ୱାଙ୍ଖଡେରେ ବିଶ୍ବକପ୍ ବିଜୟ ସ୍ମାରକୀକୁ ଉଦ୍ଘାଟନ କଲେ ଧୋନି
ମୁମ୍ବାଇ: ୱାଙ୍ଖଡେ ଷ୍ଟାଡିୟମ୍ରେ ୨୦୧୧ ଦିନିକିଆ ବିଶ୍ବକପ୍ ବିଜୟର ସ୍ମାରକୀକୁ ଉଦ୍ଘାଟନ କରାଯାଇଛି। ଏହି ଷ୍ଟାଡିୟମ୍ରେ ୨୦୧୧ ଏପ୍ରିଲ୍ ୨ ତାରିଖରେ ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍ରେ ତତ୍କାଳୀନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବିଜୟସୂଚକ ଛକା ମାରିଥିଲେ। ଉକ୍ତ ବଲ୍ଟି ଯେଉଁଠାରେ ପଡିଥିଲା, ଗ୍ୟାଲେରିର ସେହି ସ୍ଥାନକୁ ବିଶ୍ବକପ୍ ସ୍ମାରକୀ କରାଯାଇଛି। ଚଳିତ ଆଇପିଏଲ୍ରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ଖେଳିବାକୁ ଚେନ୍ନାଇ ସୁପରକିଙ୍ଗ୍ସ ଶୁକ୍ରବାର ୱାଙ୍ଖ୍ଡେରେ ପହଞ୍ଚିବା ପରେ ମୁମ୍ବାଇ କ୍ରିକେଟ୍ ସଂଘ କର୍ମକର୍ତ୍ତାଙ୍କ […]
ମୁମ୍ବାଇ: ୱାଙ୍ଖଡେ ଷ୍ଟାଡିୟମ୍ରେ ୨୦୧୧ ଦିନିକିଆ ବିଶ୍ବକପ୍ ବିଜୟର ସ୍ମାରକୀକୁ ଉଦ୍ଘାଟନ କରାଯାଇଛି। ଏହି ଷ୍ଟାଡିୟମ୍ରେ ୨୦୧୧ ଏପ୍ରିଲ୍ ୨ ତାରିଖରେ ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍ରେ ତତ୍କାଳୀନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବିଜୟସୂଚକ ଛକା ମାରିଥିଲେ। ଉକ୍ତ ବଲ୍ଟି ଯେଉଁଠାରେ ପଡିଥିଲା, ଗ୍ୟାଲେରିର ସେହି ସ୍ଥାନକୁ ବିଶ୍ବକପ୍ ସ୍ମାରକୀ କରାଯାଇଛି। ଚଳିତ ଆଇପିଏଲ୍ରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ଖେଳିବାକୁ ଚେନ୍ନାଇ ସୁପରକିଙ୍ଗ୍ସ ଶୁକ୍ରବାର ୱାଙ୍ଖ୍ଡେରେ ପହଞ୍ଚିବା ପରେ ମୁମ୍ବାଇ କ୍ରିକେଟ୍ ସଂଘ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଧୋନି ଉକ୍ତ ସ୍ମାରକୀକୁ ଉଦ୍ଘାଟନ କରିଥିଲେ। ପରେ ମୁମ୍ବାଇ ସଂଘର କର୍ମକର୍ତ୍ତାମାନେ ବିଜୟୀ ଛକାର ଫଟୋକୁ ମଧ୍ୟ ଉପହାର ସୂତ୍ରରେ ଧୋନିଙ୍କୁ ପ୍ରଦାନ କରିଥିଲେ।




