୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍: ଆଜି ଆମେରିକା-ନାଇଜେରିଆ, ଜର୍ମାନୀ-ବ୍ରାଜିଲ କ୍ୱାର୍ଟରଫାଇନାଲ
ମୁମ୍ବାଇ : ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ର କ୍ୱାର୍ଟରଫାଇନାଲ ମୁକାବିଲା ଶୁକ୍ରବାରଠୁ ଆରମ୍ଭ ହେବାକୁଯାଉଛି । ନଭି ମୁମ୍ବାଇର ଡି ୱାଇ ପାଟିଲ ଷ୍ଟାଡିୟମ୍ରେ ପ୍ରଥମ କ୍ୱାର୍ଟରଫାଇନାଲ ମ୍ୟାଚ ଆମେରିକା ଓ ନାଇଜେରିଆ ମଧ୍ୟରେ ଖେଳାଯିବ । ସେହିଭଳି ଦ୍ୱିତୀୟ କ୍ୱାର୍ଟରଫାଇନାଲରେ ଜର୍ମାନୀ ଓ ବ୍ରାଜିଲ ପରସ୍ପରକୁ ଭେଟିବେ । ନାଇଜେରିଆ ଓ ଆମେରିକା ଦଳ କଳିଙ୍ଗ ଷ୍ଟାଡିୟମ୍ରେ ଚିତାକର୍ଷକ ପ୍ରଦର୍ଶନ ଦେଖାଇଥିଲେ । ବିଶେଷ କରି ଗତ ୧୭ ତାରିଖରେ ନାଇଜେରିଆ ଏକ […]
ମୁମ୍ବାଇ : ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ର କ୍ୱାର୍ଟରଫାଇନାଲ ମୁକାବିଲା ଶୁକ୍ରବାରଠୁ ଆରମ୍ଭ ହେବାକୁଯାଉଛି । ନଭି ମୁମ୍ବାଇର ଡି ୱାଇ ପାଟିଲ ଷ୍ଟାଡିୟମ୍ରେ ପ୍ରଥମ କ୍ୱାର୍ଟରଫାଇନାଲ ମ୍ୟାଚ ଆମେରିକା ଓ ନାଇଜେରିଆ ମଧ୍ୟରେ ଖେଳାଯିବ । ସେହିଭଳି ଦ୍ୱିତୀୟ କ୍ୱାର୍ଟରଫାଇନାଲରେ ଜର୍ମାନୀ ଓ ବ୍ରାଜିଲ ପରସ୍ପରକୁ ଭେଟିବେ । ନାଇଜେରିଆ ଓ ଆମେରିକା ଦଳ କଳିଙ୍ଗ ଷ୍ଟାଡିୟମ୍ରେ ଚିତାକର୍ଷକ ପ୍ରଦର୍ଶନ ଦେଖାଇଥିଲେ । ବିଶେଷ କରି ଗତ ୧୭ ତାରିଖରେ ନାଇଜେରିଆ ଏକ ପ୍ରତିଦ୍ୱନ୍ଦିତା ପୂର୍ଣ୍ଣ ମୁକାବିଲାରେ ଚିଲିକୁ ୨-୧ ଗୋଲରେ ପରାସ୍ତ କରି ନକ୍ଆଉଟ୍ରେ ପ୍ରବେଶ କରିଥିଲା । ଏହି କର ବା ମର ମ୍ୟାଚଟି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିଲା ।

ନାଇଜେରିଆ ଖେଳାଳିଙ୍କ ଉଚ୍ଚକୋଟୀର ପ୍ରଦର୍ଶନ କ୍ୱାର୍ଟରଫାଇନାଲ ମୁକାବିଲାରେ ଆମେରିକା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ । ବିଶ୍ୱକପ୍ର ଗ୍ରୁପ୍ ଏ’ରେ ସ୍ଥାନ ପାଇଥିବା ଆମେରିକା କଳିଙ୍ଗରେ ଦୁଇଟି ମ୍ୟାଚ ଖେଳିଥିଲା । ପ୍ରଥମ ମ୍ୟାଚରେ ଆୟୋଜକ ଭାରତକୁ ୮-୦ ଗୋଲ୍ରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ବ୍ରାଜିଲ ସହ ୧-୧ ଗୋଲ୍ରେ ଡ୍ର’ ରଖିଥିଲା । ତେବେ ତୃତୀୟ ତଥା ଶେଷ ମ୍ୟାଚରେ ଗୋଆରେ ମରକୋକୁ ଭେଟିଥିଲା ଆମେରିକା । ଏହି ନିର୍ଣ୍ଣାୟକ ମ୍ୟାଚରେ ଆମେରିକା ୪-୦ ଗୋଲ୍ରେ ମରକୋକକୁ ଧରାଶାୟୀ କରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିଲା । ବିଶ୍ୱ ର୍ୟାଙ୍କିଙ୍ଗର ନଂ.୧ ଦଳ ଭାବେ ଆମେରିକାର ପ୍ରାଧାନ୍ୟ ଅଧିକ ରହିବ । ତଥାପି ନାଇଜେରିଆ ଡାର୍କହର୍ଷ ଭାବେ ବଡ଼ ଧରଣର ବିପର୍ଯ୍ୟୟ ଘଟାଇବାକୁ ସକ୍ଷମ । ତେଣୁ ଡି ୱାଇ ପାଟିଲ ଷ୍ଟାଡିୟମ୍ରେ ଅପରାହ@ ୪.୩୦ ମିନିଟ୍ରେ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

ଦ୍ୱିତୀୟ ସେମିଫାଇନାଲରେ ଦୁଇ ଶକ୍ତିଶାଳୀ ବ୍ରାଜିଲ ଓ ଜର୍ମାନୀ ପରସ୍ପରକୁ ଭେଟିବେ । ପୁଲ ଏ’ର ଦ୍ୱିତୀୟ ଦଳ ବ୍ରାଜିଲ ଏବଂ ପୁଲ ବି’ର ଶୀର୍ଷ ଦଳ ଜର୍ମାନୀ ଏଥର ଟାଇଟଲ ଦାବିଦାର ତାଲିକାରେ ଅଛନ୍ତି । ଗ୍ରୁପ୍ ପର୍ଯ୍ୟାୟର ପ୍ରଦର୍ଶନ ଉପରେ ନଜର ପକାଇଲେ ବ୍ରାଜିଲ ୩ଟି ମ୍ୟାଚରୁ ଦୁଇଟି ଜିତିଛି ଓ ଗୋଟିଏ ଡ୍ର’ ରଖିଛି । ଏଦୃଷ୍ଟିରୁ ବ୍ରାଜିଲ ଆଦୌ ମ୍ୟାଚ ହାରିନାହିଁ । ଅପରପକ୍ଷରେ ଜର୍ମାନୀ ଗ୍ରୁପ୍ ବି’ ପର୍ଯ୍ୟାୟରେ ସମସ୍ତ ୩ଟି ଯାକ ମ୍ୟାଚ ଜିତି ଭଲ ଲୟରେ ରହିଛି । ବ୍ରାଜିଲ ଦଳ ପ୍ରଥମ ମ୍ୟାଚରେ ମରକକୋକୁ ୧-୦ ଗୋଲ୍ରେ ହରାଇଥିଲା । ଦ୍ୱିତୀୟ ମ୍ୟାଚରେ ବ୍ରାଜିଲ ୧-୧ ଗୋଲ୍ରେ ଆମେରିକା ସହ ଡ୍ର’ ରଖିଥିଲା । ଏବଂ ତୃତୀୟ ତଥା ଶେଷ ମ୍ୟାଚରେ ଭାରତକୁ ୫-୦ ଗୋଲ୍ରେ ହରାଇଥିଲା । ଅପରାପକ୍ଷରେ ଜର୍ମାନୀ ପ୍ରଥମ ମ୍ୟାଚରେ ନାଇଜେରିଆକୁ ୨-୧ ଗୋଲ୍ରେ, ଦ୍ୱିତୀୟ ମ୍ୟାଚରେ ଜର୍ମାନୀ ୬-୦ ଗୋଲ୍ରେ ଚିଲିକୁ ଏବଂ ତୃତୀୟ ମ୍ୟାଚରେ ନୁ୍ୟଜିଲାଣ୍ଡକୁ ୩-୧ ଗୋଲ୍ରେ ହରାଇ ସର୍ବଶ୍ରେଷ୍ଠ ଫର୍ମରେ ରହିଛି । ଏଦୃଷ୍ଟିରୁ ଦ୍ୱିତୀୟ କ୍ୱାର୍ଟରଫାଇନାଲ ମ୍ୟାଚଟି ପ୍ରତିଦ୍ୱନ୍ଦିତା ମୂଳକ ହେବ ବୋଲି ଆଶା କରାଯାଉଛି ।




