ଆର୍‌ସିବିକୁ ହରାଇଲା ସିଏସ୍‌କେ

ବେଙ୍ଗାଲୁରୁ: ଆଇପିଏଲରେ ସୋମବାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୮ ରନ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) କୁ ପରାସ୍ତ କରିଛି। ବେଙ୍ଗାଲୁରୁରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ୬ ୱିକେଟ୍ ବିନିମୟରେ ୨୨୬ ରନ୍ ସଂଗ୍ରହ କରିଥିଲା। ଜବାବରେ ଆର୍ସିବି ୨୧୮/୮ରେ ଅଟକିଯାଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ସିଏସ୍କେ ପାଇଁ ଋତୁରାଜ ଗାଏକ୍ବାଡ (୩) ଏକମାତ୍ର ଖେଳାଳି ଭାବେ ନିରାଶ କରିଥିଲେ। ତୃତୀୟ ଓଭରରେ ସେ ଆଉଟ୍ ହେବା ପରେ […]

Samaya Live Picture
Published On

ବେଙ୍ଗାଲୁରୁ: ଆଇପିଏଲରେ ସୋମବାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୮ ରନ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) କୁ ପରାସ୍ତ କରିଛି। ବେଙ୍ଗାଲୁରୁରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ୬ ୱିକେଟ୍ ବିନିମୟରେ ୨୨୬ ରନ୍ ସଂଗ୍ରହ କରିଥିଲା। ଜବାବରେ ଆର୍ସିବି ୨୧୮/୮ରେ ଅଟକିଯାଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ସିଏସ୍କେ ପାଇଁ ଋତୁରାଜ ଗାଏକ୍ବାଡ (୩) ଏକମାତ୍ର ଖେଳାଳି ଭାବେ ନିରାଶ କରିଥିଲେ। ତୃତୀୟ ଓଭରରେ ସେ ଆଉଟ୍ ହେବା ପରେ ଡେଭନ୍ କନୱେ (୮୩) ଓ ଅଜିଙ୍କ୍ୟ ରାହାଣେ (୩୭) ଦ୍ବିତୀୟ ୱିକେଟ୍ରେ ଦ୍ରୁତ ରନ୍ ବାହାର କରି ୭୪ ରନ୍ ଯୋଡ଼ିଥିଲେ। ରାହାଣେ ଆଉଟ୍ ହେବା ପରେ ଶିବମ ଦୁବେ (୫୨) ଙ୍କୁ ସାଥୀ କରି କନୱେ ଦଳକୁ ୧୭୦ରେ ପହଞ୍ଚାଇଥିଲେ। ଅମ୍ବାତି ରାୟୁଡୁ ଗୋଟିଏ ଲେଖାଏଁ ଛକା, ଚୌକା ମାରି ଦଳକୁ ୨୦୦ ନିକଟତର କରାଇବା ପରେ ଆଉଟ୍ ହୋଇଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଆର୍‌ସିବି ପ୍ରଥମ ଦୁଇ ଓଭର ଭିତରେ ବିରାଟ କୋହଲି (୬) ଓ ମହିପାଲ୍ ଲୋମରର୍ (୦) ଙ୍କୁ ହରାଇଥିଲା। ଏହାପରେ କିନ୍ତୁ ଡୁପ୍ଲେସିସ୍ (୬୨) ଓ ମ୍ୟାକ୍ସୱେଲ୍ (୭୬) ତୃତୀୟ ୱିକେଟ୍ରେ ୧୨୬ ରନ୍ ଯୋଡ଼ିଥିଲେ। ପାଖାପାଖି ୧୨.୦୦ ହାରରେ ରନ୍ ବାହାର କରୁଥିଲା ବେଳେ ତୀକ୍ଷଣା ଓ ମୋଇନ୍ ଏହି ଯୋଡ଼ିକୁ ପ୍ୟାଭିଲିୟନ୍ ଫେରାଇଥିଲେ। ଉଭୟଙ୍କ ୱିକେଟ୍ ଯିବା ପରେ ରନ୍ ଗତିରେ ହ୍ରାସ ପରିଲକ୍ଷିତ ହୋଇଥିଲା। ସିଏସ୍‌କେ ପାଇଁ ତୁଷାର ଦେଶପାଣ୍ଡେ ସର୍ବାଧିକ ୩ ୱିକେଟ୍ ନେଇଥିଲେ।

Tags: