ଧାୱନଙ୍କ ସ୍ଥାନରେ ଖେଳିବେ ମୟଙ୍କ ଅଗ୍ରୱାଲ୍
ସମୟ ଲାଇଭ୍,୧୧/୧୨: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବାକୁ ଯାଉଥିବା ଭାରତୀୟ ଦଳରୁ ଶିଖର ଧାୱନ ବାହାର ହୋଇଯାଇଛନ୍ତି। ଧାୱନଙ୍କ ପରିବର୍ତ୍ତେ ଚମତ୍କାରୀ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲଙ୍କୁସ୍ଥାନ ମିଳିଛି। ଧାୱନ ଆଘାତ ଲାଗିଥିବାରୁ ତାଙ୍କ ପରିବର୍ତ୍ତେ ଭାରତୀୟ ଦଳରେ ମୟଙ୍କଙ୍କୁ ସ୍ଥାନ ଦିଆଯାଇଥିବା ବିସିସିଆଇ ପକ୍ଷରୁ ସୂଚନା ମିଳିଛି। ମୁସ୍ତାକ ଅଲ୍ଲୀ ଟ୍ରଫି ମ୍ୟାଚରେ ମୁମ୍ବାଇ ବିପକ୍ଷରେ ଖେଳୁଥିବା ବେଳେ ଧାୱନଙ୍କ ବାମ ହାତ କହୁଣୀରେ ଗଭୀର ଆଘାତ ଲାଗିଥିଲା। ତେବେ କ୍ଷତ ପୂରଣ ହେବାରେ ସମୟ ଲାଗିବ ବୋଲି […]
ସମୟ ଲାଇଭ୍,୧୧/୧୨: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବାକୁ ଯାଉଥିବା ଭାରତୀୟ ଦଳରୁ ଶିଖର ଧାୱନ ବାହାର ହୋଇଯାଇଛନ୍ତି। ଧାୱନଙ୍କ ପରିବର୍ତ୍ତେ ଚମତ୍କାରୀ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲଙ୍କୁସ୍ଥାନ ମିଳିଛି। ଧାୱନ ଆଘାତ ଲାଗିଥିବାରୁ ତାଙ୍କ ପରିବର୍ତ୍ତେ ଭାରତୀୟ ଦଳରେ ମୟଙ୍କଙ୍କୁ ସ୍ଥାନ ଦିଆଯାଇଥିବା ବିସିସିଆଇ ପକ୍ଷରୁ ସୂଚନା ମିଳିଛି। ମୁସ୍ତାକ ଅଲ୍ଲୀ ଟ୍ରଫି ମ୍ୟାଚରେ ମୁମ୍ବାଇ ବିପକ୍ଷରେ ଖେଳୁଥିବା ବେଳେ ଧାୱନଙ୍କ ବାମ ହାତ କହୁଣୀରେ ଗଭୀର ଆଘାତ ଲାଗିଥିଲା। ତେବେ କ୍ଷତ ପୂରଣ ହେବାରେ ସମୟ ଲାଗିବ ବୋଲି କ୍ରିକେଟ ବୋର୍ଡ଼ ମେଡି଼କାଲ ଟିମ୍ ସୂଚନା ପ୍ରଦାନ କରିଛନ୍ତି।
ସୂଚନା ଥାଉ କି, ଆଇସିସି ବିଶ୍ୱକପ୍ ସମୟରେ ମଧ୍ୟ ମୟଙ୍କଙ୍କୁ ଇଂଲଣ୍ଡ ପଠାଯାଇଥିଲା।
Tags:




