ଗିଲ୍ ଯୁଗର ଆରମ୍ଭ

୧୯୮୩ ବିଶ୍ୱକପ ବିଜେତା ଦଳର ଅଧିନାୟକ କପିଳ ଦେବ ହୁଅନ୍ତୁ ଅଥବା ୨୦୦୩ ବିଶ୍ୱକପରେ ଦଳକୁ ଉପବିଜେତା ବନାଇଥିବା ସୌରଭ ଗାଙ୍ଗୁଲୀ ତଥା ୨୦୦୭ ଟି-୨୦ ବିଶ୍ୱକପ, ୨୦୧୧ ଦିନିକିଆ ବିଶ୍ୱକପ ଏବଂ ୨୦୧୩ ଚାମ୍ପିଅନ୍ସ ଟ୍ରଫିରେ ଦଳକୁ ଚାମ୍ପିଅନ କରି ସଫଳ ଅଧିନାୟକ ପାଲଟିଥିବା ମହେନ୍ଦ୍ର ସିଂ ଧୋନୀ । ପୁଣି ବିରାଟ କୋହଲି ସହ ରୋହିତ ଶର୍ମା ଭାରତୀୟ କ୍ରିକେଟ ଦଳର ନେତୃତ୍ୱ ମଙ୍ଗ ଧରିଥିଲେ । ଭାରତୀୟ କ୍ରିକେଟରେ ରୋହିତଙ୍କ ନେତୃତ୍ୱ ଯୁଗର […]

ଗିଲ୍ ଯୁଗର ଆରମ୍ଭ
Samaya Live Picture
Published On

୧୯୮୩ ବିଶ୍ୱକପ ବିଜେତା ଦଳର ଅଧିନାୟକ କପିଳ ଦେବ ହୁଅନ୍ତୁ ଅଥବା ୨୦୦୩ ବିଶ୍ୱକପରେ ଦଳକୁ ଉପବିଜେତା ବନାଇଥିବା ସୌରଭ ଗାଙ୍ଗୁଲୀ ତଥା ୨୦୦୭ ଟି-୨୦ ବିଶ୍ୱକପ, ୨୦୧୧ ଦିନିକିଆ ବିଶ୍ୱକପ ଏବଂ ୨୦୧୩ ଚାମ୍ପିଅନ୍ସ ଟ୍ରଫିରେ ଦଳକୁ ଚାମ୍ପିଅନ କରି ସଫଳ ଅଧିନାୟକ ପାଲଟିଥିବା ମହେନ୍ଦ୍ର ସିଂ ଧୋନୀ । ପୁଣି ବିରାଟ କୋହଲି ସହ ରୋହିତ ଶର୍ମା ଭାରତୀୟ କ୍ରିକେଟ ଦଳର ନେତୃତ୍ୱ ମଙ୍ଗ ଧରିଥିଲେ । ଭାରତୀୟ କ୍ରିକେଟରେ ରୋହିତଙ୍କ ନେତୃତ୍ୱ ଯୁଗର ଆପାତତଃ ଅବସାନ ଘଟିଛି । ଦିନିକିଆ ଓ ଟେଷ୍ଟରେ ଗିଲ୍‌ଙ୍କୁ ଟିମ୍‌ ଇଣ୍ଡିଆର ନେତୃତ୍ୱଭାର ମିଳିଥିଲେ ମଧ୍ୟ ଏସିଆ କପ୍‌ ବିଜୟ ପରେ ସୂର୍ଯ୍ୟକୁମାର ଯାଦବ ଟି-୨୦ ଅଧିନାୟକ ପଦ ବଜାୟ ରଖିଛନ୍ତି୤ ଅନ୍ୟଏକ ସ୍ୱାଗତଯୋଗ୍ୟ ଘଟଣାକ୍ରମରେ ତାରକା କ୍ରିକେଟର୍‌ ବିରାଟ କୋହଲି ଭାରତୀୟ ଦିନିକିଆ ଦଳକୁ ଫେରିଛନ୍ତି । ଯାହା ତାଙ୍କ ପ୍ରଶଂସକଙ୍କୁ ଉଲ୍ଲସିତ କରିଛି । ରୋହିତ ଅଧିନାୟକ ପଦକ ହରାଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଏକଦିବସୀୟ ଶୃଙ୍ଖଳା ଲାଗି ଭାରତୀୟ ଦଳକୁ ଫେରିଛନ୍ତି । ଯାହା ତାଙ୍କ ସମର୍ଥକଙ୍କ ପାଇଁ ଖଟା-ମିଠା ଅନୁଭବ ହୋଇଛି । ତାଙ୍କ ନେତୃତ୍ୱରେ ଭାରତ ଗତ ମାର୍ଚ୍ଚରେ ଚାମ୍ପିଅନ୍ସ ଟ୍ରଫି ଏବଂ ଗତବର୍ଷ ଟିି-୨୦ ବିଶ୍ୱକପ୍‌ ଜିତିଥିଲା । ସେହିଭଳି ୨୦୨୩ ଦିନିକିଆ ବିଶ୍ୱକପରେ ଉପବିଜେତା ହୋଇଥିଲା ।
ଏହି କାରଣ ହେଲା

Tags: