ୱିମ୍ବଲଡନ୍ରୁ ସାକାରି ବିଦା; ତୃତୀୟ ରାଉଣ୍ଡରେ ସ୍ବିତେକ

ଲଣ୍ଡନ: ଚଳିତ ୱିମ୍ବଲଡନ୍ ଟେନିସ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡର ଅଷ୍ଟମ ମାନ୍ୟତାପ୍ରାପ୍ତ ମାରିଆ ସାକାରି ବିଦାୟ ନେଇଛନ୍ତି। ବୁଧବାର ମହିଳା ସିଙ୍ଗଲ୍ସରେ ସାକାରି ୬-୦, ୫-୭, ୨-୬ ସେଟ୍ରେ ୟୁକ୍ରେନର ମାର୍ତା କୋସ୍ତ୍ୟୁଙ୍କଠୁ ହାରିଯାଇଥିଲେ। ତେବେ ବିଶ୍ବର ଏକ ନମ୍ବର ଈଗା ସ୍ବିତେକ ଓ ଏକାଦଶ ମାନ୍ୟତାପ୍ରାପ୍ତ ଦାରିଆ କାସାତକିନା ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଦ୍ବିତୀୟ ରାଉଣ୍ଡରେ ଫ୍ରେଞ୍ଚ ଓପନ୍ ବିଜୟିନୀ ପୋଲାଣ୍ଡର ସ୍ବିତେକ ୬-୨, ୬-୦ ସିଧାସଳଖ ସେଟରେ ସ୍ପେନ୍ର ସାରା ସୋରିବେସ ଟୋର୍ମୋଙ୍କୁ […]

Samaya Live Picture
Published On

ଲଣ୍ଡନ: ଚଳିତ ୱିମ୍ବଲଡନ୍ ଟେନିସ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡର ଅଷ୍ଟମ ମାନ୍ୟତାପ୍ରାପ୍ତ ମାରିଆ ସାକାରି ବିଦାୟ ନେଇଛନ୍ତି। ବୁଧବାର ମହିଳା ସିଙ୍ଗଲ୍ସରେ ସାକାରି ୬-୦, ୫-୭, ୨-୬ ସେଟ୍ରେ ୟୁକ୍ରେନର ମାର୍ତା କୋସ୍ତ୍ୟୁଙ୍କଠୁ ହାରିଯାଇଥିଲେ। ତେବେ ବିଶ୍ବର ଏକ ନମ୍ବର ଈଗା ସ୍ବିତେକ ଓ ଏକାଦଶ ମାନ୍ୟତାପ୍ରାପ୍ତ ଦାରିଆ କାସାତକିନା ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଦ୍ବିତୀୟ ରାଉଣ୍ଡରେ ଫ୍ରେଞ୍ଚ ଓପନ୍ ବିଜୟିନୀ ପୋଲାଣ୍ଡର ସ୍ବିତେକ ୬-୨, ୬-୦ ସିଧାସଳଖ ସେଟରେ ସ୍ପେନ୍ର ସାରା ସୋରିବେସ ଟୋର୍ମୋଙ୍କୁ ଏବଂ ଗତଥରର ସେମିଫାଇନାଲିଷ୍ଟ ରୁଷିଆର କାସାତକିନା ୬-୦, ୬-୨ ସିଧାସଳଖ ସେଟ୍ରେ ଇଂଲଣ୍ଡର ଜୋଡ଼ି ବୁରାଗଙ୍କୁ ହରାଇଥିଲେ। ଅନ୍ୟ ମହିଳା ତାରକା ଖେଳାଳିଙ୍କ ମଧ୍ୟରେ ସ୍ଲୋଆନେ ଷ୍ଟିଫେନ୍ସ, ଜେଲିନା ଓଷ୍ଟାପେଙ୍କୋ, ବିତ୍ରିଜ ହାଡାଡ ମିଆ ନିଜର ପ୍ରଥମ ରାଉଣ୍ଡ ମ୍ୟାଚ୍ ଜିତି ଆଗକୁ ବଢ଼ିଛନ୍ତି। ଆମେରିକାର ଷ୍ଟିଫେନ୍ସ ୬-୨, ୬-୩ ସେଟ୍ରେ ସ୍ବିଡେନ୍ର ରେବିକା ପିଟରସନ୍ଙ୍କୁ, ୨୦୧୭ ଫ୍ରେଞ୍ଚ ଓପନ୍ ବିଜୟିନୀ ଲାଟଭିଆର ଓଷ୍ଟାପେଙ୍କୋ ୬-୧, ୬-୨ ସେଟ୍ରେ ବେଲ୍ଜିୟମର ଗ୍ରୀଟ୍ ମିନେନଙ୍କୁ ଏବଂ ତ୍ରୟୋଦଶ ମାନ୍ୟତାପ୍ରାପ୍ତ ବ୍ରାଜିଲର ମିଆ ୩-୬, ୬-୦, ୬-୪ ସେଟ୍ରେ କାଜାଖସ୍ତାନର ୟୁଲିଆ ପୁତିନସେଭାଙ୍କୁ ପରାସ୍ତ କରିଥିଲେ। ପୁରୁଷ ସିଙ୍ଗଲ୍ସରେ ତୃତୀୟ ମାନ୍ୟତାପ୍ରାପ୍ତ ଡାନିଲ ମେଦଭେଦେଭ, ଦଶମ ମାନ୍ୟତାପ୍ରାପ୍ତ ଫ୍ରାନ୍ସିସ୍ ତିଆଫୋଏ ଓ ଗ୍ରିଗୋର ଦିମିତ୍ରୋଭ ଆଗକୁ ବଢ଼ିଛନ୍ତି। ପ୍ରଥମ ରାଉଣ୍ଡ ମୁକାବିଲାରେ ୩ ଗ୍ରାଣ୍ଡ ସ୍ଲାମ ବିଜେତା ମେଦଭେଦେଭ ୭-୫, ୬-୪, ୬-୩ ସେଟ୍ରେ ଇଂଲଣ୍ଡର ଆର୍ଥର ଫେରିଙ୍କୁ, ଆମେରିକାର ତିଆଫୋଏ ୭-୬, ୬-୩, ୬-୪ ସେଟ୍ରେ ଚୀନ୍ର ଉ ୟିବିଂଙ୍କୁ ଏବଂ ବୁଲଗେରିଆର ଦିମିତ୍ରୋଭ ୬-୧, ୬-୨, ୬-୧ ସେଟ୍ରେ ଜାପାନର ସୋ ସିମାବୁକୁରୋଙ୍କୁ ପରାସ୍ତ କରିଥିଲେ।

Tags: