ପାକିସ୍ତାନ ମୁଖ୍ୟ ଚୟନକର୍ତ୍ତା ପଦରୁ ଓହରିଲେ ଇଞ୍ଜାମାମ୍

ଇସଲାମାବାଦ: ପାକିସ୍ତାନର ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ ଉଲ୍ ହକ୍ ସୋମବାର ତାଙ୍କ ପଦବିରୁ ଇସ୍ତଫା ଦେଇଛନ୍ତି। ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦଳ ଚୟନ ବେଳେ ଦ୍ବୈତ ସ୍ବାର୍ଥ ନିହତ ଥିବା ଖବର ପ୍ରକାଶ ପାଇଥିଲା। ଏଥିସହିତ ବିଶ୍ବକପ୍ରେ ପାକିସ୍ତାନ କ୍ରିକେଟ୍ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ସେ ନିଜକୁ ଦାୟୀ କରି ଏଭଳି ପଦକ୍ଷେପ ନେଇଛନ୍ତି। ପାକିସ୍ତାନ ପ୍ରଥମ ଦୁଇ ମ୍ୟାଚ୍ ଜିତିବା ପରେ ଲଗାତାର ୪ ମ୍ୟାଚ୍ରେ ପରାଜୟର ସାମ୍ନା କରିଛି। ତେବେ ଦ୍ବୈତ […]

Samaya Live Picture
Published On

ଇସଲାମାବାଦ: ପାକିସ୍ତାନର ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ ଉଲ୍ ହକ୍ ସୋମବାର ତାଙ୍କ ପଦବିରୁ ଇସ୍ତଫା ଦେଇଛନ୍ତି। ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦଳ ଚୟନ ବେଳେ ଦ୍ବୈତ ସ୍ବାର୍ଥ ନିହତ ଥିବା ଖବର ପ୍ରକାଶ ପାଇଥିଲା। ଏଥିସହିତ ବିଶ୍ବକପ୍ରେ ପାକିସ୍ତାନ କ୍ରିକେଟ୍ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ସେ ନିଜକୁ ଦାୟୀ କରି ଏଭଳି ପଦକ୍ଷେପ ନେଇଛନ୍ତି। ପାକିସ୍ତାନ ପ୍ରଥମ ଦୁଇ ମ୍ୟାଚ୍ ଜିତିବା ପରେ ଲଗାତାର ୪ ମ୍ୟାଚ୍ରେ ପରାଜୟର ସାମ୍ନା କରିଛି। ତେବେ ଦ୍ବୈତ ସ୍ବାର୍ଥ ଥିବା ଖବର ଉପରେ ତଦନ୍ତ ପାଇଁ ପିସିବି ୫ ଜଣିଆ ଯାଞ୍ଚ କମିଟି ଗଠନ କରିଛି। ଏହି କମିଟି ତାହାର ରିପୋର୍ଟ ଓ ପ୍ରସ୍ତାବକୁ ସିଧାସଳଖ ପିସିବିକୁ ଦେବ ବୋଲି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଇଞ୍ଜାମାମ ଏହି ଆହ୍ବାନକୁ ଗ୍ରହଣ କରି କହିଛନ୍ତି ମୋ ବିରୋଧରେ ଆସିଥିବା ଦ୍ବୈତ ସ୍ବାର୍ଥ ପ୍ରମାଣିତ ନ ହେଲେ ମୁଁ ପୁଣି ପଦକୁ ଫେରିବି।

Tags: