ୱିମ୍ବଲଡନ କ୍ୱାର୍ଟରରେ ଏଲିନା
ଲଣ୍ଡନ : କାଜାଖସ୍ତାନର ପେସାଦାର ମହିଳା ଟେନିସ୍ ଖେଳାଳି ଏଲିନା ରିବାକିନା ୱିମ୍ବଲଡନ ମହିଳା କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ସେ ପ୍ରଥମଥର ପାଇଁ ଗ୍ରାଣ୍ଡସ୍ଲାମ କ୍ୱାର୍ଟରଫାଇନାଲ ଖେଳିବାକୁ ଯାଉଛନ୍ତି । ପ୍ରତିଯୋଗିତାର ୧୭ତମ ସିଡେଡ ଏଲିନା ୭-୫, ୬-୩ ସିଧାସଳଖ ସେଟ୍ରେ ପେଟ୍ରା ମାର୍ଟିକୋଙ୍କୁ ହରାଇଥିଲେ । ସେ ସେମିଫାଇନାଲରେ ସ୍ଥାନ ପMା କରିବା ନିମନ୍ତେ କ୍ୱାର୍ଟରରେ ଆଲିଜେ କର୍ନେଟ କିମ୍ବା ଅଷ୍ଟ୍ରେଲିଆର ଆଜଲା ଟୋମୋଲଜାନଭିକଙ୍କୁ ଭେଟିବେ । ୨୩ ବର୍ଷୀୟା ଏଲିନା ଦ୍ୱିତୀୟଥର ପାଇଁ […]
ଲଣ୍ଡନ : କାଜାଖସ୍ତାନର ପେସାଦାର ମହିଳା ଟେନିସ୍ ଖେଳାଳି ଏଲିନା ରିବାକିନା ୱିମ୍ବଲଡନ ମହିଳା କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ସେ ପ୍ରଥମଥର ପାଇଁ ଗ୍ରାଣ୍ଡସ୍ଲାମ କ୍ୱାର୍ଟରଫାଇନାଲ ଖେଳିବାକୁ ଯାଉଛନ୍ତି । ପ୍ରତିଯୋଗିତାର ୧୭ତମ ସିଡେଡ ଏଲିନା ୭-୫, ୬-୩ ସିଧାସଳଖ ସେଟ୍ରେ ପେଟ୍ରା ମାର୍ଟିକୋଙ୍କୁ ହରାଇଥିଲେ । ସେ ସେମିଫାଇନାଲରେ ସ୍ଥାନ ପMା କରିବା ନିମନ୍ତେ କ୍ୱାର୍ଟରରେ ଆଲିଜେ କର୍ନେଟ କିମ୍ବା ଅଷ୍ଟ୍ରେଲିଆର ଆଜଲା ଟୋମୋଲଜାନଭିକଙ୍କୁ ଭେଟିବେ ।
୨୩ ବର୍ଷୀୟା ଏଲିନା ଦ୍ୱିତୀୟଥର ପାଇଁ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତାର କ୍ୱାର୍ଟରଫାଇନାଲ ଖେଳିବାକୁ ଯାଉଛନ୍ତି । ସେ ୨୦୨୧ରେ ଫ୍ରେଞ୍ଚ ଓପନ କ୍ୱାର୍ଟରଫାଇନାଲ ଖେଳିଥିଲେ ।
କ୍ୱାର୍ଟରରେ ଜୋକୋଭିକ୍

ସର୍ବିଆର ପେସାଦାର ପୁରୁଷ ଟେନିସ୍ ଖେଳାଳି ନୋଭାକ୍ ଜୋକୋଭିକ୍ ୱିମ୍ବଲଡନ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ସେ ରାଉଣ୍ଡ-୪ ମୁକାବିଲାରେ ୬-୨, ୪-୬, ୬-୧, ୬-୪ ସେଟ୍ରେ ଭାନ ରିଥୋଭେନ୍ଙ୍କୁ ହରାଇଥିଲେ । ସେହିଭଳି ଅନ୍ୟ ଏକ ମୁକାବିଲାରେ ଗାରିନ୍ ୨-୬, ୫-୭, ୭-୬, ୬-୪, ୭-୬ ମାରାଥନ୍ ସେଟ୍ରେ ଡି ମିନାଉରଙ୍କୁ ଧରାଶାୟୀ କରିଥିଲେ ।
କ୍ୱାର୍ଟରରେ ସାନିଆ

ମିକ୍ସଡ ଡବଲ୍ସ କ୍ୱାର୍ଟରଫାଇନାଲରେ ଭାରତର ସାନିଆ ମିର୍ଜା ପ୍ରବେଶ କରିଛନ୍ତି । ମିର୍ଜା ଓ ତାଙ୍କ ଯୋଡି ମାଟ ପାଭିକ୍ ଚତୁର୍ଥ ରାଉଣ୍ଡରେ ୱାକଓଭର ପାଇଥିଲେ । ଏହି ଯୋଡି କ୍ୱାର୍ଟରରେ ଜନ ପ୍ରିୟସ ଓ ଗାବ୍ରିଏଲା ଡାବ୍ରୋସ୍କିଙ୍କୁ ଭେଟିବେ ।




