ୱିମ୍ବଲଡନ୍ରୁ ସ୍ବିତେକ, ପେଗୁଲା ବିଦା: ଜୋକୋଭିକ୍, ସିନର୍ ସେମିରେ
ଲଣ୍ଡନ: ଈଗା ସ୍ବିତେକ ଓ ଜେସିକା ପେଗୁଲା ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ମହିଳା ସିଙ୍ଗଲ୍ସ କ୍ବାର୍ଟରଫାଇନାଲ୍ରେ ଫ୍ରେଞ୍ଚ ଓପନ୍ ଚାମ୍ପିଅନ୍ ସ୍ବିତେକ ୫-୭, ୭-୬, ୨-୬ ରେ ଏଲିନା ସ୍ବିତୋଲିନାଙ୍କଠୁ ପରାସ୍ତ ହୋଇଛନ୍ତି। ସେହିପରି ଅନ୍ୟ ଏକ କ୍ବାର୍ଟରଫାଇନାଲ୍ରେ ପେଗୁଲା ୪-୬, ୬-୨, ୪-୬ ରେ ଚେକ୍ ରିପବ୍ଲିକ୍ର ମାର୍କେଟା ଭନ୍ଦୌସୋଭାଙ୍କଠୁ ପରାଜିତ ହୋଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଖେଳାଳି ରୋହନ ବୋପାନ୍ନା ପୁରୁଷ ଡବଲ୍ସ କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ବୋପାନ୍ନା ଓ ତାଙ୍କ ଅଷ୍ଟ୍ରେଲୀୟ […]
ଲଣ୍ଡନ: ଈଗା ସ୍ବିତେକ ଓ ଜେସିକା ପେଗୁଲା ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ମହିଳା ସିଙ୍ଗଲ୍ସ କ୍ବାର୍ଟରଫାଇନାଲ୍ରେ ଫ୍ରେଞ୍ଚ ଓପନ୍ ଚାମ୍ପିଅନ୍ ସ୍ବିତେକ ୫-୭, ୭-୬, ୨-୬ ରେ ଏଲିନା ସ୍ବିତୋଲିନାଙ୍କଠୁ ପରାସ୍ତ ହୋଇଛନ୍ତି। ସେହିପରି ଅନ୍ୟ ଏକ କ୍ବାର୍ଟରଫାଇନାଲ୍ରେ ପେଗୁଲା ୪-୬, ୬-୨, ୪-୬ ରେ ଚେକ୍ ରିପବ୍ଲିକ୍ର ମାର୍କେଟା ଭନ୍ଦୌସୋଭାଙ୍କଠୁ ପରାଜିତ ହୋଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଖେଳାଳି ରୋହନ ବୋପାନ୍ନା ପୁରୁଷ ଡବଲ୍ସ କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ବୋପାନ୍ନା ଓ ତାଙ୍କ ଅଷ୍ଟ୍ରେଲୀୟ ସାଥି ମାଥ୍ୟୁ ଏବଦେନ୍ ପ୍ରିକ୍ବାର୍ଟର ଫାଇନାଲ୍ରେ ଡେଭିଡ୍ ପେଲ୍ ଓ ରିସି ଷ୍ଟଲଡରଙ୍କ ଯୋଡ଼ିକୁ ୭-୫, ୪-୬, ୭-୬ ରେ ପରାସ୍ତ କରିଥିଲେ। ବୋପାନ୍ନା-ଏବଦେନ୍ ଯୋଡ଼ି ଆମେରିକା-ଡଚ୍ ଯୋଡ଼ିଙ୍କୁ ହରାଇବାକୁ ୨ ଘଣ୍ଟା ୧୯ ମିନିଟ୍ ସମୟ ନେଇଥିଲେ। ସେହିପରି ପୁରୁଷ ବର୍ଗର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି ଦ୍ବିତୀୟ ମାନ୍ୟତାପ୍ରାପ୍ତ ସର୍ବିୟା ତାରକା ନୋଭାକ କୋକୋଭିକ୍ ଏବଂ ଇଟାଲୀୟ ତାରକା ଜାନିକ ସିନର୍। କ୍ବାର୍ଟରଫାଇନାଲ୍ରେ ଜୋକୋଭିକ୍ ୪-୬, ୬-୧, ୬-୪, ୬-୩ରେ ସପ୍ତମ ମାନ୍ୟତାପ୍ରାପ୍ତ ଏ ରୁବଲେଭଙ୍କୁ ପରାସ୍ତ କରିଛନ୍ତି। ସେହିଭଳି ସିନର୍ ଅଣମାନ୍ୟତାପ୍ରାପ୍ତ ଆର୍ ସଫିଉଲିନ୍ଙ୍କୁ ୬-୪, ୩-୬, ୬-୨, ୬-୨ରେ ହରାଇଛନ୍ତି।




