ୱାହାବ ରିଆଜ ପାକିସ୍ତାନ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା; ତନଭୀରଙ୍କୁ କନିଷ୍ଠ ଦାୟିତ୍ବ
ଲାହୋର: ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ୱାହାବ ରିଆଜ ଜାତୀୟ ପୁରୁଷ କ୍ରିକେଟ୍ ଦଳ ଚୟନ ସମିତିର ମୁଖ୍ୟ ଭାବେ ନିଯୁକ୍ତ ହୋଇଛି। ୧୪ ଡିସେମ୍ବରରୁ ଜାନୁଆରି ୭ ପର୍ଯ୍ୟନ୍ତ ପାକିସ୍ତାନର ଅଷ୍ଟ୍ରେଲିଆ ଗସ୍ତ ଲାଗି ଦଳ ଚୟନ କରିବା ତାଙ୍କର ପ୍ରଥମ କାର୍ଯ୍ୟ ହେବ। ଏହି ଗସ୍ତରେ ପାକିସ୍ତାନ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବ। ଏହାପରେ ପାକିସ୍ତାନ ଜାନୁଆରି ୧୨ରୁ ୨୧ ତାରିଖ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଗସ୍ତ କରି ସେଠାରେ ୫ ମ୍ୟାଚ୍ […]
ଲାହୋର: ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ୱାହାବ ରିଆଜ ଜାତୀୟ ପୁରୁଷ କ୍ରିକେଟ୍ ଦଳ ଚୟନ ସମିତିର ମୁଖ୍ୟ ଭାବେ ନିଯୁକ୍ତ ହୋଇଛି। ୧୪ ଡିସେମ୍ବରରୁ ଜାନୁଆରି ୭ ପର୍ଯ୍ୟନ୍ତ ପାକିସ୍ତାନର ଅଷ୍ଟ୍ରେଲିଆ ଗସ୍ତ ଲାଗି ଦଳ ଚୟନ କରିବା ତାଙ୍କର ପ୍ରଥମ କାର୍ଯ୍ୟ ହେବ। ଏହି ଗସ୍ତରେ ପାକିସ୍ତାନ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବ। ଏହାପରେ ପାକିସ୍ତାନ ଜାନୁଆରି ୧୨ରୁ ୨୧ ତାରିଖ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଗସ୍ତ କରି ସେଠାରେ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ। ୱାହାବ ୨୦୦୮ରେ ଅନ୍ତର୍ଜାତୀୟ ପଦାର୍ପଣ କରି ୨୭ ଟେଷ୍ଟ୍, ୯୧ ଦିନିକିଆ ଓ ୩୬ ଟ୍ବେଣ୍ଟି-୨୦ ଖେଳିଛନ୍ତି। ଏହି ୩ ଫର୍ମାଟ୍ରେ ସେ ୨୩୭ ୱିକେଟ୍ ଏବଂ ୧୨୦୦ ରନ୍ କରିଛନ୍ତି। ବିଶ୍ବକପ୍ରେ ପାକିସ୍ତାନର ସେ ଦ୍ବିତୀୟ ସଫଳତମ ବୋଲର। ୩ ସଂସ୍କରଣ ଖେଳି ୩୫ ୱିକେଟ୍ ଅକ୍ତିଆର କରିଛନ୍ତି। ସେହିପରି ପୂର୍ବତନ ବାମହାତୀ ବୋଲର ସୋହେଲ ତନଭୀର କନିଷ୍ଠ ଚୟନ ସମିତିର ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ୟୁଏଇରେ ଆସନ୍ତା ଡିସେମ୍ବର ୮ରୁ ୧୭ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏସିଆ କପ୍ ପାଇଁ ୧୯ ବର୍ଷରୁ କମ୍ ଦଳ ଚୟନ କରିବା ତନଭୀରଙ୍କ ପ୍ରଥମ ଦାୟିତ୍ବ ହେବାକୁ ଯାଉଛି। ପରେ ଜାନୁଆରି ୧୩ରୁ ଫେବ୍ରୁଆରି ୧୪ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ୧୯ ବର୍ଷରୁ କମ୍ ବିଶ୍ବକପ୍ ପାଇଁ ଖେଳାଳି ବାଛିବେ ତନଭୀର ଓ ତାଙ୍କ ଟିମ୍। ୨୦୦୭ରେ ଆନ୍ତର୍ଜାତିକ ପଦାର୍ପଣ କରିଥିବା ତନଭୀର ୨ ଟେଷ୍ଟ, ୬୨ ଦିନିକିଆ, ୫୭ ଟ୍ବେଣ୍ଟି-୨୦ ଖେଳିଛନ୍ତି। ସମସ୍ତ ତିନି ଫର୍ମାଟ୍ରୁ ସେ ୧୩୦ ୱିକେଟ୍ ଓ ୬୧୨ ରନ୍ ସଂଗ୍ରହ କରିଛନ୍ତି।




