ଲର୍ଡ୍ସ ଦ୍ୱିତୀୟ ଦିନିକିଆ: ଭାରତର ଟାର୍ଗେଟ ୨୪୭
ଲର୍ଡ୍ସ : ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଘରୋଇ ଇଂଲଣ୍ଡ ୨୪୭ ରନ୍ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି । ୟୁଜଭେନ୍ଦ୍ର ଚହଲ, ଯଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଗ୍ନୀବର୍ଷି ବୋଲିଂ ଯୋଗୁଁଇଂଲଣ୍ଡ ୪୯ ଓଭରରେ ୨୪୬ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଶେଷଥର ସୁଧା ଭାରତ ୨୪୭ ରନ୍ର ବିଜୟଲକ୍ଷ୍ୟକୁ ପିଛା କରି ୧୦.୨ ଓଭରରେ ୩ ୱିକେଟ୍ ହରାଇ ୨୯ ରନ୍ କରିଥିଲା । ମ୍ୟାଚ ଜିତିବା ପାଇଁ ଭାରତକୁ ୩୯.୩ ଓଭରରେ […]
ଲର୍ଡ୍ସ : ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଘରୋଇ ଇଂଲଣ୍ଡ ୨୪୭ ରନ୍ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି । ୟୁଜଭେନ୍ଦ୍ର ଚହଲ, ଯଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଗ୍ନୀବର୍ଷି ବୋଲିଂ ଯୋଗୁଁଇଂଲଣ୍ଡ ୪୯ ଓଭରରେ ୨୪୬ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଶେଷଥର ସୁଧା ଭାରତ ୨୪୭ ରନ୍ର ବିଜୟଲକ୍ଷ୍ୟକୁ ପିଛା କରି ୧୦.୨ ଓଭରରେ ୩ ୱିକେଟ୍ ହରାଇ ୨୯ ରନ୍ କରିଥିଲା । ମ୍ୟାଚ ଜିତିବା ପାଇଁ ଭାରତକୁ ୩୯.୩ ଓଭରରେ ୨୧୭ ରନ୍ର ଆବଶ୍ୟକତା ଥିଲା ।

ଗୁରୁତ୍ୱପୂର୍ଣ୍ଣ ଟସ୍ ଜିତି ଅଧିନାୟକ ରୋହିତ ଶର୍ମା ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଲର୍ଡ୍ସରେ ଜାସନ ରୟଙ୍କ ସହ ଜନୀ ବେୟାରଷ୍ଟୋ ପାଳି ଆରମ୍ଭ କରିଥିଲେ । ପ୍ରଥମ ୱିକେଟ୍ ପାଇଁ ଉଭୟଙ୍କ ମଧ୍ୟରେ ୮.୫ ଓଭରରେ ୪୧ ରନ୍ର ପାର୍ଟନରସିପ୍ ହୋଇଥିଲା । ରୟ ୨୩ ଓ ବେୟାର ଷ୍ଟୋ ୩୮ ରନ୍ କରି ଆଉଟ୍ ହୋଇଥିଲେ । ଏକଦା ବଡ଼ ସ୍କୋର ଆଡେ ମୁହାଁଇଥିବା ଇଂଲଣ୍ଡ ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ଚତୁର ବୋଲିଂ ଯୋଗୁଁ ୨୪୬ ରନ୍ ପର୍ଯ୍ୟନ୍ତ ଯାଇପାରିଥିଲା । ଚହଲ ଗୁରୁତ୍ୱପୂର୍ଣ୍ଣ ୪ ୱିକେଟ୍ ଅକ୍ତିଆର କରିଥିଲେ । ସେ ପର୍ଯ୍ୟାୟକ୍ରମେ ଜନୀ ବେୟାର ଷ୍ଟୋ, ଜୋ ରୁଟ୍, ବେନ ଷ୍ଟୋକ୍ସ ଏବଂ ମୋଇନ ଅଲ୍ଲୀଙ୍କୁ ଆଉଟ୍ କରି ଇଂଲଣ୍ଡର ସବୁ ଅଙ୍କ ବିଗାଡି ଦେଇଥିଲେ । ଜୋ ରୁଟ୍ ୨୧ ବଲ୍ରୁ ୧୧ ଏବଂ ବେନ୍ ଷ୍ଟୋକ୍ସ ୨୩ ବଲ୍ରୁ ୨୧ ରନ କରି ଚହଲଙ୍କ ଦ୍ୱାରା ଏଲ୍ବିଡବ୍ଲୁ୍ୟ ଆଉଟ୍ ହୋଇଥିଲେ । ଅଧିନାକୟ ଜୋଶ ବଟଲର ୪ ରନ୍ କରିଥିବା ବେଳେ ମହମ୍ମଦ ସାମି ତାଙ୍କୁ କ୍ଲିନ୍ବୋଲï କରିଥିଲେ । ଲିଆମ୍ ଲିଭିିଂଷ୍ଟୋନ୍ ୩୩ ବଲ୍ରୁ ୩୩ ରନ୍ ଓ ମୋଇନ ଅଲ୍ଲୀ ୬୪ ବଲ୍ରୁ ୪୭ ରନ କରିଥିଲେ ।
ଡେଭିଡ ୱିଲି ୪୧, କ୍ରେଗ୍ ଓଭରଟନ୍ ଅପରାଜିତ ୧୦ ରନ୍ କରିବାରୁ ଇଂଲଣ୍ଡ ୪୯ ଓଭରରେ ୨୪୬ ରନ୍ କରିଥିଲା । ଆରମ୍ଭରୁ ସାମି ଓ ବୁମରା ଶାଣୀତ ବୋଲିଂ କରିଥିଲେ । ଏହି ଦୁଇ ବୋଲରଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା, ପ୍ରସିଦ୍ଧ କ୍ରିଷ୍ଣା, ୟୁଜଭେନ୍ଦ୍ର ଚହଲ ଓ ରବିନ୍ଦ୍ର ଜାଡେଜା ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ଦେଖାଇଥିଲେ । ସାମାନ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିବା ପ୍ରସିଦ୍ଧ କ୍ରିଷ୍ଣା ୮ ଓଭରରେ ୫୩ ରନ୍ ଦେଇ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ । କି;ୁ ଚହଲଙ୍କ ବୋଲିଂ ସବୁଠୁ ମାର୍ଜିତ ଥିଲା । ସେ ୧୦ ଓଭରରେ ୪୭ ରନ୍ ଦେଇ ୪ ୱିକେଟ୍ ଅକ୍ତିଆର କରିଥିଲେ । ବୁମରା ଓ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ମହମ୍ମଦ ସାମି ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ କରି ୱିକେଟ୍ ସଫଳତା ହାସଲ କରି ଇଂଲଣ୍ଡର ବ୍ୟାଟିଂ ଜବନିକା ଟାଣିଥିଲେ ।

୨୪୭ ରନ୍ର ବିଜୟଲକ୍ଷ୍ୟକୁ ପିଛା କରିଥିଲା ଭାରତ । ଐତିହାସିକ ଲର୍ଡ୍ସରେ ଏହି ରନ୍ କଡ଼ ସଂଘର୍ଷପୂର୍ଣ୍ଣ ହେବ ବୋଲି ପୂର୍ବାରୁମାନ କରାଯାଇଥିଲା । ନୂଆ ବଲ୍ରେ ଇଂଲଣ୍ଡ ବୋଲର କମାଲ କରିଥିଲେ । ୧୧.୨ ଓଭରରେ ଭାରତର ଦଳୀୟ ସ୍କୋର ୩୧ ରନ୍ ବେଳେ ପ୍ରମୁଖ ୪ ଜଣ ବ୍ୟାଟ୍ସମ୍ୟାନ୍ ପାଭିଲିୟନ୍ ଫେରିବାରୁ ସଙ୍କଟ ସୃଷ୍ଟି ହୋଇଥିଲା । ଅଧିନାୟକ ରୋହିତ ଶର୍ମା ଓ ରିଷଭ ପନ୍ତ ଖାତା ଖୋଲିପାରିନଥିବା ବେଳେ ଶିଖର ଧାୱନ ୯ ରନ୍ ଓ ବିରାଟ କୋହଲି ୧୬ ରନ୍ କରି ପାଭିଲିୟନ ଫେରିଥିଲେ । ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ ଇଣ୍ଡିଆର ବ୍ୟାଟିଂ ମଙ୍ଗ ଧରିଥିଲେ । ଇଂଲଣ୍ଡର ରେସି ଟପଲେ ଦୁଇଟି ଏବଂ ଡେଭିଡ ୱିଲି ଓ ବ୍ରେଡନ୍ କାର୍ସେ ଗୋଟିଏ କରି ୱିକେଟ୍ ସଫଳତା ପାଇଥିଲେ ।




