁ ସମର୍ଥନ ଦେବା ପାଇଁ ଯେମିତି ବିଶ୍ୱ ଏକତ୍ରୀତ ହେବା ଭଳି ଲାଗେ । ଖେଳାଳିଙ୍କ ହଟଚମଟ ସହ ଟ୍ରଫି ହାତେଇବା ପର୍ଯ୍ୟନ୍ତ ଅଂଶଗ୍ରହଣକାରୀ ଦଳ ଗୁଡିକ ପ୍ରଦର୍ଶନ ଉପରେ ବିଶ୍ୱବାସୀଙ୍କ ତୀå ନଜର ରହିଥାଏ । ଏଥର ଦଳ ସଂଖ୍ୟା ବଢ଼ିଛି । କିନ୍ତୁ ଏଭଳି କିଛି ଦଳ ଅଛନ୍ତି ଯେଉଁମାନେ ବିଶ୍ୱକପ ଯୋଗ୍ୟତା ଅର୍ଜନ କରିପାରିନାହାନ୍ତି । ନାଇଜେରିଆ, ଡେନମାର୍କ, ପୋଲାଣ୍ଡ ଓୟୁକ୍ରେନ ଏଥର ବିଶ୍ୱକପ ଖେଳିବେ ନାହିଁ । ୪ଥର ବିଶ୍ୱ ଚାମ୍ପିଅନ ଇଟାଲୀ ୧୯୩୪ରେ ପ୍ରଥମଥର ଟାଇଟଲ ହାସଲ କରିଥିଲା । ଏହାପରେ ୧୯୩୮, ୧୯୮୨ ଓ ୨୦୦୬ ଚାମ୍ପିଅନ ହୋଇଥିଲା । ବିଶ୍ୱର ନଂ.୨୬ ମାନ୍ୟତା ପ୍ରାପ୍ତ ନାଇଜେରିଆ କ୍ରମାଗତ ଦ୍ୱିତୀୟଥର ପାଇଁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛି । ଅନ୍ୟ ଦଳ ମଧ୍ୟରେୟୁକ୍ରେନ ମଧ୍ୟ ଯୋଗ୍ୟତା ହାସଲ କରିପାରିନାହିଁ । ୨୦୦୬ ପରଠାରୁ ଏହି ଦେଶ ବିଶ୍ୱକପ ଯୋଗ୍ୟତା ହାସଲ କରିନି । ପୋଲାଣ୍ଡ ପ୍ରଶଂସକଙ୍କୁ ଏଥର ନିରାଶ ହେବାକୁପଡିବ । ଗତ ବିଶ୍ୱକପରେ ରାଉଣ୍ଡ ୧୬ରେ ପ୍ରବେଶ କରିଥିବା ପୋଲାଣ୍ଡୟୁଇଏଫଏ କ୍ୱାଲିଫାଇ ଫାଇନାଲରେ ସ୍ୱିଡେନ ନିକଟରୁ ୩-୨ ଗୋଲରେ ହାରିବା ସହ ଯୋଗ୍ୟତା ହାସଲ କରିପାରିନାହିଁ ।




