ଫିଫା ବିଶ୍ୱକପର ନିୟମ କଡାକଡି

ଫିଫା ବିଶ୍ୱକପ ପୂର୍ବରୁ କାତାର ସରକାର ଏକ ନିୟମାବଳୀ ଜାରି କରିଛନ୍ତି । ଏହା ସେସିଆଲ ମିଡିଆରେ ବିଜୁଳି ବେଗରେ ବ୍ୟାପିବାରେ ଲିଗିଛି । ବିଶ୍ୱକପ ଦେଖିବାପାଇଁ କାତାର ଆସିବାକୁ ଥିବା ଦର୍ଶକଙ୍କ ପାଇଁ ଏହା ସତର୍କଘଣ୍ଟି ଭଳି । କାତାର ସରକାରଙ୍କ ଆଇନକୁ ସାମାଜିକ ଗଣମାଧ୍ୟରେ ତୀବ୍ର ବିରୋଧ କରାଯାଇଛି। ଆୟେଜକଙ୍କ ପକ୍ଷରୁ ଜାରି ହୋଇଥିବା ପୋଷ୍ଟର ଉଭୟ ଆରବିକ୍‌ ଓ ଇଂରାଜୀ ଭାଷାରେ ଲେଖାଯାଇଛି । କାତାର ଅପଣମାନଙ୍କୁ ସ୍ୱାଗତ କରୁଛି। କାତାର ଧର୍ମୀୟ […]

Samaya Live Picture
Published On

ଫିଫା ବିଶ୍ୱକପ ପୂର୍ବରୁ କାତାର ସରକାର ଏକ ନିୟମାବଳୀ ଜାରି କରିଛନ୍ତି । ଏହା ସେସିଆଲ ମିଡିଆରେ ବିଜୁଳି ବେଗରେ ବ୍ୟାପିବାରେ ଲିଗିଛି । ବିଶ୍ୱକପ ଦେଖିବାପାଇଁ କାତାର ଆସିବାକୁ ଥିବା ଦର୍ଶକଙ୍କ ପାଇଁ ଏହା ସତର୍କଘଣ୍ଟି ଭଳି । କାତାର ସରକାରଙ୍କ ଆଇନକୁ ସାମାଜିକ ଗଣମାଧ୍ୟରେ ତୀବ୍ର ବିରୋଧ କରାଯାଇଛି। ଆୟେଜକଙ୍କ ପକ୍ଷରୁ ଜାରି ହୋଇଥିବା ପୋଷ୍ଟର ଉଭୟ ଆରବିକ୍‌ ଓ ଇଂରାଜୀ ଭାଷାରେ ଲେଖାଯାଇଛି । କାତାର ଅପଣମାନଙ୍କୁ ସ୍ୱାଗତ କରୁଛି। କାତାର ଧର୍ମୀୟ ଭାବନା, ପରମ୍ପରା ଓ ସଂସ୍କୃତିକୁ ଅକ୍ଷୁଣ୍ଣ ରଖିବା ପାଇଁ କିଛି ନିୟମାବଳୀ ଲାଗୁ ହୋଇଛି। ଆଗନ୍ତୁକ କାତାରରେ ରହଣି ସମୟରେ ମଦ୍ୟପାନ, ସମଲିଙ୍ଗୀ ସମ୍ପର୍କ, ଧର୍ମୀୟଭାବନାକୁ କ୍ଷୁନ୍ନ କରିବା, ଉଚ୍ଚ ଶବ୍ଦରେ ଗୀତ ବଜାଇବା, ଡେଟିଙ୍ଗ, ସ୍ଥାନୀୟ ଲୋକଙ୍କ ବିନା ଅନୁମତିରେ ଫଠୋ ଉଠାଇବା ଆସି ବର୍ଜୀତ । ଏସବୁ ଦଣ୍ଡନୀୟ ଅପରାଧ ବୋଲି କାତାର ସରକାର ସ୍ପଷ୍ଟ କରିଛନ୍ତି।

Fifa World Cup 2022: Fans will be jailed if they don’t follow THESE strict rules issued by Qatar govt

୨୦୧୪ରେ ତୃରମୂଳ ସ୍ତରରୁ ସୁଧାର ନିୟମ କାନୁନ୍‌ରେ ପରିବର୍ତ୍ତନ ଆଣିବା ନିମନ୍ତେ କିଛି ମହିଳା ଆନ୍ଦୋଳନ ପନ୍ଥା ଅପଣାଇଥିଲେ। ଆଧୁନୀକ ପୋଷାକ ପିନ୍ଧିବା, ପର୍ଯ୍ୟଟକଙ୍କୁ ଘରେ ଆଶ୍ରା ଦେବା ଆଦି ଦିଗ ଉପରେ ଜୋର ଦିଆଯାଇଥିଲା। ଏହାକୁ କଠୋର ଭାବେ ଦମନ କରିଥିଲେ କାତାର ସରକାର । ଗଲ® ରାଷ୍ଟ୍ର ଭାବେ ପରିଚିତ ବାହାରିନ୍‌, କେ୍ୱତ୍‌, ଓମାନ, କାତାର, ସାଉଦୀ ଆରବିଆ ଏବଂ ୟୁଏଇରେ ସମଲିଙ୍ଗୀ ସମ୍ପର୍କ ଓ ସେକ୍ସକୁ ଗୁରୁତର ଅପରାଧ ଭାବେ ବିବେଚନା କରାଯାଏ। ଏପରିକି ଦୋଶିକୁ ମୃତୁ୍ୟଦଣ୍ଡ ମିଳିବା ଏକପ୍ରକାର ନିଶ୍ଚିତ ବୋଲି ବହୁ ଘଟଣାର ନଜିର ରହିଛି ।

Fifa World Cup 2022: Fans will be jailed if they don’t follow THESE strict rules issued by Qatar govt

ପୋଷାକ: ସାଧାରଣତଃ ଲୋକେ ନିଜ ପିସନ୍ଦର ପୋଷାକ ପରିଧାନ କରିଥାନ୍ତି । ତେବେ କାତାରକୁ ବିଶ୍ୱକପ ସମୟରେ ଆସୁଥିବା ଆଗନ୍ତୁକ ଭ୍ରମଣ ସମୟରେ କାନ୍ଧରୁ ଆଣ୍ଠୁ ଯାଏ ଘୋଡାଇ ରଖିବାକୁ ନିୟମ ହୋଇଛି। ସନ୍ତରଣ ପାଇଁ ହୋଟେଲ, ସମୁଦ୍ର ତଟ, ପୁଲକୁ ଯିବା ପାଇଁ ଅନୁମତି ପାଇବେ। ତେବେ ମ୍ୟାଚ ସମୟରେ ଦର୍ଶକ ଷ୍ଟାଡିୟମରେ ନିଜର ଟି-ସାର୍ଟ ଓହ୍ଲାଇ ଖୁସି ମନାଇ ପାରିବେ ନାହିଁ । ନଚେତ ମୋଟା ଅଙ୍କର ଜରିମାନା ସହ କଠୋର ଦଣ୍ଡର ବ୍ୟବସ୍ଥା ରହିଛି ।