୪x୪୦୦ ରିଲେରେ ଭାରତ ପଞ୍ଚମ, ଷ୍ଟିପଲଚେସରେ ପାରୁଲଙ୍କ ନୂଆ ଜାତୀୟ କୀର୍ତ୍ତିମାନ

ବୁଡ଼ାପେଷ୍ଟ: ଏସୀୟ କୀର୍ତ୍ତିମାନ ଭାଙ୍ଗିବା ସହ ବିଶ୍ବ ଦୌଡ଼କୁଦ ଚାମ୍ପିଅନ୍ସିପ୍ର ଫାଇନାଲ୍ରେ ପହଞ୍ଚିଥିବା ଭାରତୀୟ ପୁରୁଷ ୪ ଗୁଣା ୪୦୦ ମିଟର ରିଲେ ଦଳ ପଦକ ଜିତିବାରେ ବିଫଳ ହୋଇଛି। ମହମ୍ମଦ ଆନର ୟାହିଆ, ଅମୋଜ ଜାକବ, ମହମ୍ମଦ ଅଜମଲ୍ ଓ ରାଜେଶ ରମେଶଙ୍କୁ ନେଇ ଗଠିତ ଭାରତୀୟ ଦଳ (୨:୫୯.୯୨) ପଞ୍ଚମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଆମେରିକା (୨:୫୭.୩୧ ମିନିଟ୍) ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ଜିତିଥିଲା ବେଳେ ଫ୍ରାନ୍ସ (୨:୫୮.୪୫ ମିନିଟ୍) ରୌପ୍ୟ […]

Samaya Live Picture
Published On

ବୁଡ଼ାପେଷ୍ଟ: ଏସୀୟ କୀର୍ତ୍ତିମାନ ଭାଙ୍ଗିବା ସହ ବିଶ୍ବ ଦୌଡ଼କୁଦ ଚାମ୍ପିଅନ୍ସିପ୍ର ଫାଇନାଲ୍ରେ ପହଞ୍ଚିଥିବା ଭାରତୀୟ ପୁରୁଷ ୪ ଗୁଣା ୪୦୦ ମିଟର ରିଲେ ଦଳ ପଦକ ଜିତିବାରେ ବିଫଳ ହୋଇଛି। ମହମ୍ମଦ ଆନର ୟାହିଆ, ଅମୋଜ ଜାକବ, ମହମ୍ମଦ ଅଜମଲ୍ ଓ ରାଜେଶ ରମେଶଙ୍କୁ ନେଇ ଗଠିତ ଭାରତୀୟ ଦଳ (୨:୫୯.୯୨) ପଞ୍ଚମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଆମେରିକା (୨:୫୭.୩୧ ମିନିଟ୍) ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ଜିତିଥିଲା ବେଳେ ଫ୍ରାନ୍ସ (୨:୫୮.୪୫ ମିନିଟ୍) ରୌପ୍ୟ ଏବଂ ଗ୍ରେଟ୍ ବ୍ରିଟେନ୍ (୨:୫୮.୭୧ ମିନିଟ୍) କାଂସ୍ୟ ପଦକ ପାଇଥିଲେ। ଅନ୍ୟପକ୍ଷରେ ୩୦୦୦ ମିଟର ଷ୍ଟିପଲଚେଜ୍ର ଫାଇନାଲ୍ରେ ପହଞ୍ଚିଥିବା ଭାରତୀୟ ଧାବିକା ପାରୁଲ ଚୌଧୁରୀ ନୂଆ ଜାତୀୟ କୀର୍ତ୍ତିମାନ ସହ ଏକାଦଶ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି। ୧୫ ଜଣିଆ ଏହି ଫାଇନାଲ୍ର ୨୭୦୦ ମିଟର ପର୍ଯ୍ୟନ୍ତ ଜାତୀୟ କୀର୍ତ୍ତିମାନଧାରୀ ପାରୁଲ ୧୪ତମ ସ୍ଥାନରେ ରହୁଥିଲେ। ଶେଷ ୩୦୦ ମିଟରରେ ନିଜ ଗତି ବଢ଼ାଇ ଏକାଦଶ ସ୍ଥାନରେ ରେସ୍ ଶେଷ କରିଥିଲେ। ସେ ୯:୧୫.୩୧ ସେକେଣ୍ଡରେ ରେସ୍ ଶେଷ କରି ନିଜ ନାମରେ ଥିବା ପୂର୍ବ କୀର୍ତ୍ତିମାନ ଭାଙ୍ଗିଥିଲେ। ବାହାରିନ୍ର ୱିନଫ୍ରେଡ ମୁତିଲେ ୟାଭି (୮୪:୫୪.୨୯) ସ୍ବର୍ଣ୍ଣ ଜିତିଥିଲା ବେଳେ କେନିଆର ବିଟ୍ରାଇସ୍ ଚେପକୋକ (୮:୫୮.୯୮) ଏବଂ ଫେଥ ଚେରୋଟିକ୍ (୯:୦୦.୬୯) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପାଇଥିଲେ।

Tags: