ବାଜିଲା ଜାତୀୟ କ୍ରୀଡ଼ା ବିଗୁଲ
ଅହମ୍ମଦାବାଦ: ଜାତୀୟ କ୍ରୀଡାର ୩୬ତମ ସଂସ୍କରଣ ବାଗୁଲ ବାଜିଛି । ଗୁରୁବାର ଗୁଜରାଟର ଗାନ୍ଧୀନଗର ସ୍ଥିତ ମହାମ୍ମା ମନ୍ଦିର କମ୍ପ୍ଲେକ୍ସ ପରିସରରେ ଆୟୋଜିତ ଭବ୍ୟ ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହି ଜାତୀୟ କ୍ରୀଡା ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିବା ଘୋଷଣା କରିଛନ୍ତି । ଅଲିମ୍ପିକ୍ ରୌପ୍ୟ ପଦକ ବିଜୟୀ ଭାରୋତ୍ତୋଳକ ମୀରାବାଇ ଚାନୁ ଜାତୀୟ କ୍ରୀଡାର ମୁଖ୍ୟ ଆକର୍ଷଣ ସାଜିଛନ୍ତି । ଏହି ପ୍ରତିଯୋଗିତା ଗୁଜରାଟର ୬ଟି ସହର ଅହମ୍ମଦାବାଦ, ଗାନ୍ଧୀନଗର, […]
ଅହମ୍ମଦାବାଦ: ଜାତୀୟ କ୍ରୀଡାର ୩୬ତମ ସଂସ୍କରଣ ବାଗୁଲ ବାଜିଛି । ଗୁରୁବାର ଗୁଜରାଟର ଗାନ୍ଧୀନଗର ସ୍ଥିତ ମହାମ୍ମା ମନ୍ଦିର କମ୍ପ୍ଲେକ୍ସ ପରିସରରେ ଆୟୋଜିତ ଭବ୍ୟ ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହି ଜାତୀୟ କ୍ରୀଡା ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିବା ଘୋଷଣା କରିଛନ୍ତି ।

ଅଲିମ୍ପିକ୍ ରୌପ୍ୟ ପଦକ ବିଜୟୀ ଭାରୋତ୍ତୋଳକ ମୀରାବାଇ ଚାନୁ ଜାତୀୟ କ୍ରୀଡାର ମୁଖ୍ୟ ଆକର୍ଷଣ ସାଜିଛନ୍ତି । ଏହି ପ୍ରତିଯୋଗିତା ଗୁଜରାଟର ୬ଟି ସହର ଅହମ୍ମଦାବାଦ, ଗାନ୍ଧୀନଗର, ସୁରଟ, ଭଦୋଦରା, ରାଜକୋଟ୍ ଏବଂ ଭାବନଗରରେ ଆୟୋଜନ ହୋଇଛି ।

୨୦୧୫ରେ ଆୟୋଜିତ ଜାତୀୟ କ୍ରୀଡା କେରଳରେ ଅନୁଷ୍ଠିତ ହୋଇଥିଲା । ସର୍ଭିସେସ୍ ଦଳ ୧୫୯ ପଦକ (୯୧ ସ୍ୱର୍ଣ୍ଣ, ୩୩ ରୌପ୍ୟ ଓ ୩୫ ବ୍ରୋଞ୍ଜ) ସହ ଜାତୀୟ କ୍ରୀଡାରେ ଶୀର୍ଷ ସ୍ଥାନ ରହିଥିଲା । କେରଳ ଓ ହରିୟାଣା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ ।
ટોક્યો ઓલમ્પિકમાં ભારતે અત્યાર સુધીનું શ્રેષ્ઠ પરફોર્મન્સ કર્યું. :- વડાપ્રધાન શ્રી નરેન્દ્રભાઈ મોદી #PMatNationalGames pic.twitter.com/X63Z4xquaV
— DadaNu Gujarat (@DadaNuGujarat) September 29, 2022
ଚଳିତ ସଂସ୍କରଣରେ ମୋଟ୍ ୮୦୦୦ ଆଥଲେଟ୍ ଭାଗ ନେଇଛନ୍ତି । ୩୬ଟି କ୍ରୀଡାବର୍ଗରେ ପ୍ରତିଯୋଗିତା ହେଉଛି । ଏହି କ୍ରୀଡାର ସାଇକ୍ଲିଂ ଟ୍ରାକ୍ ପ୍ରତିଯୋଗିତା ଦିଲ୍ଲୀରେ ଆୟୋଜନ ହେବ । ଏଥର ମାଲଖମ୍ବୋ ଓ ଯୋଗାସନ ଜାତୀୟ କ୍ରୀଡାରେ ସାମିଲ କରାଯାଇଛି ।

ଶୁକ୍ରବାର ଆର୍ଚେରୀ, ଖୋ ଖୋ, ମାଲଖମ୍ବ, ରଗ୍ବୀ ୭ଏସ୍, ପୁରୁଷ ଫୁଟବଲ, ମହିଳା ଫୁଟବଲ, କବାଡି, ଯୋଗାସନ, ରୋଇଂ, କାନୋଇନ୍, ସ୍କିଟ୍ ବୋଡିଂ, ଲାଇନ୍ସ୍କେଟିଂ, ସ୍ପିଡ ସ୍କେଟିଂ, ଆର୍ଟିଷ୍ଟିକ୍ ସ୍କେଟିଂ, ଟେନିସ୍, ସଫଫ ଟେନିସ୍, ଲନବଲ୍ସ, ଗଲ®, ସୁଟିଂ ଆଦି କ୍ରୀଡା ଅହମ୍ମଦାବାଦରେ ଆୟୋଜିତ ହେବ । ସାଇକ୍ଲିଂ, େୱଟ ଲିଫଫିଂ, ଜୁଡୋ, ଫେନସିଂ, ଉଷୁ, ବକ୍ସିଂ, ରେସଲିଂ, ଟ୍ରାଇଥଲନ, ସ୍କ୍ୱାଶ, ଆଥଲେଟିକ୍ସ, ସଫଫ ବଲ ପ୍ରମୁଖ କ୍ରୀଡା ଗାନ୍ଧୀନଗରରେ ଖେଳାଯିବ । ବିଚ୍ ହ୍ୟାଣ୍ଡବଲ, ଭଲିବଲ, ଟେବୁଲ ଟେନିସ୍, ବ୍ୟାଡ଼ମିଣ୍ଟନ, ଜିମ୍ନାଷ୍ଟିକ, ହ୍ୟାଣ୍ଡବଲ ଆଦି କ୍ରୀଡା ଭଦୋଦରାରେ ଆୟୋଜିତ ହେବ । ଆକ୍ୱାଟିକ୍, ହକି, ନେଟବଲ, ବାସ୍କେଟବଲ, ଭଲିବଲ ପ୍ରମୁଖ ଭାବନଗର ଏବଂ ସାଇକ୍ଲିଂ ନୂଆଦିଲ୍ଲୀରେ ଆୟୋଜିତ ହେବ ।





