ପୁଣି ହଟହଟା ହେଲେ ଏସିସି ମୁଖ୍ୟ ମୋହସିନ

କ୍ରୀଡା କାରନାମା

ପୁଣି ହଟହଟା ହେଲେ ଏସିସି ମୁଖ୍ୟ ମୋହସିନ
Ipsita Picture
By: Ipsita
Published On


ଏସୀୟ କ୍ରିକେଟ ପରିଷଦର ସଭାପତି ମୋହସିନ ନକଭି ପୁଣି ହଟହଟା ହୋଇଛନ୍ତି । ପାକିସ୍ତାନ ଦଳ ୧୯ ବର୍ଷରୁ କମ ଏସିଆ କପ ଟ୍ରଫିର ବିଜେତା ହୋଇଥିବାବେଳେ ଭାରତ ଉପବିଜେତା ବା ରନର୍ସ ଅପ ହୋଇଥିଲା । କିନ୍ତୁ ଏଥର ମଧ୍ୟ ଭାରତୀୟ ଦଳ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା । ଭାରତୀୟ ଦଳ ଫାଇନାଲ ମ୍ୟାଚ୍ ପରେ ମଞ୍ଚକୁ ମଧ୍ୟ ଯାଇ ନଥିଲା, ବରଂ ପୋଡିୟମ ନିକଟରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଆସୋସିଏଟ୍ ସଦସ୍ୟ ନିର୍ଦ୍ଦେଶକ ମୁବାଶିର ଉସମାନିଙ୍କଠାରୁ ସେମାନଙ୍କର ପଦକ ଗ୍ରହଣ କରିଥିଲା।ଗତ ସେପ୍ଟେମ୍ବର ମାସରେ ହୋଇଥିବା ସିନିୟର ଏସିଆ କପରେ ଭାରତ ଚାମ୍ପିଅନ ହେବା ପରେ ନକଭିଙ୍କଠାରୁ ଟ୍ରଫି ନେବାକୁ ମନା କରିଦେଇଥିଲା । ଏହାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଥିଲା ଓ ବିବାଦ ଏବେ ବି ଜାରି ରହିଛି ଓ ଟ୍ରଫି ଭାରତ ହାତକୁ ଫେରିନାହିଁ । ବିସିସିଆଇର ଚାପ ସତ୍ତ୍ବେ ନକଭି ଏବେ ବି ଟ୍ରଫିକୁ ଭାରତକୁ ପ୍ରଦାନ କରିନାହାନ୍ତି । 

Tags: