ରୋହିତ, କୋହଲିଙ୍କ ପାଇଁ ହୋଇପାରେ ବିଦାୟକାଳୀନ ଶୃଙ୍ଖଳା

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ଏହା ଭାରତର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିଦାୟକାଳୀନ ସିରିଜ ହେବାକୁ ଯାଉଛି କହିଲେ ଭୁଲ ହେବନି । ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଯିବା ପରେ ଏବେ ଅନୁମାନ ପ୍ରଶଂସକଙ୍କୁ ନିରାଶ କରିଛି । ଟେଷ୍ଟ ଏବଂ ଅନ୍ତର୍ଜାତୀୟ ଟି-୨୦ରୁ ଉଭୟ ଖେଳାଳି ପୂର୍ବରୁ ଅବସର ଘୋଷଣା କରି ସାରିଛନ୍ତିି । ଦୁଇ ଷ୍ଟାର ଖେଳାଳି […]

ରୋହିତ, କୋହଲିଙ୍କ ପାଇଁ  ହୋଇପାରେ ବିଦାୟକାଳୀନ ଶୃଙ୍ଖଳା
Samaya Live Picture
Published On

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ଏହା ଭାରତର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିଦାୟକାଳୀନ ସିରିଜ ହେବାକୁ ଯାଉଛି କହିଲେ ଭୁଲ ହେବନି । ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଯିବା ପରେ ଏବେ ଅନୁମାନ ପ୍ରଶଂସକଙ୍କୁ ନିରାଶ କରିଛି । ଟେଷ୍ଟ ଏବଂ ଅନ୍ତର୍ଜାତୀୟ ଟି-୨୦ରୁ ଉଭୟ ଖେଳାଳି ପୂର୍ବରୁ ଅବସର ଘୋଷଣା କରି ସାରିଛନ୍ତିି । ଦୁଇ ଷ୍ଟାର ଖେଳାଳି ୨୦୨୭ ବିଶ୍ୱକପ ଖେଳିବା ସେମାନଙ୍କ ଶେଷ ସ୍ୱପ୍ନ ବୋଲି କହିଥିଲେ । ଚୟନ କମିଟି ମୁଖ୍ୟ ଅଜିତ ଅଗରକରଙ୍କ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ସେ ସ୍ପଷ୍ଟ ଭାବେ କହିଛନ୍ତି ରୋହିତ ଓ କୋହଲି ବିଶ୍ୱକପ ଖେଳିବା ସମ୍ପର୍କରେ ସ୍ପଷ୍ଟ ନିଷ୍ପତି ଜଣାଇ ନାହାନ୍ତି । ସେମାନେ ବୋଧହୁଏ ଏଥିପାଇଁ ମନ ବଳାଇ ନାହାନ୍ତି ବୋଲି ଅଗରକର କହିଛନ୍ତି ।
ତେବେ ଏହା କଦଣ ସେମାନଙ୍କ ବିଦାୟୀ ସିରିଜ କି? ପ୍ରଶ୍ନର ଉତ୍ତର ସେ ଚତୁରତାର ସହ ଏଡାଇ ଦେଇଥିଲେ । ଏହା ଗୁଜବ ହୋଇପାରେ କାରଣ କୋହଲି କିମ୍ବା ରୋହିତ ଏ ସମ୍ପର୍କରେ କିଛି କହି ନାହାନ୍ତି । ଯଦି କୌଣସି ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ ଖେଳିନାହାନ୍ତି, ତେବେ ତାଙ୍କୁ ଘରୋଇ କ୍ରିକେଟ ଖେଳିବାକୁ ପଡିବ ବୋଲି ଅଗରକର ଦୃଢ଼ତା ସହକାରେ କିଛି ଦିନ ତଳେ କହିଥିଲେ । ରୋହିତ ଓ କୋହଲିଙ୍କୁ ବୋଧହୁଏ ଏହା ଗ୍ରହଣୀୟ ହୋଇ ନ ଥିବ । ତେବେ ସେମାନେ କୌଣସି ପ୍ରକାରର ଘୋଷଣା କରି ନ ଥିବାରୁ ଅଷ୍ଟ୍ରେଲିଆ ସିରିଜ ଶେଷ ଯାଏଁ ଅପେକ୍ଷା କରିବାକୁ ପଡିବ ।

Tags: