ରୋହିତଙ୍କ ପାଇଁ କାଳ

ଭାରତୀୟ କ୍ରିକେଟର ଏକ ମହାନ ଅଧିନାୟକ ରୋହିତ ଶର୍ମାଙ୍କ କ୍ୟାରିୟର ଉପରେ ଧୀରେ ଧୀରେ ପୂର୍ଣ୍ଣଚ୍ଛେଦ ପଡିବାରେ ଲାଗିଛି ୨୦୨୭ ଦିନିକିଆ ବିଶ୍ୱକପରେ ଟିମ ଇଣ୍ଡିଆର ନେତୃତ୍ୱ ନେଇ ଜିତାଇବା ରୋହିତଙ୍କ ସ୍ୱପ୍ନ ଥିଲା । ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ତାଙ୍କୁ ଅଧିନାୟକ ପଦରୁ ହଟାଯାଇ ଶୁଭମନ ଗିଲଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା । ଅନ୍ୟ ଅର୍ଥରେ ରୋହିତ ଏବେ ନିଜ ସ୍ଥାନ ସୁରକ୍ଷିତ ରଖିବା ପାଇଁ ଯୁବ ଖେଳାଳିଙ୍କ ସହ ପ୍ରତିଦ୍ୱନ୍ଦିତା କରିବାକୁ ପଡିବ । […]

ରୋହିତଙ୍କ ପାଇଁ କାଳ
Samaya Live Picture
Published On

ଭାରତୀୟ କ୍ରିକେଟର ଏକ ମହାନ ଅଧିନାୟକ ରୋହିତ ଶର୍ମାଙ୍କ କ୍ୟାରିୟର ଉପରେ ଧୀରେ ଧୀରେ ପୂର୍ଣ୍ଣଚ୍ଛେଦ ପଡିବାରେ ଲାଗିଛି ୨୦୨୭ ଦିନିକିଆ ବିଶ୍ୱକପରେ ଟିମ ଇଣ୍ଡିଆର ନେତୃତ୍ୱ ନେଇ ଜିତାଇବା ରୋହିତଙ୍କ ସ୍ୱପ୍ନ ଥିଲା । ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ତାଙ୍କୁ ଅଧିନାୟକ ପଦରୁ ହଟାଯାଇ ଶୁଭମନ ଗିଲଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା । ଅନ୍ୟ ଅର୍ଥରେ ରୋହିତ ଏବେ ନିଜ ସ୍ଥାନ ସୁରକ୍ଷିତ ରଖିବା ପାଇଁ ଯୁବ ଖେଳାଳିଙ୍କ ସହ ପ୍ରତିଦ୍ୱନ୍ଦିତା କରିବାକୁ ପଡିବ । ବିସିସିଆଇା ଚୟନ କମିଟି ତାଙ୍କ ହାତ ବାନ୍ଧି ଦେଇଛନ୍ତି । ତେବେ କେଉଁ ସବୁ କାରଣ ଯୋଗୁ ରୋହିତ ଅଧିନାୟକ ପଦ ହରାଇଲେ…

ଦିନିକିଆ ବିଶ୍ୱକପ ପାଇଁ ଯଥେଷ୍ଟ ସମୟ: ୨୦୨୭ ବିଶ୍ୱକପ ପାଇଁ ଯଥେଷ୍ଟ ସମୟ ରହିଛି । ଏବେଠାରୁ ଚୟନ କମିଟି ତାଙ୍କ ଉପରେ ସମ୍ପୂର୍ଣ୍ଣ ଭରଷା କରି ଚୁପ ବସିବାକୁ ଚାହୁଁନି । ଯୁବ ଖେଳାଳିଙ୍କୁ ଏହି ସମୟ ମଧ୍ୟରେ ଦାୟିତ୍ୱ ସମ୍ପନ୍ନ କରିବାକୁ ବିସିସିଆଇ ଚାହିଁବ୤ ଶୁଭମନ ଗିଲ ଟେଷ୍ଟ ପରେ ଦିନିକିଆ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ।

ଘରୋଇ କ୍ରିକେଟ ନ ଖେଳିବା: ୨୦୧୩ ପର୍ଯ୍ୟନ୍ତ ରୋହିତ ଶର୍ମା ନିୟମିତ ଘରୋଇ କ୍ରିକେଟରେ ଖେଳୁଥିଲେ । ୨୦୧୮ରେ ସେ ଶେଷ ଥର ମୁମ୍ବାଇ ପକ୍ଷରୁ ବିଜୟ ହଜାରେ ଟ୍ରଫି ଖେଳିଥିଲେ ଚୟନ କମିଟି ଏବେ ପ୍ରତ୍ୟେକ ଖେଳାଳିଙ୍କୁ ଘରୋଇ କ୍ରିକେଟ ଖେଳିବା ଉପରେ ଜୋର ଦେଉଛନ୍ତିିି । ରୋହିତ ଏହାଠାରୁ ଦୂରେଇ ରହିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।

