ୱେଷ୍ଟଇଣ୍ଡିଜ୍କୁ ହରାଇ ଶୃଙ୍ଖଳା ବରାବର କଲା ଇଂଲଣ୍ଡ

ଇଂଲଣ୍ଡ: ନର୍ଥ ସାଉଣ୍ଡରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଇଂଲଣ୍ଡ ବିଜୟୀ ହୋଇଛି। ଏହାଫଳରେ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ୧-୧ ବରାବର ସ୍ଥିତିରେ ପହଞ୍ଚିଛି। ଦ୍ବିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରିଥିଲା ବେଳେ ୨୦୨ ରନ୍ରେ ଅଲଆଉଟ୍ ହୋଇଥିଲା। ସାଇ ହୋପ୍ ୬୮ ଓ ସେରଫାନ୍ ରଦରଫୋର୍ଡ ୬୩ ରନ୍ର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସାମ୍ କରନ୍, ଲିଆମ୍ ଲିଭିଂଷ୍ଟୋନ୍ ୩ ଲେଖାଏଁ ୱିକେଟ୍ ନେଇଥିଲା ବେଳେ ଗସ୍ ଅଟକିନସନ୍ ଓ ରେହାନ […]

Samaya Live Picture
Published On

ଇଂଲଣ୍ଡ: ନର୍ଥ ସାଉଣ୍ଡରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଇଂଲଣ୍ଡ ବିଜୟୀ ହୋଇଛି। ଏହାଫଳରେ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ୧-୧ ବରାବର ସ୍ଥିତିରେ ପହଞ୍ଚିଛି। ଦ୍ବିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରିଥିଲା ବେଳେ ୨୦୨ ରନ୍ରେ ଅଲଆଉଟ୍ ହୋଇଥିଲା। ସାଇ ହୋପ୍ ୬୮ ଓ ସେରଫାନ୍ ରଦରଫୋର୍ଡ ୬୩ ରନ୍ର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସାମ୍ କରନ୍, ଲିଆମ୍ ଲିଭିଂଷ୍ଟୋନ୍ ୩ ଲେଖାଏଁ ୱିକେଟ୍ ନେଇଥିଲା ବେଳେ ଗସ୍ ଅଟକିନସନ୍ ଓ ରେହାନ ଅହମଦ ୨ୱିକେଟ୍ ଲେଖାଏଁ ଅକ୍ତିଆର କରିଥିଲେ। ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ ୪ ୱିକେଟ୍ ବିନିମୟରେ ୩୨.୫ ଓଭରରେ ହାସଲ କରିଥିଲା। ୱିଲ ଜାକ୍ସ ୭୩, ଜୋସ ବଟଲର ୫୮* ଓ ହାରି ବ୍ରୁକ୍ ୪୩* ରନ୍ କରି ଶୃଙ୍ଖଳାକୁ ବରାବର କରିଥିଲେ। ନିର୍ଣ୍ଣାୟକ ଦିନିକିଆ ଶନିବାର ଖେଳାଯିବ।

Tags: