ୱିମ୍ବଲଡନ୍ ଟେନିସ୍ରୁ ରିବାକିନାଙ୍କୁ ବିଦା କଲେ ଜାବିଉର
ଲଣ୍ଡନ: ୱିମ୍ବଲଡନ୍ ଗ୍ରାଣ୍ଡ ସ୍ଲାମ୍ ପ୍ରତିଯୋଗିତାରେ ଟ୍ୟୁନିସିଆ ଟେନିସ ଖେଳାଳି ଓନ୍ସ ଜାବିଉର ଗତ ବର୍ଷର ବିଜୟିନୀ ଏଲିନା ରିବାକିନାଙ୍କୁ ବିଦାୟ ରାସ୍ତା ଦେଖାଇଛନ୍ତି। ମହିଳା ସିଙ୍ଗଲ୍ସ କ୍ବାର୍ଟର ଫାଇନାଲ୍ରେ ଜାବିଉର ୬-୭, ୬-୪, ୬-୧ ସେଟ୍ରେ ରିବାକିନାଙ୍କୁ ପରାସ୍ତ କରିଥିଲେ। ପ୍ରଥମ ସେଟ୍ ହାରିବା ପରେ ଜାବିଉର ସଫଳ ପ୍ରତ୍ୟାବର୍ତ୍ତନ କରି ସେମିଫାଇନାଲ୍ ସ୍ଥାନ ନିଶ୍ଚିତ କରିବା ସହ ଗତ ବର୍ଷ ଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇଥିଲେ। ସେମିଫାଇନାଲ୍ରେ ଜାବିଉର ଦ୍ବିତୀୟ ମାନ୍ୟତାପ୍ରାପ୍ତ ଆରିନା […]
ଲଣ୍ଡନ: ୱିମ୍ବଲଡନ୍ ଗ୍ରାଣ୍ଡ ସ୍ଲାମ୍ ପ୍ରତିଯୋଗିତାରେ ଟ୍ୟୁନିସିଆ ଟେନିସ ଖେଳାଳି ଓନ୍ସ ଜାବିଉର ଗତ ବର୍ଷର ବିଜୟିନୀ ଏଲିନା ରିବାକିନାଙ୍କୁ ବିଦାୟ ରାସ୍ତା ଦେଖାଇଛନ୍ତି। ମହିଳା ସିଙ୍ଗଲ୍ସ କ୍ବାର୍ଟର ଫାଇନାଲ୍ରେ ଜାବିଉର ୬-୭, ୬-୪, ୬-୧ ସେଟ୍ରେ ରିବାକିନାଙ୍କୁ ପରାସ୍ତ କରିଥିଲେ। ପ୍ରଥମ ସେଟ୍ ହାରିବା ପରେ ଜାବିଉର ସଫଳ ପ୍ରତ୍ୟାବର୍ତ୍ତନ କରି ସେମିଫାଇନାଲ୍ ସ୍ଥାନ ନିଶ୍ଚିତ କରିବା ସହ ଗତ ବର୍ଷ ଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇଥିଲେ। ସେମିଫାଇନାଲ୍ରେ ଜାବିଉର ଦ୍ବିତୀୟ ମାନ୍ୟତାପ୍ରାପ୍ତ ଆରିନା ସାବାଲେଙ୍କାଙ୍କୁ ଭେଟିବେ। ଅନ୍ୟଏକ କ୍ବାର୍ଟର ଫାଇନାଲ୍ରେ ବେଲାରୁଷର ୨୫ ବର୍ଷୀୟା ସାବାଲେଙ୍କା ୬-୨, ୬-୪ ସିଧାସଳଖ ସେଟ୍ରେ ଆମେରିକାର ମାଡିସନ୍ କିଜ୍ଙ୍କୁ ହରାଇଥିଲେ।




