ଏସିଆନ୍ ଟ୍ରାକ୍ ସାଇକ୍ଲିିଂ ଚାମ୍ପିଅନ୍ସିପ୍ ପଦକ ବିଜୟୀ ସ୍ୱସ୍ତି, ଦିନେଶଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର: ଗଲା ମାସ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ଏସିଆନ୍ ଟ୍ରାକ୍ ସାଇକ୍ଲିଂ ଚାମ୍ପିଅନ୍ସିପ୍ରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଓଡ଼ିଶାର ସ୍ୱସ୍ତି ସିଂ ଏବଂ ଦିନେଶ କୁମାରଙ୍କୁ ଆଜି କ୍ରୀଡାମନ୍ତ୍ରୀ ତୁଷାରକାନ୍ତୀ ବେହେରା ସମ୍ବର୍ଦ୍ଧିତ କରିଛନ୍ତି । ସୋମବାର ପୂର୍ବାହ୍ନରେ କଳିଙ୍ଗ ହକି ଷ୍ଟାଡିୟମ୍ ପରିସରରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ମନ୍ତ୍ରୀ ଶ୍ରୀ ବେହେରା ରାଜ୍ୟର ଏହି ଉଦୀୟମାନ ଖେଳାଳି ଦୁହଁଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରୋସିାହନ ରାଶି ଫଳକ ଓ ଉତ୍ତରୀୟ ଦେଇ […]
ଭୁବନେଶ୍ୱର: ଗଲା ମାସ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ଏସିଆନ୍ ଟ୍ରାକ୍ ସାଇକ୍ଲିଂ ଚାମ୍ପିଅନ୍ସିପ୍ରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଓଡ଼ିଶାର ସ୍ୱସ୍ତି ସିଂ ଏବଂ ଦିନେଶ କୁମାରଙ୍କୁ ଆଜି କ୍ରୀଡାମନ୍ତ୍ରୀ ତୁଷାରକାନ୍ତୀ ବେହେରା ସମ୍ବର୍ଦ୍ଧିତ କରିଛନ୍ତି ।

ସୋମବାର ପୂର୍ବାହ୍ନରେ କଳିଙ୍ଗ ହକି ଷ୍ଟାଡିୟମ୍ ପରିସରରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ମନ୍ତ୍ରୀ ଶ୍ରୀ ବେହେରା ରାଜ୍ୟର ଏହି ଉଦୀୟମାନ ଖେଳାଳି ଦୁହଁଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରୋସିାହନ ରାଶି ଫଳକ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆଗାମୀ ଦିନରେ ସେମାନେ ଅଧିକ ଭଲ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ଏହି ସଫଳତା ରାଜ୍ୟ ପାଇଁ ଗୌରବ ଆଣିବା ସହ ଆଗାମୀ ପୀଢ଼ୀଙ୍କୁ ସାଇକ୍ଲିଂ କ୍ରୀଡା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ଅନୁପ୍ରାଣିତ କରିବ । ଏହି ଅବସରରେ ବିଗତ କିଛି ବର୍ଷର ନିରନ୍ତର ସାହାର୍ଯ୍ୟ ଓ ସହଯୋଗ ପାଇଁ ସମ୍ବର୍ଦ୍ଧିତ ହୋଇଥିବା ଉଭୟ କ୍ରୀଡାବିତ୍ ରାଜ୍ୟ ସରକାରଙ୍କୁ କୃତଜ୍ଞତା କରିଥିଲେ ।
Felicitated the young international cyclists from Odisha, Swasti Singh & Dinesh Kumar at Kalinga Stadium for winning?for India in their respective Elite Team Pursuit event of the Asian Tracking Cycling Championship,New Delhi 2022. These dynamic talents are inspirations for many. pic.twitter.com/T2VX5vXEQj
— Tusharkanti Behera (@btushar02) July 4, 2022
ରାଜ୍ୟ ସରକାରଙ୍କ ଏହି ପ୍ରୋସିାହନ ଆମକୁ ଆଗାମୀ ଦିନରେ ଅଧିକ ପରିଶ୍ରମ କରି ଉତ୍କର୍ଷ ପ୍ରତିପାଦନ ପାଇଁ ଉସିାହିତ କରିବ ବୋଲି ଦୁହେଁ ମତବ୍ୟକ୍ତ କରିଥିଲେ । ଦିନେଶ କୁମାର ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଏତଦ୍ଭିନ୍ନ ରାଜ୍ୟ ସରକାର ଉଭୟ ଖେଳାଳିଙ୍କୁ ପ୍ରତ୍ୟେକ ୨ ଲକ୍ଷ ଟଙ୍କାର ଆର୍ଥିକ ପ୍ରୋସିାହନ ଦେଇଛନ୍ତି । ସମ୍ବର୍ଦ୍ଧନା ଉସିବରେ ଓଡ଼ିଶାର ପ୍ରଥମ ମହିଳା ସାଇକେଲ ଚାଳିକା ତଥା ଅର୍ଜୁନ ପୁରସ୍କାର ବିଜୟିନୀ ମିନତୀ ମହାପାତ୍ର, ବିଭାଗୀୟ ଯୁଗ୍ମ ଶାସନ ସଚିବ କୈଳାଶ ଚନ୍ଦ୍ର ଦାଶ, ରଞ୍ଜିତ ପରିଡା, ଓଏସ୍ଡି ସିଦ୍ଧାର୍ଥ ଶଙ୍କର ସାହୁଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।




