ଅଷ୍ଟ୍ରେଲିଆର ଶୃଙ୍ଖଳା କ୍ଲିନ୍ସୁଇପ
ବ୍ରିସବେନ୍ : େୱଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାକୁ ଅଷ୍ଟ୍ରେଲିଆ ୨-୦ରେ କ୍ଲିନ୍ସୁଇପ କରିଛି । ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ଅଷ୍ଟ୍ରେଲିଆ ୩୧ ରନ୍ ବ୍ୟବଧାନରେ େୱଷ୍ଟଇଣ୍ଡିଜ୍କୁ ଧରାଶାୟୀ କରିଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୭ ୱିକେଟ୍ ବିନିମୟରେ ୧୭୮ ରନ୍ କରିଥିଲା । ଜବାବରେ େୱଷ୍ଟଇଣ୍ଡିଜ୍ ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୭ ରନ୍ କରିବାକୁ ସମର୍ଥ ହୋଇଥିଲା । ଜମାଣିଆ ପ୍ରଦର୍ଶନ ପାଇଁ ଡେଭିଡ […]
ବ୍ରିସବେନ୍ : େୱଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାକୁ ଅଷ୍ଟ୍ରେଲିଆ ୨-୦ରେ କ୍ଲିନ୍ସୁଇପ କରିଛି । ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ଅଷ୍ଟ୍ରେଲିଆ ୩୧ ରନ୍ ବ୍ୟବଧାନରେ େୱଷ୍ଟଇଣ୍ଡିଜ୍କୁ ଧରାଶାୟୀ କରିଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୭ ୱିକେଟ୍ ବିନିମୟରେ ୧୭୮ ରନ୍ କରିଥିଲା । ଜବାବରେ େୱଷ୍ଟଇଣ୍ଡିଜ୍ ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୭ ରନ୍ କରିବାକୁ ସମର୍ଥ ହୋଇଥିଲା । ଜମାଣିଆ ପ୍ରଦର୍ଶନ ପାଇଁ ଡେଭିଡ ୱାର୍ଣ୍ଣରଙ୍କୁ ଉଭୟ ପ୍ଲେୟାର ଅଫ୍ ଦ ମ୍ୟାଚ ଓ ପ୍ଲେୟାର ଅଫ୍ ସିରିଜ୍ ବିବେଚିତ କରାଯାଇଥିଲା ।

ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ ୱାର୍ଣ୍ଣର ୧୦ଟି ଚୌକା ଓ ୩ଟି ଛକା ସହାୟତାରେ ୪୧ ବଲ୍ରୁ ୭୫ ରନ୍ କରିଥିଲେ । ଆରୋନ୍ ଫିଞ୍ଚ ୧୫, ଷ୍ଟିଭେନ୍ ସ୍ମିଥ୍ ୧୭, ଟିମ୍ ଡେଭିଡ ୪୨ ଓ ମାଥୁ୍ୟ େୱଡ ୧୬ ରନ୍ କରିଥିଲେ । ଇଣ୍ଡିଜ୍ର ଅଲଜାରି ଜୋଶେଫ ୩ଟି ଓବେଡ ମ୍ୟାକଏ ଦୁଇଟି ଏବଂ ଓଡେନ ସ୍ମିଥ୍ ଗୋଟିଏ ୱିକେଟ୍ ସଫଳତା ହାସଲ କରିଥିଲେ ।

୧୭୯ ରନ୍ର ବିଜୟଲକ୍ଷ୍ୟ ଇଣ୍ଡିଜ୍ ପାଇଁ ଚ୍ୟାଲେଞ୍ଜ ଥିଲା । ଦଳ ପକ୍ଷରୁ ଜନସନ ଚାର୍ଲ୍ସ ୨୯, ବ୍ରାଣ୍ଡନ କିଂ ୨୩, ଜାସନ ହୋଲïର ୧୬, ରୋଭମାନ ପାେୱଲ ୧୮, ଅକେଲା ହୁସେନ ୨୫ ଏବଂ ଅଲଜାରୀ ଜୋଶେଫ ଅପରାଜିତ ୧୧ ରନ୍ କରିଥିଲେ । ଅଷ୍ଟ୍ରେଲିଆ ମିଚେଲ ଷ୍ଟାର୍କ ୪ଟି, ପାଟ୍ କୁମିନ୍ସ ୨ଟି, କାମେରନ୍ ଗ୍ରୀନ୍ ଓ ଆଡାମ ଜାମ୍ପା ପ୍ରତ୍ୟେକ ଗୋଟିଏ କରି ୱିକେଟ୍ ସଫଳତା ହାସଲ କରିଥିଲେ ।