ବାଧକ ହେଉଛି ବୟସ: ରୋହିତଙ୍କୁ ଏବେ ୩୮ ବର୍ଷ । ଆଗାମୀ ବିଶ୍ୱକପ ବେଳକୁ ତାଙ୍କୁ ୪୦ ହୋଇଯାଇଥିବ । ଯାହାକି ତାଙ୍କ ଫର୍ମ ଏବଂ ଫିଟନେସ ଉପରେ ଏକ ପ୍ରଶ୍ନବାଚୀ ସମସ୍ତଙ୍କ ମନରେ ସୃଷ୍ଟି କରିବ । ମହିନ୍ଦର ଅମରନାଥଙ୍କ ବ୍ୟତୀତ ଭାରତର ଅନ୍ୟ କୌଣସି ଖେଳାଳି ଏତେ ବର୍ଷ ପର୍ଯ୍ୟନ୍ତ ସୀମିତ ଓଭର ମ୍ୟାଚ ଖେଳି ନାହାନ୍ତି । ଅମରନାଥ ୩୯ ବର୍ଷ ପର୍ଯ୍ୟନ୍ତ ଖେଳିଥିଲେ୤ ରୋହିତ ୩୭ ବର୍ଷ ବୟସରେ ଭାରତର ନେତୃତ୍ୱ ନେଇ ଚାମ୍ପିୟନ୍ସ ଟ୍ରଫିରେ ବିଜୟୀ କରାଇଥିଲେ । ତେବେ ଚୟନ କମିଟି ଏଥିରେ ପ୍ରଭାବିତ ହେଲା ଭଳି ଲାଗୁନି ।

ଭିନ୍ନ ଅଧିନାୟକ ସପକ୍ଷରେ ନାହିଁ ବିସିସିଆଇ: ଭାରତୀୟ କ୍ରିକେଟ କଂଣ୍ଟ୍ରୋଲ ବୋର୍ଡ ୩ଟି ଯାକ ଫର୍ମାଟରେ ଅଲଗା ଅଲଗା ଅଧିନାୟକ ଚାହୁଁନି । ଶୁଭମନ ଗିଲ ଏବେ ଟେଷ୍ଟ ଏବଂ ଦିନିକିଆ ଦଳର ନେତୃତ୍ୱ ନେବେ । ସେହିପରି ସୂର୍ଯ୍ୟକୁମାର ଯାଦବ ଟି-୨୦ରେ ଅଧିନାୟକ ରହିଛନ୍ତି । ରିପୋର୍ଟ ମୁତାବକ ଗିଲ ଖୁବଶୀଘ୍ର ଟି-୨୦ରେ ମଧ୍ୟ ଭାରତର ନେତୃତ୍ୱ ନେବେ । ରୋହିତ ଅଧିନାୟକ ରହିଥିଲେ ୩ଟି ଯାକ ଫର୍ମାଟରେ ଭିନ୍ନ ଭିନ୍ନ କ୍ୟାପେଫନ ହୋଇଥାନ୍ତ

ଯୁବ ବାହିନୀ ପ୍ରସ୍ତୁତ: ରୋହିତ ୨୦୨୩ ପରଠାରୁ ଟିମ ଇଣ୍ଡିଆର ଓପିନଂ ବ୍ୟାଟିଂ ଶୈଳୀରେ ବଡ ପରିବର୍ତ୍ତନ ଆଣିଥିଲେ । ସେ ଆରମ୍ଭରୁ ବଡ ଶଟ ଖେଳି ବିପକ୍ଷ ଦଳକୁ ଚାପରେ ପକାଇଥିଲେ୤ ୨୦୨୨ ପର୍ଯ୍ୟନ୍ତ ରୋହିତ ଲମ୍ବା ଇନିଂସ ଖେଳୁଥିବା ବେଳେ ଏଥିରେ ପରିବର୍ତ୍ତନ ଆଣିଛନ୍ତି୤ ଅଧୁନା ଯଶସ୍ୱୀ ଜୈସ୍ୱାଲ, ଅଭିଷେକ ଶର୍ମା ଓ ରୁତୁରାଜ ଗାଏକ୍ବାଡଙ୍କ ପରି ଖେଳାଳି ରୋହିତଙ୍କ ସ୍ଥାନ ନେବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି । ଯାହା ରୋହିତଙ୍କୁ ବ୍ୟାକଫୁଟକୁ ଠେଲି ଦେଇଛି ।

Tags: