୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ : ଭାରତର ବିଶ୍ୱକପ ଅଭିଯାନ ଶେଷ, ନକଆଉଟ୍‌ରେ ବ୍ରାଜିଲ

ଭୁବନେଶ୍ୱର : ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ଗ୍ରୁପ ଏ’ରୁ ବ୍ରାଜିଲ ନକଆଉଟ୍‌ରେ ପ୍ରବେଶ କରିଛି । ସୋମବାର କଳିଙ୍ଗରେ ଭାରତ ତାର ଶେଷ ମ୍ୟାଚରେ ଶକ୍ତିଶାଳୀ ବ୍ରାଜିଲକୁ ଭେଟିଥିଲା । ଏହି ମ୍ୟାଚ୍‌ରେ ବ୍ରାଜିଲ ୫-୦ ଗୋଲରେ ଭାରତକୁ ପରାଜିତ କରି କ ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଫିଫା ବିଶ୍ୱକପ ଆୟୋଜକ ରାଷ୍ଟ୍ର ଭାରତ ଗ୍ରୁପ ପର୍ଯ୍ୟାୟରେ ସମସ୍ତ ୩ଟି ଯାକ ମ୍ୟାଚ୍‌ ହାରିବା ସହ ଗୋଲ ସ୍କୋର କରି ନପାରିବାର […]

Samaya Live Picture
Published On

ଭୁବନେଶ୍ୱର : ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ଗ୍ରୁପ ଏ’ରୁ ବ୍ରାଜିଲ ନକଆଉଟ୍‌ରେ ପ୍ରବେଶ କରିଛି । ସୋମବାର କଳିଙ୍ଗରେ ଭାରତ ତାର ଶେଷ ମ୍ୟାଚରେ ଶକ୍ତିଶାଳୀ ବ୍ରାଜିଲକୁ ଭେଟିଥିଲା । ଏହି ମ୍ୟାଚ୍‌ରେ ବ୍ରାଜିଲ ୫-୦ ଗୋଲରେ ଭାରତକୁ ପରାଜିତ କରି କ ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଫିଫା ବିଶ୍ୱକପ ଆୟୋଜକ ରାଷ୍ଟ୍ର ଭାରତ ଗ୍ରୁପ ପର୍ଯ୍ୟାୟରେ ସମସ୍ତ ୩ଟି ଯାକ ମ୍ୟାଚ୍‌ ହାରିବା ସହ ଗୋଲ ସ୍କୋର କରି ନପାରିବାର ଅବସୋସ ସହ ଅଭିଯାନ ଶେଷ କରିଛି । ଏଥିସହ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ କଳିଙ୍ଗ ଷ୍ଟାଡିୟମରୁ ବିଦାୟ ନେଇଛି ।

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ : ଭାରତର ବିଶ୍ୱକପ ଅଭିଯାନ ଶେଷ, ନକଆଉଟ୍‌ରେ ବ୍ରାଜିଲ

ପ୍ରଥମାର୍ଦ୍ଧ: କ ୍ୱାର୍ଟରରେ ସ୍ଥାନ ପMା କରିବା ନିମନ୍ତେ ଏହି ମ୍ୟାଚ୍‌ ବ୍ରାଜିଲ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଭାରତ ମଧ୍ୟ ସମ୍ମାନର ସହ ବିଶ୍ୱକପ ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିଥିଲା । ମ୍ୟାଚ୍‌ର ୧୧ତମ ମିନିଟରେ ବ୍ରାଜିଲ ଗୋଲ ସ୍କୋର କରି ନିତି ସ୍ପଷ୍ଟ କରିଥିଲା । ଗାବୀ ବେରଚୋନ ଏହି ଗୋଲ ସ୍କୋର କରିଥିଲେ । ୨୨ତମ ମିନିଟରେ ମ୍ୟାଚ୍‌ର ରୋଚକତା ବଢ଼ି ଯାଇଥିଲା । ଏକା ସାଙ୍ଗରେ ୩ଟି କର୍ଣ୍ଣର ବ୍ରାଜିଲକୁ ମିଳିଥିଲା । ହେଲେ ଗୋଟିଏ ଗୋଟିଏ ବି ଗୋଲ ହୋଇନଥିଲା । ପୁଣି ୩୦ତମ ମିନିଟରେ ଆଉ ଏକ କର୍ଣ୍ଣରକୁ ପ୍ରଭାବଶୂନ୍ୟ କରିଥିଲେ ଭାରତୀୟ ତାରକା । କି;ୁ ୪୦ତମ ମିନିଟରେ ଆଉ ଏକ ଗୋଲ ବ୍ରାଜିଲ ଖାତାକୁ ଯାଇଥିଲା । ଆଲିନ୍‌ ଏହି ଗୋଲ କରି ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ ।
୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ : ଭାରତର ବିଶ୍ୱକପ ଅଭିଯାନ ଶେଷ, ନକଆଉଟ୍‌ରେ ବ୍ରାଜିଲ

ଦ୍ୱିତୀୟାର୍ଦ୍ଧ: ଦ୍ୱିତୀୟାର୍ଦ୍ଧର ୪୫ ମିନିଟ ଖେଳ ମଧ୍ୟରେ ବ୍ରାଜିଲ ଆଉ ୩ଟି ଗୋଲ କରିବାକୁ ସକ୍ଷମ ହୋଇଥିଲା । ୫୧ତମ ମିନିଟରେ ଅଲିନ୍‌ ଦଳପକ୍ଷରୁ ତୃତୀୟ ତଥା ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ । ମ୍ୟାଚର ଶେଷ ଭାଗରେ ଅଧିକ ରୋମା ଭାରି ଯାଇଥିଲା । ୧୦ ମିନିଟ ମଧ୍ୟରେ ବ୍ରାଜିଲ ଆଉ ୨ଟି ଗୋଲ କରି ନକଆଉଟ୍‌ରେ ସ୍ଥାନ ପMା କରିଥିଲା । ୮୬ ଓ ୯୦୩ ମିନିଟରେ ଲାରା କ୍ରମାଗତ ଗୋଲ କରି ଦଳକୁ ଏକତରଫା ବିଜୟୀ କରିଥିଲେ । ୩ଟି ଗ୍ରୁପ ମ୍ୟାଚରେ ୧୬ଟି ଗୋଲ ହୋଇଥିବା ବେଳେ ଭାରତ ଆଦୌ ଗୋଲ ଦେବାକୁ ସକ୍ଷମ ହୋଇପାରି ନଥିଲା ।