ୱେଷ୍ଟଇଣ୍ଡିଜ୍ ପରେ ଆୟର୍ଲାଣ୍ଡରେ ୩ ଟ୍ବେଣ୍ଟି-୨୦ ଖେଳିବ ଭାରତ
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ଆୟର୍ଲାଣ୍ଡ ଗସ୍ତ କରିବ। ଏହି ଗସ୍ତରେ ଭାରତ ଘରୋଇ ଦଳ ବପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ। ଶୃଙ୍ଖଳାର ସମସ୍ତ ମ୍ୟାଚ୍ ଡବଲିନ୍ରେ ଅଗଷ୍ଟ ୧୮ରୁ ୨୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଅଗଷ୍ଟ ୧୮ରେ ପ୍ରଥମ, ୨୦ରେ ଦ୍ବିତୀୟ ଏବଂ ୨୩ରେ ତୃତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳି ଭାରତ ଏହି ଗସ୍ତ ଶେଷ କରିବ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଜୁଲାଇରୁ ଅଗଷ୍ଟ ମଧ୍ୟରେ ସମସ୍ତ ଫର୍ମାଟ୍ […]
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ଆୟର୍ଲାଣ୍ଡ ଗସ୍ତ କରିବ। ଏହି ଗସ୍ତରେ ଭାରତ ଘରୋଇ ଦଳ ବପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ। ଶୃଙ୍ଖଳାର ସମସ୍ତ ମ୍ୟାଚ୍ ଡବଲିନ୍ରେ ଅଗଷ୍ଟ ୧୮ରୁ ୨୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଅଗଷ୍ଟ ୧୮ରେ ପ୍ରଥମ, ୨୦ରେ ଦ୍ବିତୀୟ ଏବଂ ୨୩ରେ ତୃତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳି ଭାରତ ଏହି ଗସ୍ତ ଶେଷ କରିବ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଜୁଲାଇରୁ ଅଗଷ୍ଟ ମଧ୍ୟରେ ସମସ୍ତ ଫର୍ମାଟ୍ ମ୍ୟାଚ୍ ଖେଳିବା ପରେ ଭାରତ ଏହି ଗସ୍ତ କରିବ। ଦେଢ଼ ବର୍ଷ ମଧ୍ୟରେ ଭାରତର ଏହା ଦ୍ବିତୀୟ ଆୟର୍ଲାଣ୍ଡ ଗସ୍ତ । ଏହା ପୂର୍ବରୁ ଭାରତ ୨୦୨୨ରେ ଆୟର୍ଲାଣ୍ଡ ଗସ୍ତ କରି ଦୁଇଟି ମ୍ୟାଚ୍ ଖେଳିଥିଲା ଓ ଉଭୟ ମ୍ୟାଚ୍ ଜିତିଥିଲା।




