୫ ବର୍ଷ ପରେ ସାଫ୍ କପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ନୂଆଦିଲ୍ଲୀ: ଜୁନ୍ ୨୧ରୁ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ଆୟୋଜିତ ହେବାକୁ ଯାଉଥିବା ସାଫ୍ (ଦକ୍ଷିଣ ଏସୀୟ ଫୁଟ୍ବଲ ଫେଡେରେସନ୍) ଚାମ୍ପିଅନ୍ସିପ ପାଇଁ ବୁଧବାର ଡ୍ର’ ଉଠାଣ ହୋଇଥିଲା ବେଳେ ଚୂଡାନ୍ତ ସୂଚୀ ପ୍ରକାଶ ପାଇଛି। ଏହି ପ୍ରତିଯୋଗିତାକୁ ଭାରତ ଚତୁର୍ଥ ଥର ପାଇଁ ଆୟୋଜନ କରିବାକୁ ଯାଉଛି। ପାଖାପାଖି ୫ ବର୍ଷ ପରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଭେଟାଭେଟି ହେବାକୁ ଯାଉଛନ୍ତି। ୮ ଦଳୀୟ ପ୍ରତିଯୋଗିତାରେ ଉଭୟ ଭାରତ ଓ […]
ନୂଆଦିଲ୍ଲୀ: ଜୁନ୍ ୨୧ରୁ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ଆୟୋଜିତ ହେବାକୁ ଯାଉଥିବା ସାଫ୍ (ଦକ୍ଷିଣ ଏସୀୟ ଫୁଟ୍ବଲ ଫେଡେରେସନ୍) ଚାମ୍ପିଅନ୍ସିପ ପାଇଁ ବୁଧବାର ଡ୍ର’ ଉଠାଣ ହୋଇଥିଲା ବେଳେ ଚୂଡାନ୍ତ ସୂଚୀ ପ୍ରକାଶ ପାଇଛି। ଏହି ପ୍ରତିଯୋଗିତାକୁ ଭାରତ ଚତୁର୍ଥ ଥର ପାଇଁ ଆୟୋଜନ କରିବାକୁ ଯାଉଛି। ପାଖାପାଖି ୫ ବର୍ଷ ପରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଭେଟାଭେଟି ହେବାକୁ ଯାଉଛନ୍ତି। ୮ ଦଳୀୟ ପ୍ରତିଯୋଗିତାରେ ଉଭୟ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍ରେ ସାମିଲ ହୋଇଛନ୍ତି। ଗତ ୧୩ ସଂସ୍କରଣ ମଧ୍ୟରୁ ସର୍ବାଧିକ ୮ ଥର ବିଜେତା ଭାରତ ଓ ଆଦୌ ଟ୍ରଫି ଜିତିପାରିନଥିବା ପାକିସ୍ତାନ ସାଙ୍ଗକୁ କୁଏତ ଓ ନେପାଳ ଗ୍ରୁପ୍-ଏ’ରେ ସ୍ଥାନ ପାଇଥିଲା ବେଳେ ଗ୍ରୁପ୍-ବି’ରେ ରହିଛନ୍ତି ଲେବାନନ, ମାଳଦୀପ, ବାଂଲାଦେଶ ଓ ଭୂଟାନ। ଗ୍ରୁପ୍ ମ୍ୟାଚ୍ଗୁଡ଼ିକ ରାଉଣ୍ଡ ରବିନ ଲିଗ୍ ଫର୍ମାଟ୍ରେ ଖେଳାଯିବ। ପ୍ରତି ଗ୍ରୁପ୍ର ଶ୍ରେଷ୍ଠ ୨ ଦଳ ସେମିଫାଇନାଲ୍କୁ ଯୋଗ୍ୟତା ହାସଲ କରିବେ। ସମସ୍ତ ମ୍ୟାଚ୍ ବେଙ୍ଗାଲୁରୁର କାନ୍ତୀରଭା ଷ୍ଟାଡିୟମ୍ରେ ଖେଳାଯିବ।




