ଭାରତରେ ଏସିଆ କପ୍ ଓ ବିଶ୍ବକପ୍କୁ ମାଗଣାରେ ଦେଖାଇବ ହଟଷ୍ଟାର

ନୂଆଦିଲ୍ଲୀ: ଭାରତର କ୍ରିକେଟ୍ ପ୍ରିୟ ପ୍ରଶଂସକଙ୍କୁ ମାଗଣାରେ ମୋବାଇଲ୍ ଲାଇଭ୍ ଷ୍ଟ୍ରମିଂ ଯୋଗାଇଦେବ ହଟଷ୍ଟାର। ଆଇପିଏଲ୍ ସମୟରେ ଜିଓ ସିନେମା ମାଗଣା ଷ୍ଟ୍ରିମିଂ କରି ଲୋକପ୍ରିୟତା ଅର୍ଜନ କରିବା ସହ ଡିଜିଟାଲ୍ ଦର୍ଶକଙ୍କ ସଂଖ୍ୟାରେ ଏକାଧିକ ରେକର୍ଡ କରିଥିଲା। ଏବେ ହଟଷ୍ଟାର୍ ଆସନ୍ତା ଏସିଆ କପ୍ ଏବଂ ପୁରୁଷ ଦିନିକିଆ ବିଶ୍ବକପ୍କୁ ମଧ୍ୟ ଏହାର ବ୍ୟବହାରକାରୀଙ୍କୁ ମାଗଣାରେ ଯୋଗାଇଦେବ। ଆଇପିଏଲ୍ ନିଲାମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଜିଓ ସିଟନେମା ନିକଟରୁ ହଟଷ୍ଟାର୍ ହାରିଯାଇଥିଲା। ହଟଷ୍ଟାର୍ ନିକଟରେ ପ୍ରାୟ ୫ […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତର କ୍ରିକେଟ୍ ପ୍ରିୟ ପ୍ରଶଂସକଙ୍କୁ ମାଗଣାରେ ମୋବାଇଲ୍ ଲାଇଭ୍ ଷ୍ଟ୍ରମିଂ ଯୋଗାଇଦେବ ହଟଷ୍ଟାର। ଆଇପିଏଲ୍ ସମୟରେ ଜିଓ ସିନେମା ମାଗଣା ଷ୍ଟ୍ରିମିଂ କରି ଲୋକପ୍ରିୟତା ଅର୍ଜନ କରିବା ସହ ଡିଜିଟାଲ୍ ଦର୍ଶକଙ୍କ ସଂଖ୍ୟାରେ ଏକାଧିକ ରେକର୍ଡ କରିଥିଲା। ଏବେ ହଟଷ୍ଟାର୍ ଆସନ୍ତା ଏସିଆ କପ୍ ଏବଂ ପୁରୁଷ ଦିନିକିଆ ବିଶ୍ବକପ୍କୁ ମଧ୍ୟ ଏହାର ବ୍ୟବହାରକାରୀଙ୍କୁ ମାଗଣାରେ ଯୋଗାଇଦେବ। ଆଇପିଏଲ୍ ନିଲାମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଜିଓ ସିଟନେମା ନିକଟରୁ ହଟଷ୍ଟାର୍ ହାରିଯାଇଥିଲା। ହଟଷ୍ଟାର୍ ନିକଟରେ ପ୍ରାୟ ୫ ମିଲିଅନ୍ ବ୍ୟବହାରକାରୀ ରହିଛନ୍ତି। ଆଇପିଏଲ୍ ସମୟରେ ପ୍ରଥମ ସପ୍ତାହରେ ଜିଓସିନେମା ୧.୪୭ ବିଲିୟନ୍ ସଂଖ୍ୟା ଅତିକ୍ରମ କରିଥିଲା। ଜିଓ ଏବେ ଏହାର ଗ୍ରାହାକଙ୍କଠାରୁ ଦେୟ ନେବାକୁ ଯାଉଥିବାରୁ ହଟଷ୍ଟାର୍ ମାଗଣାରେ ଯୋଗାଇଲେ ବ୍ୟବହାରକାରୀଙ୍କୁ ଆକର୍ଷିତ କରିପାରିବ।

Tags: