କାଲିଠୁ ଆରମ୍ଭ ହେବ ଏସିଆ କପ୍‌ ହକି ପ୍ରତିଯୋଗିତା

ଜାକର୍ତ୍ତା: ମଇ ୨୮: ଏସିଆ କପ୍‌ ହକି ପ୍ରତିଯୋଗିତାର ସୁପର-୪ ପର୍ଯ୍ୟାୟ ଆସନ୍ତାକାଲିଠାରୁ ଆରମ୍ଭ ହେବ । ଭାରତୀୟ ଦଳ ଶନିବାର ଏହି ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଜାପାନକୁ ଭେଟିବ । ଅପରାହ୍ନ ୫ଟାରୁ ମ୍ୟାଚ୍‌ ଆରମ୍ଭ ହେବ । ଫୁଲ୍‌ ପର୍ଯ୍ୟାୟରେ ଜାପାନ ନିକଟରୁ ୨-୫ ଗୋଲରେହାରି ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହେବାର ଆଶଙ୍କାରେ ପଡ଼ିଯାଇଥିଲା ଭାରତ । ତେଣୁ ସୁପର-୪ରେ ଜାପାନଠାରୁ ପ୍ରତିଶୋଧ ନେବାର ଲକ୍ଷ୍ୟ ରଖିଛି ଭାରତ । ଜାପାନ ଓ […]

Samaya Live Picture
Published On

ଜାକର୍ତ୍ତା: ମଇ ୨୮: ଏସିଆ କପ୍‌ ହକି ପ୍ରତିଯୋଗିତାର ସୁପର-୪ ପର୍ଯ୍ୟାୟ ଆସନ୍ତାକାଲିଠାରୁ ଆରମ୍ଭ ହେବ । ଭାରତୀୟ ଦଳ ଶନିବାର ଏହି ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଜାପାନକୁ ଭେଟିବ । ଅପରାହ୍ନ ୫ଟାରୁ ମ୍ୟାଚ୍‌ ଆରମ୍ଭ ହେବ । ଫୁଲ୍‌ ପର୍ଯ୍ୟାୟରେ ଜାପାନ ନିକଟରୁ ୨-୫ ଗୋଲରେହାରି ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହେବାର ଆଶଙ୍କାରେ ପଡ଼ିଯାଇଥିଲା ଭାରତ । ତେଣୁ ସୁପର-୪ରେ ଜାପାନଠାରୁ ପ୍ରତିଶୋଧ ନେବାର ଲକ୍ଷ୍ୟ ରଖିଛି ଭାରତ । ଜାପାନ ଓ ଭାରତ ପୁଲ୍‌-ଏରୁ ଏବଂ ମାଲେସିଆ ଓ ଦକ୍ଷିଣ କୋରିଆ ପୁଲ୍‌-ବିରୁ ପ୍ରଥମ ଦୁଇଟି ଲେଖାଏଁ ସ୍ଥାନ ଅକ୍ତିଆର କରି ସୁପର-୪ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି । ଏହି ପର୍ଯ୍ୟାୟରେ ୪ଟି ଯାକ ଦଳ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବେ । ଭାରତ ଶନିବାର ଜାପାନକୁ ଭେଟିବା ପରେ ରବିବାର ମାଲେସିଆ ଏବଂ ମଙ୍ଗଳବାର ଦକ୍ଷିଣ କୋରିଆ ସହ ଖେଳିବ । ଏହି ପର୍ଯ୍ୟାୟର ଶ୍ରେଷ୍ଠ ଦୁଇ ଦଳ ଜୁନ୍‌ ୧ ତାରିଖ ଫାଇନାଲରେ ମୁହାଁମୁହିଁ ହେବେ । ପୁଲ୍‌ ପର୍ଯ୍ୟାୟରେ ପାକିସ୍ତାନ ସହ ପଏଣ୍ଟ ବାଣ୍ଟିବା ପରେ ଭାରତ ଦ୍ୱିତୀୟ ମ୍ୟାଚରେ ଜାପାନ ନିକଟରୁ ହାରିଯାଇଥିଲା । ଫଳରେ ସୁପର-୪ ପର୍ଯ୍ୟାୟକୁ ଉଠିବା ନେଇ ଆଶଙ୍କାରେ ପଡ଼ିଯାଇଥିଲା । ତେବେ ଅନ୍ତିମ ଲିଗ୍‌ ରେ ପାକିସ୍ତାନ ୨-୩ ଗୋଲରେ ଜାପାନଠାରୁ ହାରିଯିବାରୁ ଭାରତ ପାଇଁ ସୁଯୋଗ ଆସିଥିଲା । ତଥାପି ଶେଷ ପୁଲ୍‌ ମ୍ୟାଚ୍‌ ଇଣ୍ଡୋନେସିଆକୁ ଅତିକମରେ ୧୫ ଗୋଲ୍‌ ବ୍ୟବଧାନରେ ପରାସ୍ତ କରିବାର କଷ୍ଟସାଧ୍ୟ ଲକ୍ଷ୍ୟ ରହିଥିଲା । ହେଲେ ଭାରତ ଏହାଠୁ ଗୋଟିଏ ଅଧିକ ଗୋଲ୍‌ କରିବାରୁ ଇଣ୍ଡୋନେସିଆକୁ ୧୬-୦ରେ ପରାସ୍ତ କରି ସୁପର-୪କୁ ଉନ୍ନୀତ ହୋଇଥିଲା । ଏଥି ସହିତ ପାକିସ୍ତାନର ଆଶାକୁ ଧୂଳିସାତ କରିଦେଇଥିଲା ।