୪୧ ବର୍ଷ ପରେ ଅଶ୍ବଚାଳନାରୁ ଭାରତକୁ ଆସିଲା ସ୍ବର୍ଣ୍ଣ
ହାଙ୍ଗଝୌ: ଏସୀୟ କ୍ରୀଡ଼ାର ଅଶ୍ବଚାଳନାାରେ ଭାରତ ଇତିହାସ ରଚିଛି। ୪୧ ବର୍ଷ ପରେ ଏହି ଖେଳରେ ଭାରତକୁ ସ୍ବର୍ଣ୍ଣ ପଦକ ଆସିଛି। ଟିମ୍ ଡ୍ରେସେଜ୍ ଇଭେଣ୍ଟ୍ରେ ଅନୁଶ ଅଗ୍ରୱାଲା, ହୃଦୟ ଭିପୁଲ, ଦିବ୍ୟକ୍ରିତି ଓ ସୁଦୀପ୍ତି ହାଜେଲାଙ୍କୁ ନେଇ ଗଠିତ ଭାରତୀୟ ଦଳ ୨୦୯.୨୦୫ ପଏଣ୍ଟ ସହ ସ୍ବର୍ଣ୍ଣ ଜିତିଥିଲା। ଅନୁଶ ଓ ତାଙ୍କ ଘୋଡ଼ା ଏଟ୍ରୋ ସର୍ବୋଚ୍ଚ ସ୍କୋର୍ ୭୧.୦୮୮ କରିଥିଲେ। ହୃଦୟ-ଏମରାଲ୍ଡ ୬୯.୯୪୧, ଦିବ୍ୟକ୍ରିତି-ଆଦ୍ରେନାଲିନ ଫିର୍ଦୋଦ ୬୮.୧୭୬ ଏବଂ ସୁଦୀପ୍ତି-ଚିନ୍ସ୍କି ୬୬.୭୦୬ ସ୍କୋର୍ କରିଥିଲେ। […]
ହାଙ୍ଗଝୌ: ଏସୀୟ କ୍ରୀଡ଼ାର ଅଶ୍ବଚାଳନାାରେ ଭାରତ ଇତିହାସ ରଚିଛି। ୪୧ ବର୍ଷ ପରେ ଏହି ଖେଳରେ ଭାରତକୁ ସ୍ବର୍ଣ୍ଣ ପଦକ ଆସିଛି। ଟିମ୍ ଡ୍ରେସେଜ୍ ଇଭେଣ୍ଟ୍ରେ ଅନୁଶ ଅଗ୍ରୱାଲା, ହୃଦୟ ଭିପୁଲ, ଦିବ୍ୟକ୍ରିତି ଓ ସୁଦୀପ୍ତି ହାଜେଲାଙ୍କୁ ନେଇ ଗଠିତ ଭାରତୀୟ ଦଳ ୨୦୯.୨୦୫ ପଏଣ୍ଟ ସହ ସ୍ବର୍ଣ୍ଣ ଜିତିଥିଲା। ଅନୁଶ ଓ ତାଙ୍କ ଘୋଡ଼ା ଏଟ୍ରୋ ସର୍ବୋଚ୍ଚ ସ୍କୋର୍ ୭୧.୦୮୮ କରିଥିଲେ। ହୃଦୟ-ଏମରାଲ୍ଡ ୬୯.୯୪୧, ଦିବ୍ୟକ୍ରିତି-ଆଦ୍ରେନାଲିନ ଫିର୍ଦୋଦ ୬୮.୧୭୬ ଏବଂ ସୁଦୀପ୍ତି-ଚିନ୍ସ୍କି ୬୬.୭୦୬ ସ୍କୋର୍ କରିଥିଲେ। ଭାରତ ପଛକୁ ଚୀନ୍ (୨୦୪.୮୮୨) ଏବଂ ହଂକଂ (୨୦୪.୮୫୨) ରୌପ୍ୟ ଓ କାଂସ୍ୟ ଜିତିଥିଲେ। ଶେଷ ଥର ଲାଗି ଅଶ୍ବଚାଳନାରେ ଭାରତ ୧୯୮୬ରେ କାଂସ୍ୟ ପଦକ ଜିତିଥିଲା। ୧୯୮୨ ନୂଆଦିଲ୍ଲୀ ସଂସ୍କରଣରେ ଇଭେଣ୍ଟିଂ ଓ ପେଗିଂ ଇଭେଣ୍ଟ୍ରେ ୩ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲା। ରଘୁବୀର ସିଂହ ବ୍ୟକ୍ତିଗତ ଇଭେଣ୍ଟିଂରେ ସ୍ବର୍ଣ୍ଣ ଜିତିଥିଲେ। ଏଥିସହ ସେ ଘୁଲାମ ମହମ୍ମଦ ଖାନ, ବିଶାଳ ସିଂହ ଓ ମିଲ୍ଖା ସିଂହଙ୍କ ସହ ମିଶି ଦଳଗତ ଇଭେଣ୍ଟିଂରେ ମଧ୍ୟ ସ୍ବର୍ଣ୍ଣ ହାତେଇଥିଲେ। ବ୍ୟକ୍ତିଗତ ଟେଣ୍ଟ ପେଗିଂରେ ରୁପୀନ୍ଦର ସିଂହ ବ୍ରାର ମଧ୍ୟ ଭାରତକୁ ସ୍ବର୍ଣ୍ଣ ଭେଟି ଦେଇଥିଲେ। ମଙ୍ଗଳବାର ଅଶ୍ବଚାଳନା ସ୍ବର୍ଣ୍ଣ ସହ ଭାରତକୁ ୩ ପଦକ ମିଳିଥିଲା। ଅନ୍ୟ ଦୁଇ ପଦକ ସେଲିଂ (ରୌପ୍ୟ ଓ କାଂସ୍ୟ)ରୁ ଆସିଥିଲା।




