ୱାଙ୍ଖ୍‌ଡ଼େରେ ସଚିନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ମୁମ୍ବାଇ: ୱାଙ୍ଖଡ଼େ ଷ୍ଟାଡିୟମ୍ରେ ବୁଧବାର କିଂବଦନ୍ତି ଭାରତୀୟ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ମୁମ୍ବାଇ କ୍ରିକେଟ୍ ସଂଘ (ଏମ୍ସିଏ) ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ପ୍ରତିମୂର୍ତ୍ତିକୁ ପୂର୍ବରୁ ସଚିନଙ୍କ ୫୦ତମ ଜନ୍ମଦିନ (ଏପ୍ରିଲ)ରେ ଉନ୍ମୋଚନ ହେବାର ଥିଲା। ହେଲେ କାମ ସରି ନଥିବାରୁ ସ୍ଥଗିତ ରହିଥିଲା। କାମ ସଂମ୍ପୂର୍ଣ୍ଣ ହେବା ପରେ ବୁଧବାର ଉନ୍ମୋଚିତ ହୋଇଛି। ଏହି ଉନ୍ମୋଚନ ଉତ୍ସବରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ, ବିସିସିଆଇ ସମ୍ପାଦକ ଜୟ […]

Samaya Live Picture
Published On

ମୁମ୍ବାଇ: ୱାଙ୍ଖଡ଼େ ଷ୍ଟାଡିୟମ୍ରେ ବୁଧବାର କିଂବଦନ୍ତି ଭାରତୀୟ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ମୁମ୍ବାଇ କ୍ରିକେଟ୍ ସଂଘ (ଏମ୍ସିଏ) ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ପ୍ରତିମୂର୍ତ୍ତିକୁ ପୂର୍ବରୁ ସଚିନଙ୍କ ୫୦ତମ ଜନ୍ମଦିନ (ଏପ୍ରିଲ)ରେ ଉନ୍ମୋଚନ ହେବାର ଥିଲା। ହେଲେ କାମ ସରି ନଥିବାରୁ ସ୍ଥଗିତ ରହିଥିଲା। କାମ ସଂମ୍ପୂର୍ଣ୍ଣ ହେବା ପରେ ବୁଧବାର ଉନ୍ମୋଚିତ ହୋଇଛି। ଏହି ଉନ୍ମୋଚନ ଉତ୍ସବରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ, ବିସିସିଆଇ ସମ୍ପାଦକ ଜୟ ଶାହ, କୋଷାଧ୍ୟକ୍ଷ ଆଶିଷ ସେଲାରଙ୍କ ସହ ଏମସିଏର ସଭାପତି ଅମୋଲ କାଲେ, ସମ୍ପାଦକ ଆଜିଙ୍କ୍ୟ ନାଏକ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଉତ୍ସବରେ ସଚିନଙ୍କ ସହ ତାଙ୍କ ପତ୍ନୀ ଅଞ୍ଜଳି ଓ ଝିଅ ସାରା ମଧ୍ୟ ଉପସ୍ଥିତ ଥିଲେ। ପ୍ରମୋଦ କାମ୍ବଲେଙ୍କ ଦ୍ବାରା ନିର୍ମିତ ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୨୨ ଫୁଟ ରହିଛି। ଏଥିରେ ୱାଙ୍ଖଡେ ଷ୍ଟାଡିୟମରେ ସଚିନ ଅଷ୍ଟ୍ରେଲିଆ କିଂବଦନ୍ତି ସେନ୍ ୱର୍ଣ୍ଣଙ୍କ ବଲ୍କୁ ଲପ୍ଟେଟ୍ ଡ୍ରାଇଭ ମାରୁଥିବାର ଦୃଶ୍ୟ ସ୍ଥାନିତ ହୋଇଛି।

Tags: