ବର୍ଡ଼ର-ଗାଭାସ୍କର ଟ୍ରଫି: ରୋହିତଙ୍କ ଖେଳିବା ନେଇ ସସପେନ୍ସ, ପ୍ଲେଇଙ୍ଗ-୧୧ ଉପରେ ରହିବ ନଜର
ମେଲବର୍ଣ୍ଣ:ବର୍ଡ଼ର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ନ ଖେଳି ପାରନ୍ତି ରୋହିତ ଶର୍ମା। ବିଶେଷ ସୂତ୍ରରୁ ଆସୁଥିବା ଖବର ଅନୁସାରେ ରୋହିତ ପ୍ରଥମ ଟେଷ୍ଟ ଖେଳି ନ ପାରନ୍ତି। ଯଦି ରୋହିତ ଖେଳିବେନି ତା ହେଲେ ପ୍ରଥମ ଟେଷ୍ଟରେ କିଏ ହେବେ ଅଧିନାୟକ। ଚୂଡାନ୍ତ ଏକାଦଶ କେମିତି ରହିବ, ତାରି ଉପରେ ସମସ୍ତଙ୍କର ନଜର ରହିବ। କୁହା ଯାଉଛି ବୁମରାହା ଅଧିନାୟକ ପଦ ସମ୍ଭାଳିବେ।ଯେହେତୁ ବୁମରା ଟେଷ୍ଟ ଦଳରେ ଉପ ଅଧିନାୟକ ଅଛନ୍ତି। ତେଣୁ ରୋହିତ ନ ଖେଳିଲେ […]
ମେଲବର୍ଣ୍ଣ:ବର୍ଡ଼ର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ନ ଖେଳି ପାରନ୍ତି ରୋହିତ ଶର୍ମା। ବିଶେଷ ସୂତ୍ରରୁ ଆସୁଥିବା ଖବର ଅନୁସାରେ ରୋହିତ ପ୍ରଥମ ଟେଷ୍ଟ ଖେଳି ନ ପାରନ୍ତି। ଯଦି ରୋହିତ ଖେଳିବେନି ତା ହେଲେ ପ୍ରଥମ ଟେଷ୍ଟରେ କିଏ ହେବେ ଅଧିନାୟକ। ଚୂଡାନ୍ତ ଏକାଦଶ କେମିତି ରହିବ, ତାରି ଉପରେ ସମସ୍ତଙ୍କର ନଜର ରହିବ। କୁହା ଯାଉଛି ବୁମରାହା ଅଧିନାୟକ ପଦ ସମ୍ଭାଳିବେ।ଯେହେତୁ ବୁମରା ଟେଷ୍ଟ ଦଳରେ ଉପ ଅଧିନାୟକ ଅଛନ୍ତି। ତେଣୁ ରୋହିତ ନ ଖେଳିଲେ ତାଙ୍କୁ ଅଧିନାୟକତ୍ବ କରିବାକୁ ପଡିପାରେ। ଅନ୍ୟପଟେ ପ୍ଲେଇଙ୍ଗ ୧୧ ମଧ୍ୟ କିଛିଟା ପରିବର୍ତ୍ତନ ହୋଇପାରେ।
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତର ପରାଜୟ ପରେ ଏବେ ଟିମ ଇଣ୍ଡିଆ ପାଇଁ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ରେସ କାଠିକର ପାଠ ହୋଇଛି। ଏହି ସିରିଜ ହାରିଲେ ଭାରତୀୟ ବିଶ୍ବ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରୁ ବାଦ ପଡ଼ିବାର ସମ୍ଭାବନା ଅଧିକ ରହିଛି । ଯଦି ୪-୦ରେ ଭାରତ ଜିତେ ତାହେଲେ ଫାଇନାଲ ଖେଳିବାର ଆଶା ଅଧିକ ରହିଛି । କିନ୍ତୁ ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆକୁ ହରେଇବା ଏତେ ସହଜ ହେବ ନାହିଁ।




