ୱିମ୍ବଲଡନରେ ସ୍ବତନ୍ତ୍ର ଭାବେ ସମ୍ମାନିତ ହେବେ ରୋଜର ଫେଡେରର
ଲଣ୍ଡନ: ସ୍ବିଜରଲାଣ୍ଡର ମହାନ ଟେନିସ୍ ଖେଳାଳି ରୋଜର ଫେଡେରର୍ଙ୍କୁ ୱିମ୍ବଲଡନ୍ ଓପନ୍ର ଦ୍ବିତୀୟ ଦିନରେ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯିବ। ଏଥିପାଇଁ ଅଲ୍ ଇଂଲଣ୍ଡ କ୍ଲବ୍ ପକ୍ଷରୁ ସେଣ୍ଟର କୋର୍ଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଫେଡେରର ଗତବର୍ଷ ସେପ୍ଟେମ୍ବରରେ ଟେନିସ୍ରୁ ଅବସର ନେଇଥିଲେ। ଏହାପରଠୁ ପ୍ରଥମ ଥର ପାଇଁ ସେ ପୁଣି ଥରେ ଟେନିସ୍ କୋର୍ଟରେ ଦେଖାଯିବେ। ୱିମ୍ବଲଡନ୍ରେ ଏକାଧିକ ପୁରୁଷ ଏକକ ଟ୍ରଫି ଜିତିଥିବା ବେଳେ ଏହି ପ୍ରତିଯୋଗିତାକୁ ଫେଡେରର୍ଙ୍କ ଅନେକ ଅବଦାନ […]
ଲଣ୍ଡନ: ସ୍ବିଜରଲାଣ୍ଡର ମହାନ ଟେନିସ୍ ଖେଳାଳି ରୋଜର ଫେଡେରର୍ଙ୍କୁ ୱିମ୍ବଲଡନ୍ ଓପନ୍ର ଦ୍ବିତୀୟ ଦିନରେ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯିବ। ଏଥିପାଇଁ ଅଲ୍ ଇଂଲଣ୍ଡ କ୍ଲବ୍ ପକ୍ଷରୁ ସେଣ୍ଟର କୋର୍ଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଫେଡେରର ଗତବର୍ଷ ସେପ୍ଟେମ୍ବରରେ ଟେନିସ୍ରୁ ଅବସର ନେଇଥିଲେ। ଏହାପରଠୁ ପ୍ରଥମ ଥର ପାଇଁ ସେ ପୁଣି ଥରେ ଟେନିସ୍ କୋର୍ଟରେ ଦେଖାଯିବେ। ୱିମ୍ବଲଡନ୍ରେ ଏକାଧିକ ପୁରୁଷ ଏକକ ଟ୍ରଫି ଜିତିଥିବା ବେଳେ ଏହି ପ୍ରତିଯୋଗିତାକୁ ଫେଡେରର୍ଙ୍କ ଅନେକ ଅବଦାନ ରହିଛି। ତେଣୁ ତାଙ୍କ ସଫଳତାଗୁଡ଼ିକୁ ଏଠାରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଅଲ୍ ଇଂଲଣ୍ଡ କ୍ଲବ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ସାଲି ବୋଲ୍ଟନ ସୂଚନା ଦେଇଛନ୍ତି। ଫେଡେରର୍ଙ୍କ ସହିତ ଅନ୍ୟତମ ଟେନିସ୍ ମହାନ ସେରେନା ୱିଲିୟମ୍ସଙ୍କୁ ମଧ୍ୟ ଏହି ବିଶେଷ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ଗର୍ଭବତୀ ଥିବାରୁ ସେ ଇଂଲଣ୍ଡରେ ପହଞ୍ଚିପାରିନାହାନ୍ତି।




