ଭାରତୀୟ ସେନାକୁ ମ୍ୟାଚ ଫି’ଦାନ କଲେ ଅଧୁନାୟକ ସୂର୍ଯ୍ୟକୁମାର ଯାଦବ
ନୂଆଦିଲ୍ଲୀ : ଏସିଆ କପ୍ ଫାଇନାଲରେ ଭାରତର ଦମଦାର ବିଜୟ । ୫ୱିକେଟରେ ପାକିସ୍ତାନକୁ ପରାସ୍ତ କରି ଭାରତୀୟ ଦଳ ୯ମ ଥର ଟ୍ରଫି ହାତେଇଛି । ୪୧ବର୍ଷ ପରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱି ଫାଇନାଲ ଖେଳୁଥିବା ବେଳେ ଧରାସାୟୀ ହୋଇଛି ପାକ୍ ଟିମ୍ । ତେବେ ଏସିଆ କପ୍ ୨୦୨୫ ଜିତିବା ପରେ ବିସିସିଆଇ ଭାରତୀୟ ଟିମ୍ ଏବଂ ତାଙ୍କ ସହଯୋଗୀ ଷ୍ଟାଫ୍ ପାଇଁ ୨୧କୋଟି ଟଙ୍କା ପରୁସ୍କାର ରାଶି ଘୋଷଣା କରିଛି । ଏହି […]
ନୂଆଦିଲ୍ଲୀ : ଏସିଆ କପ୍ ଫାଇନାଲରେ ଭାରତର ଦମଦାର ବିଜୟ । ୫ୱିକେଟରେ ପାକିସ୍ତାନକୁ ପରାସ୍ତ କରି ଭାରତୀୟ ଦଳ ୯ମ ଥର ଟ୍ରଫି ହାତେଇଛି । ୪୧ବର୍ଷ ପରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱି ଫାଇନାଲ ଖେଳୁଥିବା ବେଳେ ଧରାସାୟୀ ହୋଇଛି ପାକ୍ ଟିମ୍ । ତେବେ ଏସିଆ କପ୍ ୨୦୨୫ ଜିତିବା ପରେ ବିସିସିଆଇ ଭାରତୀୟ ଟିମ୍ ଏବଂ ତାଙ୍କ ସହଯୋଗୀ ଷ୍ଟାଫ୍ ପାଇଁ ୨୧କୋଟି ଟଙ୍କା ପରୁସ୍କାର ରାଶି ଘୋଷଣା କରିଛି । ଏହି ପୁରସ୍କାର ରାଶିକୁ ନେଇ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବଡ ଘୋଷଣା କରିବା ସହ ମହାନତା ଦେଖାଇଛନ୍ତି ।
ପାକିସ୍ତାନକୁ ହରାଇବା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମୁଁ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିଥିବା ମୋର ସମସ୍ତ ମ୍ୟାଚର ଫି ଭାରତୀୟ ସେନାକୁ ଦାନ କରୁଛି । ସେ କହିଛନ୍ତି ପ୍ରତି ମ୍ୟାଚ୍ ପାଇଁ ୪ ଲକ୍ଷ ହିସାବରେ ସାତଟି ମ୍ୟାଚ୍ ପାଇଁ ସେନା ବାହିନୀ ଏବଂ ପହଲଗାମ୍ ପୀଡିତଙ୍କ ପାଇଁ ୨୮ ଲକ୍ଷ ଟଙ୍କା ଦାନ କରିବେ। ମୁଁ ଜାଣିନି ଏହା ବିବାଦୀୟ ହେବ କି କଣ କିନ୍ତୁ ମୁଁ ଏହା କରିବାକୁ ଚାହୁଁଛି । ମୋର ସମସ୍ତ ଫି ସେନାକୁ ସମର୍ପିତ କରୁଛି ।
ସେପଟେ ଏସିଆ କପ୍ରେ ଇଣ୍ଡିଆର ବୃହତ ବିଜୟ ପରେ ଖେଳାଳିଙ୍କ ଉପରେ ଏହାର ଜୋରଦାର ପ୍ରଭାବ ଦେଖିବାକୁ ମିଳିଥିଲା । ବିନା କପରେ ଟିମ ଇଣ୍ଡିଆ ପଡିଆରେ ସେଲିବ୍ରେସନ୍ କରୁଥିଲା ବେଳେ ପାକିସ୍ତାନ ଅଧିନାୟକ ସଲମାନ ଆଗା ଏସିସି ପ୍ରତିନିଧି ଅମିନୁଲ ଇସଲାମଙ୍କଠାରୁ ରନର୍ସ-ଅପ୍ ଚେକ୍ ନେଉଛନ୍ତି, ଏବଂ ପରେ ପଛକୁ ବୁଲି ଏହାକୁ ତଳେ ଫିଙ୍ଗି ଦେଉଛନ୍ତି । ଏଥିରୁ ହିଁ ସ୍ପଷ୍ଟ ଯେ, ସଲମାନ ଆଗା ପରାଜୟକୁ ନେଇ କେତେ ବିଚଳିତ ଅଛନ୍ତି । ଏହାର ପ୍ରଭାବ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓରୁ ପ୍ରମାଣିତ ହୋଇଛି ।
ମାତ୍ର ୧୨ ସେକେଣ୍ଡର ଭିଡିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି ଯେ ମ୍ୟାଚ୍ ପରବର୍ତ୍ତୀ ପ୍ରେଜେଣ୍ଟେସନ୍ ସମାରୋହ ସମୟରେ ଯେତେବେଳେ ଆଗାଙ୍କୁ ପଚରାଗଲା ସେ କହିଲେ, ଏବେ ଏହାକୁ ଗ୍ରହଣ କରିବା କଷ୍ଟଦାୟକ । କିନ୍ତୁ ମୁଁ ଭାବୁଛି ଆମେ ବ୍ୟାଟରେ ଭଲ ପ୍ରଦର୍ଶନ କରିନଥିଲୁ, ଏବଂ ବୋଲିଂରେ ମୁଁ ଭାବୁଛି ଆମେ ଭଲ ଥିଲୁ । କିନ୍ତୁ ଯାହା ଚାହିଁଥିଲୁ ତାହା କରିପାରିଲୁ ନାହିଁ ।




