ଭୋଗ୍ସ ପତ୍ରିକା ପ୍ରଚ୍ଛଦ ପୃଷ୍ଠାରେ ଦୂତୀ
ସମୟ ଲାଇଭ୍,୨୧/୧୦: ସ୍ପ୍ରିଣ୍ଟ କୁଇନ୍ ଦୂତୀ ଚାନ୍ଦଙ୍କୁ ଚଳିତ ବର୍ଷ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ତେବେ ଏ ଅବସରରେ ତାଙ୍କୁ ପ୍ରତିଷ୍ଠିତ ପତ୍ରିକା ଭୋଗ୍ସର ପରବର୍ତ୍ତୀ ସଂସ୍କରଣରେ ମଧ୍ୟ ତାଙ୍କୁ ସ୍ଥାନ ମିଳିଛି। ତେବେ ଦୂତୀଙ୍କ ଏହି ସଫଳତା ଉଭୟ ରାଜ୍ୟ ଓ ଦେଶର ଗୌରବ ବଢ଼ାଇଛି। ସେହିପରି ଅମିତାଭ ବଚ୍ଚନଙ୍କ ଦ୍ୱାରା ପରିଚାଳିତ ‘କୌନ୍ ବନେଗା କରୋଡ଼ପତି ଶୋ’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ। ପୂର୍ବରୁ ‘ ଦ କପିଲ ଶର୍ମା ଶୋ’ରେ ଯୋଗ […]
ସମୟ ଲାଇଭ୍,୨୧/୧୦: ସ୍ପ୍ରିଣ୍ଟ କୁଇନ୍ ଦୂତୀ ଚାନ୍ଦଙ୍କୁ ଚଳିତ ବର୍ଷ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ତେବେ ଏ ଅବସରରେ ତାଙ୍କୁ ପ୍ରତିଷ୍ଠିତ ପତ୍ରିକା ଭୋଗ୍ସର ପରବର୍ତ୍ତୀ ସଂସ୍କରଣରେ ମଧ୍ୟ ତାଙ୍କୁ ସ୍ଥାନ ମିଳିଛି। ତେବେ ଦୂତୀଙ୍କ ଏହି ସଫଳତା ଉଭୟ ରାଜ୍ୟ ଓ ଦେଶର ଗୌରବ ବଢ଼ାଇଛି। ସେହିପରି ଅମିତାଭ ବଚ୍ଚନଙ୍କ ଦ୍ୱାରା ପରିଚାଳିତ ‘କୌନ୍ ବନେଗା କରୋଡ଼ପତି ଶୋ’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ। ପୂର୍ବରୁ ‘ ଦ କପିଲ ଶର୍ମା ଶୋ’ରେ ଯୋଗ ଦେଇ ଦୂତୀ ନିଜର ସଫଳତା ପଛର କାହାଣୀ ଦର୍ଶକଙ୍କୁ କହିଥିଲେ।
ସୂଚନା ଥାଉ କି, ନିକଟରେ ଅନୁଷ୍ଠିତ ନ୍ୟାସନାଲ ଓପନ ଆଥଲେଟିକ୍ ମିଟ୍ ରେ ଦୂତୀ ୧୦୦ ମିଟର ଦୂରତାକୁ ୧୧.୨୨ ସେକେଣ୍ଡରେ ଅତିକ୍ରମ କରି ନୂଆ ରେକର୍ଡ ପ୍ରତିଷ୍ଠା କରିଥିଲେ। ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ସଂଘର୍ଷ କରୁଥିବା ଏହି ଓଡ଼ିଆ ଆଥଲେଟ ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିବା ତାଙ୍କ ଲକ୍ଷ୍ୟ ବୋଲି ପ୍ରକାଶ କରିଛନ୍ତି।
Tags:




