ୱେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର୍ ମାର୍ଲନ ସାମୁଏଲ୍ସ ୬ ବର୍ଷ ବାସନ୍ଦ
ନୂଆଦିଲ୍ଲୀ: ପୂର୍ବତନ ୱେଷ୍ଟଇଣ୍ଡିଜ୍ କ୍ରିକେଟର୍ ମାର୍ଲନ ସାମୁଏଲ୍ସଙ୍କୁ ସମସ୍ତ ପ୍ରକାରର କ୍ରିକେଟ୍ରୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ୬ ବର୍ଷ ବାସନ୍ଦ କରିଛି। ୟୁଏଇ ଟି୧୦ ଲିଗ୍ରେ ଭାଗ ନେଲାବେଳେ ସେ ଏମିରେଟ୍ସ କ୍ରିକେଟ୍ ବୋର୍ଡର ଦୁର୍ନୀତି ନିବାରଣ ନିୟମ ଉଲ୍ଲଂଘନ କରି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୪୨ ବର୍ଷୀୟ ଏହି କ୍ରିକେଟର୍ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇସାରିଛନ୍ତି। ୱେଷ୍ଟଇଣ୍ଡିଜ୍ର ପୂର୍ବତନ ଶୀର୍ଷକ୍ରମ ବ୍ୟାଟର୍ ସାମୁଏଲ୍ ୨୦୧୨ ଓ ୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଦଳକୁ ବିଜେତା […]
ନୂଆଦିଲ୍ଲୀ: ପୂର୍ବତନ ୱେଷ୍ଟଇଣ୍ଡିଜ୍ କ୍ରିକେଟର୍ ମାର୍ଲନ ସାମୁଏଲ୍ସଙ୍କୁ ସମସ୍ତ ପ୍ରକାରର କ୍ରିକେଟ୍ରୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ୬ ବର୍ଷ ବାସନ୍ଦ କରିଛି। ୟୁଏଇ ଟି୧୦ ଲିଗ୍ରେ ଭାଗ ନେଲାବେଳେ ସେ ଏମିରେଟ୍ସ କ୍ରିକେଟ୍ ବୋର୍ଡର ଦୁର୍ନୀତି ନିବାରଣ ନିୟମ ଉଲ୍ଲଂଘନ କରି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୪୨ ବର୍ଷୀୟ ଏହି କ୍ରିକେଟର୍ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇସାରିଛନ୍ତି। ୱେଷ୍ଟଇଣ୍ଡିଜ୍ର ପୂର୍ବତନ ଶୀର୍ଷକ୍ରମ ବ୍ୟାଟର୍ ସାମୁଏଲ୍ ୨୦୧୨ ଓ ୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଦଳକୁ ବିଜେତା କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ସେ ଇଣ୍ଡିଜ୍ ପାଇଁ ୨୦୦୦ରୁ ୨୦୧୮ ମଧ୍ୟରେ ୭୧ ଟେଷ୍ଟ, ୨୦୭ ଦିନିକିଆ ଓ ୬୭ ଟ୍ବେଣ୍ଟି-୨୦ ଖେଳିଛନ୍ତି।




