ମୁମ୍ବାଇଠୁ ହାରିଲା କେକେଆର୍
ମୁମ୍ବାଇ: ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍ରେ ଲଗାତାର ଦ୍ବିତୀୟ ବିଜୟ ପାଇଛି। ରବିବାର ପ୍ରଥମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଛି। କୋଲକାତା ପକ୍ଷରୁ ଧାର୍ଯ୍ୟ ୧୮୬ ରନ୍କୁ ପିଛା କରି ମୁମ୍ବାଇର ଦୁଇ ଓପନର୍ ରୋହିତ ଶର୍ମା (୨୦) ଓ ଈଶାନ କିଶନ (୫୮) ୬୫ ରନ୍ ଭାଗୀଦାରି କରି ଦୃଢ଼ ମୂଳଦୁଆ ପକାଇଥିଲେ। ରୋହିତଙ୍କ ୱିକେଟ୍ ଯିବା ପରେ ସୂର୍ଯ୍ୟକୁମାର ଯାଦବ ଏଥର ପୁରା ଲୟରେ […]
ମୁମ୍ବାଇ: ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍ରେ ଲଗାତାର ଦ୍ବିତୀୟ ବିଜୟ ପାଇଛି। ରବିବାର ପ୍ରଥମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଛି। କୋଲକାତା ପକ୍ଷରୁ ଧାର୍ଯ୍ୟ ୧୮୬ ରନ୍କୁ ପିଛା କରି ମୁମ୍ବାଇର ଦୁଇ ଓପନର୍ ରୋହିତ ଶର୍ମା (୨୦) ଓ ଈଶାନ କିଶନ (୫୮) ୬୫ ରନ୍ ଭାଗୀଦାରି କରି ଦୃଢ଼ ମୂଳଦୁଆ ପକାଇଥିଲେ। ରୋହିତଙ୍କ ୱିକେଟ୍ ଯିବା ପରେ ସୂର୍ଯ୍ୟକୁମାର ଯାଦବ ଏଥର ପୁରା ଲୟରେ ଦେଖାଯାଇଥିଲେ। ଦ୍ବିତୀୟ ୱିକେଟ୍ରେ ସୂର୍ଯ୍ୟକୁମାର ଓ ଈଶାନ ଭଲ ଖେଳିଥିଲେ ବି ବାମହାତୀ ବ୍ୟାଟରଙ୍କୁ ବରୁଣ ଚକ୍ରବର୍ତ୍ତୀ ଆଉଟ୍ କରିବାରୁ ଯୋଡ଼ି ଭାଙ୍ଗିଥିଲା। ସୂର୍ଯ୍ୟକୁମାର (୪୩) ଓ ତିଲକ ବର୍ମା (୩୦) ଦଳକୁ ବିଜୟର ନିକଟତର କରି ଆଉଟ୍ ହୋଇଥିଲେ। ତେବେ ଟିମ୍ ଡେଭିଡ ୨୪* ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ଏଥିପୂର୍ବରୁ ପୂର୍ବରୁ ବ୍ୟାଟିଂ କରିଥିବା କେକେଆର୍ ପାଇଁ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଳେ ସୁଦ୍ଧା ଭେଙ୍କଟେଶ ଆୟର ଗୋଟିଏ ପଟରୁ ପାଳି ସମ୍ଭାଳିଥିଲେ। ସେ ୫୧ ବଲ୍ ଖେଳି ୬ ଚୌକା ଓ ୯ ଛକା ସହାୟତାରେ ୧୦୪ ରନ୍ କରିଥିଲେ। ତେବେ ଦଳ ହାରିଥିଲେ ବି ଆୟରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା।




