ୱେଷ୍ଟଇଣ୍ଡିଜକୁ ୨୦୦ ରନ୍ରେ ହରାଇ ଦିନିକିଆ ଶୃଙ୍ଖଳା ଜିତିଲା ଭାରତ

ତରୌବା: ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ଭାରତୀୟ ଦଳ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍କୁ ୨୦୦ ରନ୍ରେ ପରାସ୍ତ କରି ଶୃଙ୍ଖଳା ବିଜୟୀ ହୋଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଶୁବମନ ଗିଲ୍ ଓ ଈଶାନ କିଶନ ଶତକ ଭାଗୀଦାରି କରିଥିଲେ। ଭାରତ ୩୫୧ ରନ୍ର ଲଢ଼ୁଆ ସ୍କୋର୍ ଛିଡ଼ା କରିନେଇଥିଲା। ଗିଲ୍-ଈଶାନ ୧୪୩ ରନ୍ର ଭାଗୀଦାରି କରିଥିଲେ। କିଶନଙ୍କ ପାଳିରେ ୮ ଚୌକା, ୩ ଛକା ସାମିଲ ଥିଲା। ଋତୁରାଜ ଗାଏକ୍ବାଡ ନିରାଶ କରିଥିଲେ […]

Samaya Live Picture
Published On

ତରୌବା: ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ଭାରତୀୟ ଦଳ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍କୁ ୨୦୦ ରନ୍ରେ ପରାସ୍ତ କରି ଶୃଙ୍ଖଳା ବିଜୟୀ ହୋଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଶୁବମନ ଗିଲ୍ ଓ ଈଶାନ କିଶନ ଶତକ ଭାଗୀଦାରି କରିଥିଲେ। ଭାରତ ୩୫୧ ରନ୍ର ଲଢ଼ୁଆ ସ୍କୋର୍ ଛିଡ଼ା କରିନେଇଥିଲା। ଗିଲ୍-ଈଶାନ ୧୪୩ ରନ୍ର ଭାଗୀଦାରି କରିଥିଲେ। କିଶନଙ୍କ ପାଳିରେ ୮ ଚୌକା, ୩ ଛକା ସାମିଲ ଥିଲା। ଋତୁରାଜ ଗାଏକ୍ବାଡ ନିରାଶ କରିଥିଲେ ମଧ୍ୟ ସଂଜୁ ସାମସନ୍ କିନ୍ତୁ ୫୧ ରନ୍ କରି ଆଉଟ୍ ହୋଇ ଆଗକୁ ଭଲ ପ୍ରଦର୍ଶନ ଦେଇଥିଲେ। ଶେଷକୁ ଅଧିନାୟକ ପାଣ୍ଡ୍ୟା (୭୦*) ଏବଂ ସୂର୍ଯ୍ୟକୁମାର ଯାଦବ (୩୫) ଭଲ ବ୍ୟାଟିଂ କରି ଦଳକୁ ୩୫୦ ରନ୍ ପାର କରାଇଥିଲେ। ଏଥି ସହିତ ୱେଷ୍ଟଇଣ୍ଡିଜ୍ରେ ମଧ୍ୟ ଭାରତ ସର୍ବୋଚ୍ଚ ଦଳଗତ ସ୍କୋର୍ କରିଥିଲା।
ଜବାବରେ ୱେଷ୍ଟଇଣ୍ଡିଜ୍କୁ ଭାରତୀୟ ଦ୍ରୁତ ବୋଲର ପ୍ରଥମରୁ ଚାପରେ ପକାଇଥିଲେ। ମୁକେଶ କୁମାର ପ୍ରଥମ ୩ ୱିକେଟ୍ ଦଖଲ କରିବା ପରେ ଶାର୍ଦୁଳ ଠାକୁର-ଜୟଦେବ ଉନାଦକଟ୍ ମିଳିତ ଭାବେ ୩ ୱିକେଟ୍ ଦଖଲ କରିଥିଲେ। କୁଲଦୀପ ଯାଦବ ଦୁଇଟି ଗୁରୁତ୍ବପୂର୍ଣ୍ଣ ୱିକେଟ୍ ଅକ୍ତିଆର କରି ବିଜୟରେ ନିଜ ଅବଦାନ ରଖିଥିଲେ। ୫୦ ରନ୍ରେ ୬ ୱିକେଟ୍ ହରାଇ ଘରୋଇ ଦଳ ବଡ଼ ପରାଜୟ ଆଡ଼କୁ ଗତି କରିଥିଲା। ୟାନିକ କାରିଆ, ଅଲଜାରି ଯୋସେଫ, ଗୁଡକେଶ ମୋତି ନିମ୍ନକ୍ରମରେ କିଛି ଆକର୍ଷଣୀୟ ସଟ୍ ଖେଳି ଘରୋଇ ଦଳର ପରାଜୟକୁ କେବଳ ବିଳମ୍ବିତ କରିଥିଲେ। ମୋତି-ଯୋସେଫଙ୍କ ମଧ୍ୟରେ ହୋଇଥିବା ୫୫ ରନ୍ ଭାଗୀଦାରିକୁ ଶାର୍ଦୁଳଙ୍କ ତୃତୀୟ ୱିକେଟ୍ ଭାଙ୍ଗିଥିଲା। ବ୍ୟକ୍ତିଗତ ଚତୁର୍ଥ ୱିକେଟ୍ ସହ ଶାର୍ଦୁଳ ମଧ୍ୟ ବିଜୟ ମୁଣ୍ଡି ମାରିଥିଲେ।

Tags: