ଯୁବରାଜଙ୍କ ଗୋଆ ଘର ଏୟାରବିଏନ୍ବି ହୋଷ୍ଟରେ ପରିଣତ
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ୍ ଆଇକନ୍ ଯୁବରାଜ ସିଂହ ଜଣେ ଏୟାରବିଏନ୍ବି ହୋଷ୍ଟ୍ରେ ପରିଣତ ହୋଇଛନ୍ତି ଏବଂ ନିଜ ଗୋଆସ୍ଥିତ ଘରେ ଏକ ୬ ଜଣିଆ ଗ୍ରୁପ୍କୁ ଏକ ଏକ୍ସକ୍ଲìସିଭ୍ ୱାନ୍-ଟାଇମ୍-ଷ୍ଟେ ବା ଗୋଟିଏ ଥରର ସ୍ୱତନ୍ତ୍ର ରହଣୀ ସୁବିଧା ଦାନ କରିଛନ୍ତି । ଚାରିପାଶ୍ୱର୍ରେ ସମୁଦ୍ରର ଚମତ୍କାର ଦୃଶ୍ୟ ସହିତ ଏକ ହିଲ୍ଟପ୍ ବା ପାହାଡର ଶୀର୍ଷରେ ଥିବା ଯୁବରାଜ ସିଂହଙ୍କ ଘର ଗୋଆର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସମ୍ମାନିତ କରୁଛି । ନିଜର ନିର୍ମଳ ବେଳାଭୂମି, […]
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ୍ ଆଇକନ୍ ଯୁବରାଜ ସିଂହ ଜଣେ ଏୟାରବିଏନ୍ବି ହୋଷ୍ଟ୍ରେ ପରିଣତ ହୋଇଛନ୍ତି ଏବଂ ନିଜ ଗୋଆସ୍ଥିତ ଘରେ ଏକ ୬ ଜଣିଆ ଗ୍ରୁପ୍କୁ ଏକ ଏକ୍ସକ୍ଲìସିଭ୍ ୱାନ୍-ଟାଇମ୍-ଷ୍ଟେ ବା ଗୋଟିଏ ଥରର ସ୍ୱତନ୍ତ୍ର ରହଣୀ ସୁବିଧା ଦାନ କରିଛନ୍ତି । ଚାରିପାଶ୍ୱର୍ରେ ସମୁଦ୍ରର ଚମତ୍କାର ଦୃଶ୍ୟ ସହିତ ଏକ ହିଲ୍ଟପ୍ ବା ପାହାଡର ଶୀର୍ଷରେ ଥିବା ଯୁବରାଜ ସିଂହଙ୍କ ଘର ଗୋଆର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସମ୍ମାନିତ କରୁଛି ।

ନିଜର ନିର୍ମଳ ବେଳାଭୂମି, ଅନନ୍ୟ ରୋଷେଇ ଶୈଳୀ ଓ ଆତିଥ୍ୟ ପାଇଁ ପରିଚିତ ଗୋଆ ହେଉଛି ଭାରତ ଓ ବିଶ୍ୱରେ ଭ୍ରମଣକାରୀଙ୍କ ପାଇଁ ଅନ୍ୟତମ ଲୋକ ଗନ୍ତବ୍ୟସ୍ଥଳୀ । ଯୁବରାଜ ସିଂହ ନିଜ କ୍ୟାରିୟର ମଧ୍ୟରେ ଅନେକ ଚମତ୍କାର ପ୍ରଦର୍ଶନ ଓ କ୍ୟାରିୟର ଡିଫାଇନିଂ ମ୍ୟାଚ୍ ଖେଳିଛନ୍ତି ବର୍ତ୍ତମାନ ସେ ଏୟାରବିଏନ୍ବିରେ ହୋଷ୍ଟିଂ କରି ଭାରତରୁ ପ୍ରଥମ ଇଣ୍ଟର୍ନ୍ୟାସନାଲ କ୍ରିକେଟରରେ ପରିଣତ ହୋଇ ଆଉ ଏକ ସଫଳତା ସ୍ଥାନ କରିଛନ୍ତି । ୬ ଜଣ ଅତିଥିଙ୍କ ନିକଟରେ କ୍ରିକେଟର୍ଙ୍କ ଏହି ୩ଟି ବେଡ୍ରୁମ୍ ବିଶିଷ୍ଟ ହଲିଡେ ହୋମ୍ ପାଇଁ ଇନ୍ସାଇଡର୍ ଆକ୍ସେସ ରହିଛି ଯାହା ପିଚ୍ରେ ଖେଳ ସମୟରୁ ତାଙ୍କର ସ୍ୱତନ୍ତ୍ର ସ୍ମୃତି ଓ ସାର୍ଥକ ସାମଗ୍ରୀଗୁଡିକରେ ଭରି ରହିଛି ।

