ଫିଟ୍ନେସ୍ର ମନ୍ତ୍ର ପଢ଼ାଇବେ ଆମେୱ ଇଣ୍ଡିଆ-ରେସଲର ସଂଗ୍ରାମ ସିଂହ
ଭୁବନେଶ୍ୱର: ଆମେୱ ଇଣ୍ଡିଆ ପକ୍ଷରୁ ସ୍ୱାସ୍ଥ ଓ ଫିଟନେସ ଗୋଷ୍ଠୀ-ନିର୍ମାଣ କାର୍ଯକ୍ରମ ଆରମ୍ଭ ହୋଇଛି । ଜନସାଧାରଣଙ୍କୁ ଉତ୍ତମ, ସ୍ୱାସ୍ଥକର ଜୀବନ ବଞ୍ଚିବା ଦିଗରେ ସହାୟତା କରିବାକୁ ସ୍ୱାସ୍ଥ୍ୟ, ଫିଟନେସ ଏବଂ ପୋଷଣକୁ ଅଗ୍ରାଧିକାର ଦେବା ନିମନ୍ତେ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି ଆମେୱ ଇଣ୍ଡିଆ । ଆମେୱ ଇଣ୍ଡିଆର ବ୍ରାଣ୍ଡ ଆମ୍ବାସାଡର ଏବଂ ରେସଲର ସଂଗ୍ରାମ ସିଂହ ଭାରତର ଯୁବବର୍ଗ ଓ ମହିଳାଙ୍କ ମଧ୍ୟରେ ଫିଟନେସ ଏବଂ ସ୍ୱାସ୍ଥ୍ୟକର ଗୋଷ୍ଠୀ ନିର୍ମାଣର ଆବଶ୍ୟକତାକୁ ଦୋହରାଇ ଏ ସମ୍ପର୍କିତ […]
ଭୁବନେଶ୍ୱର: ଆମେୱ ଇଣ୍ଡିଆ ପକ୍ଷରୁ ସ୍ୱାସ୍ଥ ଓ ଫିଟନେସ ଗୋଷ୍ଠୀ-ନିର୍ମାଣ କାର୍ଯକ୍ରମ ଆରମ୍ଭ ହୋଇଛି । ଜନସାଧାରଣଙ୍କୁ ଉତ୍ତମ, ସ୍ୱାସ୍ଥକର ଜୀବନ ବଞ୍ଚିବା ଦିଗରେ ସହାୟତା କରିବାକୁ ସ୍ୱାସ୍ଥ୍ୟ, ଫିଟନେସ ଏବଂ ପୋଷଣକୁ ଅଗ୍ରାଧିକାର ଦେବା ନିମନ୍ତେ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି ଆମେୱ ଇଣ୍ଡିଆ । ଆମେୱ ଇଣ୍ଡିଆର ବ୍ରାଣ୍ଡ ଆମ୍ବାସାଡର ଏବଂ ରେସଲର ସଂଗ୍ରାମ ସିଂହ ଭାରତର ଯୁବବର୍ଗ ଓ ମହିଳାଙ୍କ ମଧ୍ୟରେ ଫିଟନେସ ଏବଂ ସ୍ୱାସ୍ଥ୍ୟକର ଗୋଷ୍ଠୀ ନିର୍ମାଣର ଆବଶ୍ୟକତାକୁ ଦୋହରାଇ ଏ ସମ୍ପର୍କିତ ସଚେତନତା ସୃଷ୍ଟି ଅଭିଯାନର ନେତୃତ୍ୱ ନେବେ । ଫିଟନେସ ପ୍ରେମୀଙ୍କୁ ସେମାନଙ୍କର ଫିଟନେସ ଲକ୍ଷ୍ୟ ବଜାୟ ରଖିବା ସହିତ ସଠିକ ପୋଷଣ ସମ୍ପର୍କିତ ମାର୍ଗଦର୍ଶନ ଜରିଆରେ ସହାୟତା କରି ସେମାନଙ୍କ ସ୍ୱାସ୍ଥ୍ୟଗତ ଦିଗକୁ ସମର୍ଥନ କରିବା ଉପରେ ଆମେୱ ଦେଉଥିବା ଗୁରୁତ୍ୱ ମୁତାବକ ଏଭଳି କରାଯାଉଛି ।

ଏହି ପ୍ରୟାସ ସମ୍ପର୍କରେ ମତ ଦେଇ ଅଜୟ ଖାନ୍ନା, ସିଏମଓ, ଆମେୱ ଇଣ୍ଡିଆ କହିଛନ୍ତି, ‘ଭାରତରେ ସମ୍ପ୍ରତି ଯୁବବର୍ଗ ଓ ମହିଳାଙ୍କ ମନ ମଧ୍ୟରେ ନିରାକରଣଯୋଗ ସ୍ୱାସ୍ଥ୍ୟସେବା ଶୀର୍ଷ ସ୍ଥାନରେ ରହିଛି । ଦେଶରେ, ବିଶେଷକରି ଯୁବପିଢିଙ୍କ ମଧ୍ୟରେ ଫିଟନେସ ଏବଂ ପୋଷଣ ସପ୍ଲିମେ ପ୍ରତି ବର୍ଦ୍ଧିତ ଆଗ୍ରହ ପରିଲକ୍ଷିତ ହେଉଛି ଏବଂ ଏହା େୱଲନେସ ଶିଳ୍ପରେ ଲଗାତର ବୃଦ୍ଧି ଘଟାଉଛି, ଏବଂ ଏହା ପ୍ରାୟ ୪୯୦ ବିଲିଅନ ଟଙ୍କା ରେ ପହନ୍ତିଛି । ପରିବର୍ତ୍ତୀତ ଜୀବନଶୈଳୀ, ଦୀର୍ଘକାଳ ଘର ଭିତରେ ଅଟକି ରହିବା ଏବଂ ଅନ୍ୟାନ୍ୟ ବାଧ୍ୟବାଧକତା ଗ୍ରାହକମାନଙ୍କର ମାନସିକ ଏବଂ ଶାରୀରିକ ସୁସ୍ଥତା ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ଆମର କଲାଣକାରୀ ପ୍ରୟାସସମୂହ ଜରିଆରେ ଆମେ ଜଣଙ୍କର ଦୈନନ୍ଦିନ ପୋଷଣ ଆବଶକତା ପୂରଣ କରିବା ନିମନ୍ତେ ଉପଯୁକ୍ତ ପୋଷଣ ଏବଂ ତାହାସହିତ ସପ୍ଲିମେସ ବ୍ୟହାରର ଗୁରୁତ୍ୱ ସମ୍ପର୍କରେ ସଚେତନତା ସ୍ତରରେ ବୃଦ୍ଧି ଘଟାଇବାକୁ ନିରନ୍ତର ପ୍ରୟାସ କରୁଛୁ । ସେହି ସମୟରେ ଏହି ସମସ୍ତ ଫିଟନେସ କାର୍ଯକ୍ରମ ଜରିଆରେ ସେମାନଙ୍କର ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ଦିଗରେ ସହାୟତା କରୁଛୁ । ସଂଗ୍ରାମ ସିଂହଙ୍କ ସହିତ ଆମର ସହଭାଗିତା ଅଧିକ ସ୍ୱାସ୍ଥ୍ୟକର ଜୀବନ ବଞ୍ଚିବା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ଓ ଫିଟନେସ ପ୍ରତି ତାଙ୍କର ପ୍ରତିବଦ୍ଧତାର ବର୍ତ୍ତା ପ୍ରଚାର ପ୍ରସାର ଦିଗରେ ଆମକୁ ସହାୟକ ହେବ ।

ଆମେୱ ଇଣ୍ଡିଆ ଏକ ଫିଟ ଏବଂ ସ୍ୱାସ୍ଥ୍ୟକର ଜୀବନଶୈଳୀ ବଞ୍ଚିବା ନିମନ୍ତେ ସ୍ୱାସ୍ଥ୍ୟ ସପ୍ଲିମେଣ୍ଟ ସମର୍ଥନରେ ପୋଷଣକୁ ବ୍ୟବହାର କରିବାର ସର୍ବୋତ୍ତମ ଉପାୟ ପ୍ରଦର୍ଶନ କରିବା ଲକ୍ଷ୍ୟରେ ପୂର୍ବାଞ୍ଚଳରେ ଏକାଧିକ ଭର୍ଚୁଆଲ କର୍ମଶାଳା ଆୟୋଜନ କରିସାରିଛି । ଏହି ପ୍ରୟାସ ଅଧୀନରେ ଚିହ୍ନଟ କରାଯାଇଥିବା ଫିଟନେସ ପ୍ରେମୀଙ୍କର ଏକ ଗୋଷ୍ଠୀକୁ ବିଶାରଦମାନେ ଭର୍ଚୁଆଲ ଅଧିବେଶନ ଜରିଆରେ ପୋଷଣ କିଭଳି ଏବଂ ସେଥିରେ କଣ ଉପଯୋଗୀ ଗୁଣ ରହିଛି ତାହା ପ୍ରଦର୍ଶିତ କରିବାକୁ ମାର୍ଗଦର୍ଶନ କରିଥିଲେ ଏବଂ ସେମାନଙ୍କୁ ବିଭିନ୍ନ ଶାରୀରିକ କାର୍ଯ୍ୟକଳାପରେ ନିୟୋଜିତ କରିଥିଲେ । ଜନସାଧାରଣ ସେମାନଙ୍କ ଶରୀରକୁ ଅଧିକ ଫିଟ ଏବଂ ସ୍ୱାସ୍ଥ୍ୟକର ରଖିବା ସହିତ ଅନମାନଙ୍କୁ ପ୍ରଭାବିତ କରିବା ଦିଗରେ ସହାୟତା କରିବାକୁ ଏହି କାର୍ଯ୍ୟକ୍ରମ ଲକ୍ଷ୍ୟ ରଖିଛି । ଆମେୱ ଡାଇରେକଫ ସେଲିଂ ସହଭାଗୀ ଏବଂ ସେମାନଙ୍କର ଗ୍ରାହକମାନେ ମଧ୍ୟ ଏହି ପ୍ରକଳ୍ପର ଅଂଶସ୍ୱରୂପ ମାଗଣା ସପ୍ଲିମେଣ୍ଟ ମାର୍ଗଦର୍ଶନ ଏବଂ ଖାଦ୍ୟ କାର୍ଯ୍ୟକ୍ରମର ସୁଯୋଗ ନେଇଥିଲେ, ଯାହା ପରେ ପରେ ଆମେୱ ବୋର୍ଡରେ ଥିବା ପୋଷଣ ବିଶେଷଜ୍ଞଙ୍କ ପକ୍ଷରୁ ମାଗଣା ପରାମର୍ଶ ଦିଆଯାଇଥିଲା ।




