୧୭ ବର୍ଷରୁ କମ ମହିଳା ଫିଫା ବିଶ୍ୱକପ: ଆଜି ନାଇଜେରିଆ-କଲମ୍ବିଆ, ଜର୍ମାନୀ-ସ୍ପେନ୍ ସେମିଫାଇନାଲ
ମାର୍ଗାଓ: ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ ଚରମ ପର୍ଯ୍ୟାୟରେ ପହିଛି । ଆଉ ୩ଟି ମ୍ୟାଚ ପରେ ବିଶ୍ୱ ମହାକୁମ୍ଭରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି । ଏଥର ବିଶ୍ୱକପରେ ବହୁ ହଟଚମଟ୍ ଦେଖିବାକୁ ମିଳିଛି । ବିଶ୍ୱ ମାନ୍ୟତାର ଶୀର୍ଷ ଦଳ ଆମେରିକା ପ୍ରତିପକ୍ଷ ନାଇଜେରିଆ ଠାରୁ କ ୍ୱାର୍ଟର ଫାଇନାଲରେ ପରାଜିତ ହୋଇ ବିଶ୍ୱକପରୁ ବିଦାୟ ଦେଇ ସାରିଥିବା ବେଳେ ଶକ୍ତିଶାଳୀ ଜର୍ମାନୀ ଟାଇଟଲ ଆଡେ ଅଗ୍ରସର ହେଉଛି । ବୁଧବାର ଗୋଆର ମାର୍ଗାଓ […]
ମାର୍ଗାଓ: ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ ଚରମ ପର୍ଯ୍ୟାୟରେ ପହିଛି । ଆଉ ୩ଟି ମ୍ୟାଚ ପରେ ବିଶ୍ୱ ମହାକୁମ୍ଭରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି । ଏଥର ବିଶ୍ୱକପରେ ବହୁ ହଟଚମଟ୍ ଦେଖିବାକୁ ମିଳିଛି । ବିଶ୍ୱ ମାନ୍ୟତାର ଶୀର୍ଷ ଦଳ ଆମେରିକା ପ୍ରତିପକ୍ଷ ନାଇଜେରିଆ ଠାରୁ କ ୍ୱାର୍ଟର ଫାଇନାଲରେ ପରାଜିତ ହୋଇ ବିଶ୍ୱକପରୁ ବିଦାୟ ଦେଇ ସାରିଥିବା ବେଳେ ଶକ୍ତିଶାଳୀ ଜର୍ମାନୀ ଟାଇଟଲ ଆଡେ ଅଗ୍ରସର ହେଉଛି ।

ବୁଧବାର ଗୋଆର ମାର୍ଗାଓ ସ୍ଥିତ ଜବାହର ଲାଲ ନେହରୁ ଷ୍ଟାଡିୟମରେ ଦୁଇଟି ଯାକ ସେମିଫାଇନାଲ ମୁକାବିଲା ହେବ । ଅପରାହ୍ନ ୪.୩୦ ମିନିଟରେ ନାଇଜେରିଆ ଓ କଲମ୍ବିଆ ମଧ୍ୟରେ ପ୍ରଥମ ସେମିଫାଇନାଲ ଏବଂ ରାତି ୮ଟାରେ ଜର୍ମାନୀ ଓ ସ୍ପେନ୍ ମଧ୍ୟରେ ତୀବ୍ର ମୁକାବିଲା ହେବ । ଉଭୟ ସେମିଫାଇନାଲର ବିଜେତାଙ୍କ ମଧ୍ୟରେ ଆଗମୀ ୩୦ ତାରିଖରେ ମୁମ୍ବାଇରେ ମେଗା ଫାଇନାଲ ହେବ ।

ଚଳିତ ବିଶ୍ୱକପରେ ପ୍ରଦର୍ଶନ ଉପରେ ନଜର ପକାଇଲେ କଲମ୍ବିଆ ତୁଳନାରେ ନାଇଜେରିଆ ଅଧିକ ପ୍ରଭାବଶାଳୀ ପରିଲକ୍ଷିତ ହୋଇଛି । ଗ୍ରୁପ-ବିରେ ସ୍ଥାନ ହୋସଲ କରିଥିବା ନାଇଜେରିଆ ପ୍ରଥମ ମ୍ୟାଚରେ ଜର୍ମାନୀ ନିକଟରୁ ୨-୧ ଗୋଲରେ ହାରିଥିଲା । କି;ୁ ପରବ ର୍ୀ ଦୁଇଟି ମ୍ୟାଚରେ ନୁ୍ୟଜିଲାଣ୍ଡକୁ ୪-୦ଗୋଲ ଏବଂ କଳିଙ୍ଗରେ ଚିଲିକୁ ୨-୧ ଗୋଲରେ ପରାଜିତ କରି କ ୍ୱାର୍ଟର ଫାଇନାଲରେ ସ୍ଥାନ ପMା କରିଥିଲା । ତେଣୁ ଚଳିତ ବିଶ୍ୱକପରେ ନାଇଜେରିଆ ଡାର୍କ ହର୍ଷ ଭାବେ ଉଭା ହୋଇଛି । କ ୍ୱାର୍ଟର ଫାଇନାଲରେ ମଧ୍ୟ ଜମାଣିଆ ଖେଳିଥିଲା ନାଇଜେରିଆ । ଶକ୍ତିଶାଳୀ ଆମେରିକା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ମ୍ୟାଚ୍ ୧-୧ ଗୋଲରେ ଡ୍ର ରଖିବା ସହ ପେନାଲଫିରେ ୪-୩ ଗୋଲରେ ଆମେରିକାକୁ ଧରାଶାୟୀ କରିବାରେ ସକ୍ଷମ ହୋଇଥିଲା ନାଇଜେରିଆ ।

ପୁଣି ଗ୍ରୁପ-ବି ପର୍ଯ୍ୟାୟରେ ଶୀର୍ଷ ସ୍ଥାନ ହାସଲ କରିଥିବା ଜର୍ମାନୀ କ ୍ୱାର୍ଟର ମୁକାବିଲାରେ ଶକ୍ତିଶାଳୀ ବ୍ରାଜିଲକୁ ୨-୦ ଗୋଲରେ ହରାଇଥିଲା । ସେହିଭଳି କଲମ୍ବିଆ ୩-୦ ଗୋଲରେ ତାଞ୍ଜାନିଆକୁ ଏବଂ ସ୍ପେନ୍ ୨-୧ ଗୋଲରେ ଜାପାନକୁ ପରାଜିତ କରି ସେମିଫାଇନାଲରେ ପ୍ରବେଶ କରିଥିଲା । ବୁଧବାର ମାର୍ଗାଓ ସେମିଫାଇନାଲ ମୁକାବିଲା ରୋଚକ ହେବ ବୋଲି ଆଶା କାରାଯାଉଛି ।