ଏଆର୍ବିଏନ୍ବି ଡଟ୍ କମ୍/ଯୁବରାଜସିଂହରେ ବୁକିଙ୍ଗ୍ ହୋଇପାରୁଥିବା ସିଂହଙ୍କର ଏହି ଘର ଗୋଟିଏ ରାତି ପାଇଁ ୧୨୧୨ ଟଙ୍କାରେ (ତାଙ୍କର ଜନ୍ମଦିନ ଓ ଜର୍ସି ମ୍ବର) ଆସନ୍ତା ଅକେଫାବର ୧୪ରୁ ୧୬ ତାରିଖ ୨୦୨୨ରେ ଦୁଇ ଦିନିଆ ରହଣୀ ପାଇଁ ଉପଲବ୍ଧ ହେବ । ଏସମ୍ପର୍କରେ ଯୁବରାଜ ସିଂହ କହିଛନ୍ତି, ମୋର ଗୋଆ ଘର ମୋ ପାଇଁ ଅତ୍ୟଧିକ ସ୍ୱତନ୍ତ୍ର । ମୋର କାର୍ଯ୍ୟ ମୋତେ ସାରା ଦୁନିଆକୁ ନେଇଥିବା ବେଳେ, ମୁଁ ଓ ମୋ ପତ୍ନୀ ଏଠାରେ ଆମର ବନ୍ଧୁ ଓ ପରିବାରବର୍ଗ ସହ ଗୁଣାତ୍ମକ ସମୟ ବିତାଇବାକୁ ଏକାଠି ଆସୁଥିଲୁ । ମୁଁ ଜଣେ ଏୟାରବିଏନ୍ବି ହୋଷ୍ଟ୍ ହେବା ପାଇଁ ଅପେକ୍ଷା କରିଛି ଏବଂ ମୋ ଘର ୬ ଜଣ ଭାଗ୍ୟଶାଳୀ ଲୋକଙ୍କ ପାଇଁ ଖୋଲା ରଖିଛି ।

ଏ ସମ୍ପର୍କରେ ଏୟାରବିଏନ୍ବିର ସାଉଥ୍ଇଷ୍ଟ ଏସିଆ, ହଂକଂ ଓ ତାଇୱାନ୍ ପାଇଁ ଜେନେରାଲ ମ୍ୟାନେଜର ଅମନପ୍ରିତ୍ ବଜାଜ କହିଛନ୍ତି, ଆମେ କେବଳ ଗୋଟିଏ ଥର ରହଣୀ ପାଇଁ ଏୟାରବିଏନ୍ବିରେ ଗୋଆରେ ନିଜର ସୁନ୍ଦର ଘରକୁ ତାଲିକାଭୁକ୍ତ କରିବା ପାଇଁ କ୍ରିକେଟ୍ ଆଇକନ୍ ଯୁବରାଜ ସିଂହଙ୍କ ସହ ସହଭାଗିତା କରି ରୋମାଞ୍ଚିତ ଅନୁଭବ କରୁଛୁ । ଆନ୍ତର୍ଜାତୀୟ ଭ୍ରମଣ ପୁଣିଥରେ ଦ୍ରୁତ ବେଗରେ ଆରମ୍ଭ ହୋଇଥିବା ବେଳେ ଆମେ ଅନ୍ତର୍ଜାତୀୟ ଦର୍ଶକଙ୍କୁ ଏହି ଅବିସ୍ମରଣୀୟ ଅନୁଭୂତି ପ୍ରଦାନ କରି ଏବଂ ସିଂହଙ୍କୁ ଭାରତରେ ଆମର ଜୀବନ୍ତ ହୋଷ୍ଟ୍ କମୁ୍ୟନିଟିରେ ସାମିଲ କରି ଅତ୍ୟଧିକ ଆନନ୍ଦିତ ।




