ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାରେ ଜୋକୋଭିକ୍-ଆଲ୍କାରାଜ ଫାଇନାଲ୍

ଲଣ୍ଡନ: ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ସର୍ବିଆ ତାରକା ତଥା ଦ୍ବିତୀୟ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକ୍ଙ୍କ ସହ ୧ ନମ୍ବର ମାନ୍ୟତାପ୍ରାପ୍ତ ସ୍ପେନ୍ର କାର୍ଲୋସ ଆଲ୍କାରାଜଙ୍କ ମୁକାବିଲା ହେବ। ଶୁକ୍ରବାର ସେମିଫାଇନାଲ୍ରେ ଜୋକୋଭିକ୍ ୮ ନମ୍ବର ମାନ୍ୟତାପ୍ରାପ୍ତ ଇଟାଲିର ଜାନିକ୍ ସିନରଙ୍କୁ ୬-୩, ୬-୪, ୭-୬ ରେ ପରାସ୍ତ କରିଛନ୍ତି। ଫଳରେ ପ୍ରଥମ ଖେଳାଳି ଭାବେ ଗ୍ରାଣ୍ଡ ସ୍ଲାମ୍ ପୁରୁଷ ଏକକରେ ସର୍ବାଧିକ ୩୫ ଥର ଫାଇନାଲ୍ରେ ପ୍ରବେଶ କରି ନୂଆ କୀର୍ତ୍ତିମାନ ସ୍ଥାପନ […]

Samaya Live Picture
Published On

ଲଣ୍ଡନ: ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ସର୍ବିଆ ତାରକା ତଥା ଦ୍ବିତୀୟ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକ୍ଙ୍କ ସହ ୧ ନମ୍ବର ମାନ୍ୟତାପ୍ରାପ୍ତ ସ୍ପେନ୍ର କାର୍ଲୋସ ଆଲ୍କାରାଜଙ୍କ ମୁକାବିଲା ହେବ। ଶୁକ୍ରବାର ସେମିଫାଇନାଲ୍ରେ ଜୋକୋଭିକ୍ ୮ ନମ୍ବର ମାନ୍ୟତାପ୍ରାପ୍ତ ଇଟାଲିର ଜାନିକ୍ ସିନରଙ୍କୁ ୬-୩, ୬-୪, ୭-୬ ରେ ପରାସ୍ତ କରିଛନ୍ତି। ଫଳରେ ପ୍ରଥମ ଖେଳାଳି ଭାବେ ଗ୍ରାଣ୍ଡ ସ୍ଲାମ୍ ପୁରୁଷ ଏକକରେ ସର୍ବାଧିକ ୩୫ ଥର ଫାଇନାଲ୍ରେ ପ୍ରବେଶ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏଥିସହ ୨୪ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ଠୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ପହଞ୍ଚିଛନ୍ତି। ରାତିରେ ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲ୍ରେ ଆଲକାରାଜ ୬-୩, ୬-୩, ୬-୩ ରେ ମେଡଭେଡେଭଙ୍କୁ ହରାଇଥିଲେ। ଅପରପକ୍ଷେ କ୍ରୋଏସିଆର ମାତେ ପାଭିକ୍ ଓ ୟୁକ୍ରେନ୍ର ଲ୍ୟୁଦ୍ମିଲା କିଚେନକ୍ଙ୍କ ଯୋଡ଼ି ମିକ୍ସଡ ଡବଲ୍ସ ବିଜେତା ହୋଇଛନ୍ତି। ଫାଇନାଲ୍ରେ ଏହି ସପ୍ତମ୍ ସିଡ୍ ଯୋଡ଼ି ବେଲ୍ଜିୟମ୍ର ଜୋରାନ୍ ଭ୍ଲିଗେନ୍ ଓ ଚୀନ୍ର ଜୁ ୟିଫାନ୍ଙ୍କୁ ୬-୪, ୬-୭, ୬-୩ ରେ ହରାଇଥିଲେ।

Tags: