ସୁନୀଲ ଛେତ୍ରୀଙ୍କୁ ଫିଫାର ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ବିଶ୍ୱ ଫୁଟବଲ ମହାସଂଘ (ଫିଫା) ପକ୍ଷରୁ ଭାରତର ତାରକା ଫୁଟବଲର ତଥା ଅଧିନାୟକ ସୁନୀଲ ଛେତ୍ରୀଙ୍କୁ କ୍ୟାରିୟରର ସର୍ବଶ୍ରେଷ୍ଠ ଗୋଲସ୍କୋର ପ୍ରଦର୍ଶନ ପାଇଁ ସମ୍ମାନୀତ କରାଯାଇଛି । ତାଙ୍କ ପ୍ରଦର୍ଶନକୁ ସ୍ୱୀକୃତି ଦେଇ ଫିଫା ଏକ ୩ ଏପିସୋଡର ଭିଡ଼ିଓ କ୍ଲିବ ପ୍ରସ୍ତୁତ କରାଯାଇଛି । ଏହି ୩ ଏପିସୋଡ ସିରିଜ୍‌ରେ ସୁନୀଲ ଛେତ୍ରୀଙ୍କ ଜୀବନ ଓ ଫୁଟବଲ କ୍ୟାରିୟରକୁ ପ୍ରଦର୍ଶିତ କରାଯାଇଛି । ଏହି ଫାଫା ପ୍ଲସ୍‌ରେ ଉପଲବ୍ଧ ହେବ । ରୋନାଲେïା ଏବଂ […]

Samaya Live Picture
Published On

ନୂଆଦିଲ୍ଲୀ: ବିଶ୍ୱ ଫୁଟବଲ ମହାସଂଘ (ଫିଫା) ପକ୍ଷରୁ ଭାରତର ତାରକା ଫୁଟବଲର ତଥା ଅଧିନାୟକ ସୁନୀଲ ଛେତ୍ରୀଙ୍କୁ କ୍ୟାରିୟରର ସର୍ବଶ୍ରେଷ୍ଠ ଗୋଲସ୍କୋର ପ୍ରଦର୍ଶନ ପାଇଁ ସମ୍ମାନୀତ କରାଯାଇଛି । ତାଙ୍କ ପ୍ରଦର୍ଶନକୁ ସ୍ୱୀକୃତି ଦେଇ ଫିଫା ଏକ ୩ ଏପିସୋଡର ଭିଡ଼ିଓ କ୍ଲିବ ପ୍ରସ୍ତୁତ କରାଯାଇଛି । ଏହି ୩ ଏପିସୋଡ ସିରିଜ୍‌ରେ ସୁନୀଲ ଛେତ୍ରୀଙ୍କ ଜୀବନ ଓ ଫୁଟବଲ କ୍ୟାରିୟରକୁ ପ୍ରଦର୍ଶିତ କରାଯାଇଛି ।

ସୁନୀଲ ଛେତ୍ରୀଙ୍କୁ ଫିଫାର ସମ୍ବର୍ଦ୍ଧନା

ଏହି ଫାଫା ପ୍ଲସ୍‌ରେ ଉପଲବ୍ଧ ହେବ । ରୋନାଲେïା ଏବଂ ଲିଓନେଲ ମେସିଙ୍କ ପରେ ସୁନୀଲ ଛେତ୍ରୀ ତୃତୀୟ ଫୁଟବଲ ଖେଳାଳି ଭାବେ ସର୍ବାଧିକ ଗୋଲ୍‌ସ୍କୋର କରିଛନ୍ତି । ଫିଫା ପକ୍ଷରୁ ବିଶ୍ୱକପର ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ଦିଆଯାଇଛି । ଫିଫା ତାଲିକାରେ ୩୮ ବର୍ଷୀୟ ଛେତ୍ରୀ ନଂ.୩ ସ୍ଥାନରେ ରହିଛନ୍ତି । ଛେତ୍ରୀ ଏପର୍ଯ୍ୟନ୍ତ ୮୪ଟି ଅନ୍ତର୍ଜାତୀୟ ଗୋଲ୍‌ କରିଛନ୍ତି ।

ସୁନୀଲ ଛେତ୍ରୀଙ୍କୁ ଫିଫାର ସମ୍ବର୍ଦ୍ଧନା

କ୍ରିଷ୍ଟିଆନୋ ରୋନାଲେïା ୧୧୭ଟି, ଏବଂ ଲିଓନେଲ ମେସି ୯୦ଟି ଗୋଲ୍‌ ସ୍କୋର କରିଛନ୍ତି । ପ୍ରଥମ ଏପିସୋଡରେ ସୁନୀଲ ଛେତ୍ରୀଙ୍କ ଅନ୍ତର୍ଜାତୀୟ ପଦାର୍ପଣ ରହିଛି । ୨୦ ବର୍ଷ ବୟସରେ ଛେତ୍ରୀଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା । ଦ୍ୱିତୀୟ ଏପିସୋଡରେ ଜାତୀୟ ଟିମ୍‌ରେ ଛେତ୍ରୀଙ୍କ ଚମତ୍କାର ପ୍ରଦର୍ଶନ ଏବଂ ତୃତୀୟ ଏପିସୋଡରେ ପେସାଦାର ଓ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ୨୦୦୫ରେ ଛେତ୍ରୀ ଭାରତ ପାଇଁ ଡେବୁ୍ୟ କରିଥିଲେ । ଅଧୁନା ସେ ୧୩୧ଟି ମ୍ୟାଚ ଖେଳିସାରିଛନ୍ତି ।