ଆଇସିସି ଟି-୨୦ ବିଶ୍ୱକପ୍: ଇଂଲଣ୍ଡ ବିଶ୍ୱବିଜେତା
ମେଲବୋର୍ଣ୍ଣ : ଟି-୨୦ ବିଶ୍ୱ ମହାକୁମ୍ଭରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ରବିବାର ଅଷ୍ଟ୍ରେଲିଆର ଐତିହାସିକ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ପାକିସ୍ତାନକୁ ଧରାଶାୟୀ କରି ଇଂଲଣ୍ଡ ୫ ୱିକେଟ୍ରେ ବିଜୟୀ ହେବା ସହ ଦ୍ୱିତୀୟବାର ବିଶ୍ୱକପ୍ ମୁକୁଟ ପିନ୍ଧିବାର ଗୌରବ ଅର୍ଜନ କରିଛି । ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ ୫୨ ରନ୍ର ଅପରାଜିତ ଇନିଂସ ଖେଳି ପାକିସ୍ତାନର ବିଜୟ ଆଶାକୁ ପାଣିଚିଆ କରିଦେଇଥିଲେ । ୧୨ ରନ୍ ଦେଇ ୩ ୱିକେଟ୍ ଅକ୍ତିଆର କରିଥିବା ସାମ କୁରନଙ୍କୁ ମ୍ୟାଚର […]
ମେଲବୋର୍ଣ୍ଣ : ଟି-୨୦ ବିଶ୍ୱ ମହାକୁମ୍ଭରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ରବିବାର ଅଷ୍ଟ୍ରେଲିଆର ଐତିହାସିକ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ପାକିସ୍ତାନକୁ ଧରାଶାୟୀ କରି ଇଂଲଣ୍ଡ ୫ ୱିକେଟ୍ରେ ବିଜୟୀ ହେବା ସହ ଦ୍ୱିତୀୟବାର ବିଶ୍ୱକପ୍ ମୁକୁଟ ପିନ୍ଧିବାର ଗୌରବ ଅର୍ଜନ କରିଛି । ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ ୫୨ ରନ୍ର ଅପରାଜିତ ଇନିଂସ ଖେଳି ପାକିସ୍ତାନର ବିଜୟ ଆଶାକୁ ପାଣିଚିଆ କରିଦେଇଥିଲେ । ୧୨ ରନ୍ ଦେଇ ୩ ୱିକେଟ୍ ଅକ୍ତିଆର କରିଥିବା ସାମ କୁରନଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିଜେତା କରାଯାଇଥିଲା । ଚଳିତ ବିଶ୍ୱକପ୍ରେ କୁରନ ୧୩ ୱିକେଟ୍ ଅକ୍ତିଆର କରିଥିବାରୁ ବିଶ୍ୱକପ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଛନ୍ତି । ଏହି ମ୍ୟାଚରେ ପାକିସ୍ତାନ ୨୦ ଓଭରରେ ୮ ୱିକେଟ୍ ହରାଇ ୧୩୭ ରନ୍ କରିଥିଲା । ଏହାର ଜବାବରେ ଇଂଲଣ୍ଡ ୧୯ ଓଭରରେ ୧୩୮/୫ ରନ୍ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲା ।

ବିଶ୍ୱକପ୍ର ଟାଇଟଲ ମୁକାବିଲାରେ ଲୋ ସ୍କୋରିଂ ସତ୍ତେ୍ୱ ହାଇକ୍ଲାସ ଡ୍ରାମା ଦେଖିବାକୁ ମିଳିଥିଲା । ପାକିସ୍ତାନ ବୋଲରଙ୍କ ମାର୍ଜିତ ଓ ଶାଣୀତ ପ୍ରଦର୍ଶନ ଯୋଗୁଁ ୧୩୮ ରନ୍ର ବିଜୟଲକ୍ଷ୍ୟ ଇଂଲଣ୍ଡ ପାଇଁ କାଠିକର ପାଠ ହୋଇଥିଲା । ତଥାପି ବେନ୍ ଷ୍ଟୋକ୍ସ ସବୁ ପ୍ରତିବନ୍ଧକକୁ ପଛରେ ପକାଇ ଦଳକୁ ବିଶ୍ୱ ବିଜେତା ବନାଇଥିଲେ । ପୂର୍ବରୁ ୨୦୧୯ ଦିନିକିଆ ବିଶ୍ୱକପ୍ ଫାଇନାଲରେ ବେନ୍ ଷ୍ଟୋକ୍ସ ନୁ୍ୟଜିଲାଣ୍ଡ ବିପକ୍ଷରେ ଧୂଅæôଧାର ଇନିଂସ ଖେଳିଥିଲେ ।

ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ୧୩୮ ରନ୍ର ବିଜୟଲକ୍ଷ୍ୟକୁ ପିଛା କରିଥିବା ଇଂଲଣ୍ଡ ଦଳ ୪୫ ରନ୍ ବ୍ୟବଧାନରେ ୩ ୱିକେଟ୍ ହରାଇଥିଲା । ଆଲେକ୍ସ ହେଲ୍ସ ୨ଟି ବଲର ସମ୍ମୁଖୀନ ହୋଇ ୧ ରନ୍ କରିଥିଲେ । ତାଙ୍କ ପକ୍ଷରୁ ଫିଲ ସଲଫ ୧୦ ରନ୍ ଓ ଜୋଶ ବଟ୍ଟଲର ୨୬ ରନ୍ କରି ପାଭିଲିୟନ୍ ଫେରିଥିଲେ । ଏହାପରେ ବେନ୍ ଷ୍ଟୋକ୍ସଙ୍କ ଧମାକାଦାର ଇନିଂସ ଆରମ୍ଭ ହୋଇଥିଲା । ଷ୍ଟୋକ୍ସ ୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୪୯ ବଲ୍ରୁ ୫୨ ରନ୍ର ମ୍ୟାଚ ବିଜୟୀ ଇନିଂସ୍ ଖେଳିଥିଲେ । ହ୍ୟାରି ବ୍ରୁକ୍ସ ୨୦ ମୋଇନ ଅଲ୍ଲୀ ୧୯ ଓ ଲିଆମ୍ ଲିଭିଷ୍ଟୋନ୍ ଅପରାଜିତ ୧୧ ରନ୍ କରିବାରୁ ଇଂଲଣ୍ଡ ନିର୍ଦ୍ଧାରିତ କୋଟାର ୬ଟି ବଲ୍ ପୂର୍ବରୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲା ।

ପୂର୍ବରୁ ଟସ୍ ଜିତି ଇଂଲଣ୍ଡ ଅଧିନାୟକ ଜୋଶ ବଟ୍ଟଲର ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ମହମ୍ମଦ ରିଜୱାନ ଓ ବାବର ଆଜମଙ୍କ ଯୋଡି ପ୍ରଥମ ୱିକେଟ୍ରେ ୨୯ ରନ୍ ସଂଗ୍ରହ କରି ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ । ରିଜୱାନ ୧୫ ଓ ୱାବର ୩୨ ରନ୍ କରି ପାଭିଲିୟନ ଫେରିଥିଲେ । ମହମ୍ମଦ ହାରିସ ୮, ସାନ ମସୁଦ ୩୮, ସବଦ ଖାନ୍ ୨୦ ରନ୍ କରିଥିବା ବେଳେ ଅନ୍ୟମାନଙ୍କ ପ୍ରଦର୍ଶନ ସନ୍ତୋଷଜନକ ନଥିଲା । ବୋଲିଂରେ ଇଂଲଣ୍ଡର ସାମ କୁରନ ୩ଟି, ଆଦିଲ ରସିଦ ଓ କ୍ରିସ ଜୋର୍ଡାନ ଦୁଇଟି କରି ଏବଂ ବେନ ଷ୍ଟୋକ୍ସ ଗୋଟିଏ ୱିକେଟ୍ ସଫଳତା ହାସଲ କରିଥିଲେ । ପାକିସ୍ତାନ ୨୦୦୯ରେ ଚାମ୍ପିଅନ୍ ହୋଇଥିଲା ।
ସେହିଭଳି ଇଂଲଣ୍ଡ ୨୦୧୦ରେ ବିଜେତା ହୋଇଥିବା ବେଳେ ପୁଣି ୨୦୨୨ ସଂସ୍କରଣରେ ଟାଇଟଲ ଜିତିବାକୁ ସକ୍ଷମ ହୋଇଛି । ଏହାକୁ ମିଶାଇ ପାକିସ୍ତାନ ଦୁଇଥର ଉପବିଜେତା ଓ ଥରେ ବିଜେତା ହେବାର ଗୌରବ ଆର୍ଜନ କରିଛି । ଦୀର୍ଘ ୧୩ ବର୍ଷ ପରେ ପୁଣି ଚାମ୍ପିଅନ୍ ହେବାର ସ୍ୱପ୍ନ ଦେଖିଥିବା ପାକିସ୍ତାନ ନିରାଶ ହୋଇ ବିଶ୍ୱକପ୍ ଅଭିଯାନ ଶେଷ କରିଛି ।




