ବିସିସିଆଇର ଅଧ୍ୟକ୍ଷ ହେବେ ସୌରଭ ଗାଙ୍ଗୁଲୀ !

ସମୟ ଲାଇଭ୍‍,୧୪/୧୦: ଭାରତୀୟ କ୍ରିକେଟଦଳର ଅଧିନାୟକ ସୌରଭ ଗାଙ୍ଗୁଲୀ ବିସିସିଆଇର ଅଧ୍ୟକ୍ଷ ହେବା ସମ୍ଭାବନା ଦୃଢ଼ୀଭୂତ ହେବାରେ ଲାଗିଛି। ଅନ୍ୟପଟେ ଅଧ୍ୟକ୍ଷ ପଦ ଲଢ଼େଇରେ ବୃଜେଶ ପଟେଲ ମଧ୍ୟ ମଜବୁତ୍‍ ଦାବିଦାର ଅଟନ୍ତି। ଆସନ୍ତା ଅକ୍ଟୋବର ୨୩ରେ ହେବାକୁଥିବା ବିସିସିଆଇର ବାର୍ଷିକ ଜେନେରାଲ ମିଟିଂରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହଙ୍କୁ ନୂତନ ସଚିବ ଭାବେ ଚୟନ କରାଯାଇପାରେ। ସେହିପରି ବିସିସିଆଇର ପୂର୍ବ ଅଧ୍ୟକ୍ଷ ଅନୁରାଗ ଠାକୁରଙ୍କ […]

Samaya Live Picture
Published On

ସମୟ ଲାଇଭ୍‍,୧୪/୧୦: ଭାରତୀୟ କ୍ରିକେଟଦଳର ଅଧିନାୟକ ସୌରଭ ଗାଙ୍ଗୁଲୀ ବିସିସିଆଇର ଅଧ୍ୟକ୍ଷ ହେବା ସମ୍ଭାବନା ଦୃଢ଼ୀଭୂତ ହେବାରେ ଲାଗିଛି। ଅନ୍ୟପଟେ ଅଧ୍ୟକ୍ଷ ପଦ ଲଢ଼େଇରେ ବୃଜେଶ ପଟେଲ ମଧ୍ୟ ମଜବୁତ୍‍ ଦାବିଦାର ଅଟନ୍ତି।

ଆସନ୍ତା ଅକ୍ଟୋବର ୨୩ରେ ହେବାକୁଥିବା ବିସିସିଆଇର ବାର୍ଷିକ ଜେନେରାଲ ମିଟିଂରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହଙ୍କୁ ନୂତନ ସଚିବ ଭାବେ ଚୟନ କରାଯାଇପାରେ। ସେହିପରି ବିସିସିଆଇର ପୂର୍ବ ଅଧ୍ୟକ୍ଷ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ଧୂମଲଙ୍କୁ ନୂତନ କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିପାରେ।
ସୂଚନା ଥାଉ କି, ୪୭ ବର୍ଷ ବୟସ୍କ ଗାଙ୍ଗୁଲୀ ବର୍ତ୍ତମାନ କ୍ରିକେଟ ଆସୋସିଏସନ୍‍ ଅଫ୍‍ ବେଙ୍ଗାଲର ଅଧ୍ୟକ୍ଷ ଅଛନ୍ତି। ଯଦି ସେ ବିସିସିଆଇର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୁଅନ୍ତି ତେବେ ୨୦୨୦ ପର୍ଯ୍ୟନ୍ତ ତାଙ୍କୁ ଉପରୋକ୍ତେ ପଦ ସମ୍ଭାଳିବାକୁ ପଡ଼ିବ।

Tags: