୨୦୨୩ ମାର୍ଚ୍ଚରୁ ମହିଳା ଆଇପିଏଲ୍‌

ଦିଲ୍ଲୀ: ସାରାବିଶ୍ୱରେ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ଲୋକପ୍ରିୟତା ହାସଲ କରିସାରିଛି । ବିସିସିଆଇ ପକ୍ଷରୁ ବେଶ କିଛି ବର୍ଷ ହେବ ମହିଳା ଆଇପିଏଲ୍‌ ଆୟୋଜନ ନେଇ ମାନସ ମନ୍ଥନ ଚାଲିଥିଲା । ବିଗତ ୨ଟି ଆଇପିଏଲ୍‌ ସଂସ୍କରଣରେ ପରୀକ୍ଷାମୂଳକ ଭାବେ ୩ରୁ୪ଟି ମହିଳା କ୍ରିକେଟ୍‌ ମ୍ୟାଚ୍‌ ଖେଳାଯାଇଥିଲା । ଏବେ ଏହାକୁ ଏକ ସମ୍ପୂର୍ଣ୍ଣ ପ୍ରତିଯୋଗିତାର ରୂପ ଦିଆଯିବ । ଶୁକ୍ରବାର ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଅଫିସିଆଲ ଭାବେ ମହିଳା ଆଇପିଏଲ୍‌ ଆୟୋଜନ […]

Samaya Live Picture
Published On

ଦିଲ୍ଲୀ: ସାରାବିଶ୍ୱରେ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ଲୋକପ୍ରିୟତା ହାସଲ କରିସାରିଛି । ବିସିସିଆଇ ପକ୍ଷରୁ ବେଶ କିଛି ବର୍ଷ ହେବ ମହିଳା ଆଇପିଏଲ୍‌ ଆୟୋଜନ ନେଇ ମାନସ ମନ୍ଥନ ଚାଲିଥିଲା । ବିଗତ ୨ଟି ଆଇପିଏଲ୍‌ ସଂସ୍କରଣରେ ପରୀକ୍ଷାମୂଳକ ଭାବେ ୩ରୁ୪ଟି ମହିଳା କ୍ରିକେଟ୍‌ ମ୍ୟାଚ୍‌ ଖେଳାଯାଇଥିଲା ।

 ୨୦୨୩ ମାର୍ଚ୍ଚରୁ ମହିଳା ଆଇପିଏଲ୍‌

ଏବେ ଏହାକୁ ଏକ ସମ୍ପୂର୍ଣ୍ଣ ପ୍ରତିଯୋଗିତାର ରୂପ ଦିଆଯିବ । ଶୁକ୍ରବାର ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଅଫିସିଆଲ ଭାବେ ମହିଳା ଆଇପିଏଲ୍‌ ଆୟୋଜନ ନେଇ ସ୍ପଷ୍ଟ କରାଯାଇଛି । ୨୦୨୩ ମାର୍ଚ୍ଚରେ ମହିଳା ଆଇପିଏଲ୍‌ର ପ୍ରଥମ ସଂସ୍କରଣ ଆୟୋଜନ ହେବ । ଏହା ଏକ ମାସ ଧରି ଚାଲିବ, ଏଥିରେ ୫ଟି ଦଳ ଭାଗ ନେବେ ।

 ୨୦୨୩ ମାର୍ଚ୍ଚରୁ ମହିଳା ଆଇପିଏଲ୍‌

ଦ.ଆଫ୍ରିକାରେ ଟି-୨୦ ମହିଳା ବିଶ୍ୱକପ୍‌ ଶେଷ ହେବା ପରେ ମାର୍ଚ୍ଚ ମାସରେ ହିଁ ମହିଳା ଆଇପିଏଲ୍‌ ଆୟୋଜନ କରିବ ବୋଲି ସୁଯୋଗ ରହିଛି ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରତିଯୋଗିତା ଆରମ୍ଭ ହେବ । ଏହା ୪ ସପ୍ତାହରେ ଚାଲିବ । ୨୦୨୩ ଫେବ୍ରୁଆରୀ ୯ରୁ ୨୬ ତାରିଖ ପର୍ଯ୍ୟନ୍ତ ଦ.ଆଫ୍ରିକାରେ ମହିଳା ଟି-୨୦ ଆୟୋଜନ ହେବ । ଏହା ପରେ ପରେ ମହିଳା ଆଇପିଏଲ୍‌ ଆୟୋଜନ କରିବାକୁ ଯୋଜନା କରିଛି ବିସିସିଆଇ । ପ୍ରାରମ୍ଭିକ ସ୍ଥିତିରେ ୫ଟି ଦଳ ଏଥିରେ ଅଂଶଗ୍ରହଣ କରିବେ ।
 ୨୦୨୩ ମାର୍ଚ୍ଚରୁ ମହିଳା ଆଇପିଏଲ୍‌

ନିବେଶକଙ୍କ ଆଗ୍ରହକୁ ଦେଖି ଦଳ ସଂଖ୍ୟା ୬କୁ ବୃଦ୍ଧି କରାଯିବାର ଯୋଜନା ରହିଛି । ଖୁବ୍‌ ଶୀଘ୍ର ଖେଳାଳି ନିଲାମ ନେଇ ଘୋଷଣା କରାଯିବ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ପିଟିଆଇକୁ ଏହି ସୂଚନା ଦେଇଛନ୍ତି । ୨୦୨୩ରେ ଆମେ ମହିଳା ଆଇପିଏଲ୍‌ ଆରମ୍ଭ କରୁଛୁ ବୋଲି ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି । ୨/୩ ବର୍ଷ ହେବ ଆମେ ମହିଳା ସଂସ୍କରଣ ଆରମ୍ଭ କରିବା ପାଇଁ ଯୋଜନା କରିଥିଲୁ, ଏଦିଗରେ ବିଚାର ବିମର୍ଶ ପରେ ପ୍ରତିଯୋଗିତା ପାଇଁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟାଲ୍ସ, ଚେନ୍ନାଇ ସୁପରକିଙ୍ଗ୍ସ ପ୍ରମୁଖ ମହିଳା ଦଳ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସେହିଭଳି ୟୁ-ଟିଭି ମଧ୍ୟ ମହିଳା ଦଳ କିଣିବା ପାଇଁ ପ୍ରସ୍ତାବ ଦେଇଛି ।