ନିକଟ ଭବିଷ୍ୟତରେ ଭାରତରେ କୌଣସି ମ୍ୟାଚ୍‍ ଦେଖିବାକୁ ମିଳିବ ନାହିଁ : ଗାଙ୍ଗୁଲୀ

ସମୟ ଲାଇଭ୍‍,୨୨/୪: ଜର୍ମାନୀରେ ହେବାକୁ ଥିବା ଫୁଟବଲ୍‍ ଲିଗ ମେ ମାସ ଦ୍ୱିତୀୟ ସପ୍ତାହରେ ଆୟୋଜିତ ହେବାକୁ ଯାଉଛି। କରୋନା ଭାଇରସ୍‍ ସଂକ୍ରମଣ କାରଣରୁ ଏହାକୁ ଯଦିଓ ସ୍ଥଗିତ ରଖରଯାଇଥିଲା ତେବେ ଏହା ଖାଲି ଷ୍ଟାଡ଼ିୟମରେ ଖେଳାଯିବ ବୋଲି ଆୟୋଜକମାନେ ନିଷ୍ପତ୍ତି ରଖିଛନ୍ତି। ଦର୍ଶକଙ୍କ ବିନା ମ୍ୟାଚ୍‍ ଖେଳାଯିବା ବାସ୍ତବିକତା ସହ ବିଶ୍ୱର ଅନେକ ଦେଶ ଗ୍ରହଣ କରୁଥିବାବେଳେ ଭାରତ ଏହା ସହ ସହମତ ନଥିବା ଜଣାପଡ଼ୁଛି। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ ଅଧ୍ୟକ୍ଷ ସୌରଭ […]

Samaya Live Picture
Published On

ସମୟ ଲାଇଭ୍‍,୨୨/୪: ଜର୍ମାନୀରେ ହେବାକୁ ଥିବା ଫୁଟବଲ୍‍ ଲିଗ ମେ ମାସ ଦ୍ୱିତୀୟ ସପ୍ତାହରେ ଆୟୋଜିତ ହେବାକୁ ଯାଉଛି। କରୋନା ଭାଇରସ୍‍ ସଂକ୍ରମଣ କାରଣରୁ ଏହାକୁ ଯଦିଓ ସ୍ଥଗିତ ରଖରଯାଇଥିଲା ତେବେ ଏହା ଖାଲି ଷ୍ଟାଡ଼ିୟମରେ ଖେଳାଯିବ ବୋଲି ଆୟୋଜକମାନେ ନିଷ୍ପତ୍ତି ରଖିଛନ୍ତି। ଦର୍ଶକଙ୍କ ବିନା ମ୍ୟାଚ୍‍ ଖେଳାଯିବା ବାସ୍ତବିକତା ସହ ବିଶ୍ୱର ଅନେକ ଦେଶ ଗ୍ରହଣ କରୁଥିବାବେଳେ ଭାରତ ଏହା ସହ ସହମତ ନଥିବା ଜଣାପଡ଼ୁଛି। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ସ୍ପଷ୍ଟ କରିଛନ୍ତି ଯେ, ଭାରତ ଓ ଜର୍ମାନୀ ଏକାଭଳି ନୁହଁନ୍ତି।
ଉଭୟ ଦେଶର ସାମାଜିକ ବାସ୍ତବିକତା ସମ୍ପୂର୍ଣ୍ଣ ଭିନ୍ନ ବୋଲି ଗାଙ୍ଗୁଲୀ ମତ ଦେଇଛନ୍ତି। ସେ କହିଛନ୍ତି ନିକଟ ଭବିଷ୍ୟତରେ ଭାରତରେ କୌଣସି ମ୍ୟାଚ୍‍ ଦେଖିବାକୁ ମିଳିବ ନାହିଁ। ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲୀ ଦର୍ଶକଙ୍କ ବିନା ମ୍ୟାଚ ଖେଳାଯିବା ପ୍ରସଙ୍ଗରେ ସହମତ ନୁହଁନ୍ତି। ଗାଙ୍ଗୁଲୀ କହିଛନ୍ତି ଏଥିରେ ବହୁତ ଗୁଡ଼ିଏ ‘କିନ୍ତୁ-ପରନ୍ତୁ’ ସାମିଲ ରହିଛି।
ସେ କହିଛନ୍ତି ଯେ, ଯେଉଁ ଖେଳ ମାନବ ସମାଜକୁ ବିପଦରେ ପକାଇବ ସେପରି ଖେଳରେ ସେ ବିଶ୍ୱାସ ରଖନ୍ତି ନାହିଁ। ତେବେ ଗାଙ୍ଗୁଲୀଙ୍କ ଏପରି ବୟାନରୁ ସ୍ପଷ୍ଟ ହେଉଛି ଯେ, ଆସନ୍ତା କିଛି ମାସ ମଧ୍ୟରେ ଆଇପିଏଲରେ ୧୩ଶ ସଂସ୍କରଣ ଆୟୋଜିତ ହେବା ସମ୍ଭବ ନୁୁହେଁ।
ତେବେ ଅଫ୍‍ ସ୍ପିନର୍‍ ହରଭଜନ ସିଂଙ୍କର ମଧ୍ୟ ଏ ମାମଲାରେ ସମାନ ମତ ରହିଛି।

Tags: