ହକି ଇଣ୍ଡିଆ ଚୟନ ସମିତି ଅଧ୍ୟକ୍ଷ ହେଲେ ଆର୍‌.ପି. ସିଂହ

ନୂଆଦିଲ୍ଲୀ: ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ତଥା ଉତ୍ତରପ୍ରଦେଶ କ୍ରୀଡ଼ା ନିର୍ଦେଶକ ଆର୍‌.ପି. ସିଂହଙ୍କୁ ହକି ଇଣ୍ଡିଆ ନୂଆ ଚୟନ ସମିତି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ହରଭିନ୍ଦର ସିଂହଙ୍କ ବଦଳରେ ସେ ଶନିବାରଠୁ ଦାୟିତ୍ବ ଗ୍ରହଣ କରିବେ। ଏହି ଚୟନ ସମିତିରେ ବଲବିନ୍ଦର ସିଂହ, ମହମ୍ମଦ ରିଆଜ, ଏମଏମ ସୋମାୟା, ଶୁଭଦ୍ରା ପ୍ରଧାନ, ସର୍ଦାର ସିଂହ, ବିପି ଗୋବିନ୍ଦା, ଚିଙ୍ଗଲସାଣା ସିଂହ କଂଜୁଗମ, ରଜନୀଶ ମିଶ୍ରା, ଭିଆର୍ ରଘୁନାଥ, ସମୀର ଦାଦ, ଯୁବରାଜ ବାଲ୍ମିକୀ, ଜୟଦୀପ କୌର […]

Samaya Live Picture
Published On

ନୂଆଦିଲ୍ଲୀ: ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ତଥା ଉତ୍ତରପ୍ରଦେଶ କ୍ରୀଡ଼ା ନିର୍ଦେଶକ ଆର୍‌.ପି. ସିଂହଙ୍କୁ ହକି ଇଣ୍ଡିଆ ନୂଆ ଚୟନ ସମିତି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ହରଭିନ୍ଦର ସିଂହଙ୍କ ବଦଳରେ ସେ ଶନିବାରଠୁ ଦାୟିତ୍ବ ଗ୍ରହଣ କରିବେ। ଏହି ଚୟନ ସମିତିରେ ବଲବିନ୍ଦର ସିଂହ, ମହମ୍ମଦ ରିଆଜ, ଏମଏମ ସୋମାୟା, ଶୁଭଦ୍ରା ପ୍ରଧାନ, ସର୍ଦାର ସିଂହ, ବିପି ଗୋବିନ୍ଦା, ଚିଙ୍ଗଲସାଣା ସିଂହ କଂଜୁଗମ, ରଜନୀଶ ମିଶ୍ରା, ଭିଆର୍ ରଘୁନାଥ, ସମୀର ଦାଦ, ଯୁବରାଜ ବାଲ୍ମିକୀ, ଜୟଦୀପ କୌର ଏବଂ ଅସୁନ୍ତା ଲାକ୍ରା ସଦସ୍ୟ ରହିଛନ୍ତି। ଗତ ମାସ ୨୭ ତାରିଖରେ ବସିଥିବା ହକି ଇଣ୍ଡିଆ କାର୍ଯ୍ୟନିର୍ବାହୀ ପରିଷଦର ୯୮ତମ ବୈଠକରେ ଏହି ନିଯୁକ୍ତିକୁ ଅନୁମୋଦନ ମିଳିଥିଲା। ୧୯୯୮ରେ ଜୁନିୟର୍ ଚୟନ ସମିତି ସଦସ୍ୟ ଥିବା ଆର୍‌.ପି. ସିଂହ ୨୦୨୧ରେ ହକି ଇଣ୍ଡିଆର ହାଇପରଫର୍ମାନ୍ସ ଆଣ୍ଡ୍ ଡେଭଲପମେଣ୍ଟ୍ କମିଟିର ଅଧ୍ୟକ୍ଷ ଥିଲେ। ଆର୍‌.ପି. ସିଂହଙ୍କୁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଏବଂ ସମ୍ପାଦକ ଭୋଳାନାଥ ସିଂହ ଅଭିନନ୍ଦନ ଜଣାଇଛନ୍ତି।

Tags: