ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା

ନୂଆଦିଲ୍ଲୀ : ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି ଚେତନ ଶର୍ମା । ଶୁକ୍ରବାର ସେ ନିଜ ଇସ୍ତଫା ପତ୍ର ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ପାଖକୁ ପଠାଇଛନ୍ତି । ଏବଂ ଏହା ବୋର୍ଡ ଗ୍ରହଣ କରିଥିବା ଜଣାପଡିଛି I ଭାରତୀୟ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ଷ୍ଟିଙ୍ଗ୍‌‌ ଅପରେସନ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିଲା ।ନିକଟରେ ଏକ ନ୍ୟୁଜ୍ ଚ୍ୟାନେଲର ଷ୍ଟିଙ୍ଗ୍ ଅପରେସନ୍ ଯୋଗୁଁ ବିବାଦରେ ଛନ୍ଦି ହୋଇଥିଲେ ଚେତନ । ଏହି […]

Samaya Live Picture
Published On

ନୂଆଦିଲ୍ଲୀ : ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି ଚେତନ ଶର୍ମା । ଶୁକ୍ରବାର ସେ ନିଜ ଇସ୍ତଫା ପତ୍ର ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ପାଖକୁ ପଠାଇଛନ୍ତି । ଏବଂ ଏହା ବୋର୍ଡ ଗ୍ରହଣ କରିଥିବା ଜଣାପଡିଛି I

ଭାରତୀୟ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ଷ୍ଟିଙ୍ଗ୍‌‌ ଅପରେସନ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିଲା ।ନିକଟରେ ଏକ ନ୍ୟୁଜ୍ ଚ୍ୟାନେଲର ଷ୍ଟିଙ୍ଗ୍ ଅପରେସନ୍ ଯୋଗୁଁ ବିବାଦରେ ଛନ୍ଦି ହୋଇଥିଲେ ଚେତନ । ଏହି ସମୟରେ ସେ ଟିମ୍ ଇଣ୍ଡିଆର ଅନେକ ଖେଳାଳିଙ୍କ ବିଷୟରେ ଷ୍ଟିଙ୍ଗରେ ଉଲ୍ଲେଖ କରିଥିଲେ। ସେ ଅନେକ ବିବାଦୀୟ କଥା ମଧ୍ୟ କହିଥିଲେ। ସେବେଠାରୁ ତାଙ୍କ ପଦ ସଙ୍କଟ ରେ ଥିଲା । ଚେତନ ଶୁକ୍ରବାର ଦିନ ଭାରତରେ କ୍ରିକେଟ୍ ପାଇଁ ନିୟନ୍ତ୍ରଣ ବୋର୍ଡର ସଚିବ ଜୟ ଶାହାଙ୍କ ନିକଟରେ ଇସ୍ତଫା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ଇସ୍ତଫା ଗ୍ରହଣ କରାଯାଇଛି। ମୁଖ୍ୟ ଚୟନକର୍ତ୍ତା ଭାବରେ ଏହା ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଥିଲା I

ଏକ ଘରୋଇ ନ୍ୟୁଜ ଚ୍ୟାନେଲ ଜି ନ୍ୟୁଜ୍‌‌ ଚେତନଙ୍କୁ ନେଇ ଏକ ଷ୍ଟିଙ୍ଗ୍‌‌ ଅପରେସନ ‘ଗେମ୍‌‌ ଓଭର’ କରିଥିଲା I ଏଥିରେ ଚେତନ ପୂର୍ବତନ ଟିମ୍ ଅଧିନାୟକଙ୍କ ଫିଟନେସ୍ ସମ୍ବନ୍ଧରେ ଏକ ବଡ଼ ରହସ୍ୟ ପ୍ରକାଶ କରିଛନ୍ତି । ଏହି ସମୟରେ ଚେତନ କହିଥିଲେ କି ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବାକୁ ଇଞ୍ଜେକ୍ସନ ନିଅନ୍ତି । ଏହି ଇଞ୍ଜେକ୍‌‌ସନ ଡୋପ୍‌‌ ଟେଷ୍ଟରେ ଧରା ପଡ଼ି ନଥାଏ। କେଉଁ ଇଞ୍ଜେକସନ ଡୋପ୍‌‌ ଟେଷ୍ଟରେ ଧରା ପଡ଼ି ନଥାଏ ସେ ନେଇ ଖେଳାଳିମାନେ ଭଲ ଅବଗତ ରହିଥାନ୍ତି। ସେହିପରି ଟିମ୍ ଚୟନ ପୂର୍ବରୁ ଖେଳାଳିମାନେ ୮୦ରୁ ୮୫ ପ୍ରତିଶତ ଫିଟ୍ ନଥା’ନ୍ତି। କିନ୍ତୁ ସେମାନଙ୍କୁ ଦଳରେ ରଖିବାକୁ ଅନୁରୋଧ କରାଯାଇଥାଏ। ତାରକା ଖେଳାଳିମାନେ ସଂପୂର୍ଣ୍ଣ ସୁସ୍ଥ ନଥିଲେ ବି ଏନ୍‌ସିଏ ସେମାନଙ୍କୁ ସବୁଜ ସଙ୍କେତ ଦେଇଥାଏ।

ଚେତନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଷୟରେ କହିଥିଲେ କି ସେ ଅଧିନାୟକତ୍ୱ ପାଇଁ ଅନେକ ଥର ତାଙ୍କ ଘରକୁ ଭେଟିବାକୁ ଆସିଛନ୍ତି। ସେ ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ବିଷୟରେ ମଧ୍ୟ ଅନେକ ତଥ୍ୟ ଓଗାଳିଥିଲେ । ଏପରିକି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ ଥିବା ଅତ୍ୟଧିକ ଅହଂକାର ଯୋଗୁଁ ଅନେକ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଉଛି ବୋଲି କହିଥିଲେ I ରୋହିତ ଅଧିନାୟକ ହୋଇଥିଲେ ବି କୋହଲି ସବୁ ନିଷ୍ପତ୍ତି ନେଉଛନ୍ତି।

ସେହିପରି ସେତେବେଳର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ କୋହଲିଙ୍କ ମଧ୍ୟରେ ସମ୍ପର୍କ ଅହଂଭାବ ପାଇଁ ବିଗିଡି ଯାଇଥିଲା ଓ ଦୁହିଁଙ୍କ ମଧ୍ୟରେ ଭୁଲ ବୁଝାମଣା ହୋଇଥିଲା ବୋଲି ସେ କହିଥିଲେ। ରୋହିତ ଅଧିନାୟକ ଥିଲେ ମଧ୍ୟ କୋହଲି ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥାନ୍ତି। ଦୁହିଁଙ୍କ ମଧ୍ୟରେ କୌଣସି ବିବାଦ ନଥିଲେ ମଧ୍ୟ ପରସ୍ପର ପ୍ରତି ଇର୍ଷା ଓ ଅହଂକାର ଭାବ ରହିଛି। ସେହିପରି ଟି-୨୦ ଫର୍ମାଟରେ ଅଭିଜ୍ଞ ଖେଳାଳିଙ୍କ ଅପେକ୍ଷା ଯୁବ ଖେଳାଳିଙ୍କୁ ଅଧିକ ପସନ୍ଦ କରାଯାଉଥିବା କଥା ସେ ଏହି ବିବାଦୀୟ ଷ୍ଟିଙ୍ଗ୍‌‌ରେ କହିଥିଲେ। ଚେତନଙ୍କ ଷ୍ଟିଙ୍ଗ ପରେ ବିସିସିଆଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହୁଁଥିଲା। ରିପୋର୍ଟ ଅନୁଯାୟୀ, ଏହି କାରଣରୁ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା ।

ମୁଖ୍ୟ ଚୟନକର୍ତ୍ତା ଭାବରେ ପୂର୍ବତନ ଟିମ୍ ଇଣ୍ଡିଆ ଖେଳାଳି ଚେତନଙ୍କ ଏହା ଦ୍ୱିତୀୟ କାର୍ଯ୍ୟକାଳ ଥିଲା। ଏହାପୂର୍ବରୁ ଟି -୨୦ ବିଶ୍ୱକପରେ ଭାରତୀୟ ଦଳର ଖରାପ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଥିଲା। କିନ୍ତୁ ନିକଟରେ ତାଙ୍କୁ ପୁଣିଥରେ ମୁଖ୍ୟ ଚୟନକର୍ତ୍ତା କରାଯାଇଥିଲା।