୨୦ ବର୍ଷ ପରେ ପୁଣି ଭାରତ-ଅଷ୍ଟ୍ରେଲିଆ ଫାଇନାଲ୍
କୋଲକାତା: ବିଶ୍ବକପ୍ ଟ୍ରଫି ପାଇଁ ରବିବାର ଶେଷ ମହାମୁକାବିଲାରେ ଭାରତ ସହିତ ଲଢେଇ କରିବ ୫ ଥର ବିଜେତା ଅଷ୍ଟ୍ରେଲିଆ। ୨୦ ବର୍ଷ ପରେ ଭାରତ ଓ ଅଷ୍ଟ୍ରେଲିଆ ବିଶ୍ବକପ୍ ଫାଇନାଲ୍ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ବୁଧବାର ନ୍ୟୁଜିଲାଣ୍ଡକୁ ୭୦ ରନ୍ରେ ପରାସ୍ତ କରି ଭାରତ ପ୍ରଥମ ଦଳ ଭାବେ ଫାଇନାଲ୍ରେ ପହଞ୍ଚିଥିଲା। ଗୁରୁବାର କୋଲକାତାର ଲୋ’ ସ୍କୋରିଂ ଦ୍ବିତୀୟ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆ ରୋମାଞ୍ଚକ ଭାବେ ୩ ୱିକେଟ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଅଷ୍ଟମ ଥର […]
କୋଲକାତା: ବିଶ୍ବକପ୍ ଟ୍ରଫି ପାଇଁ ରବିବାର ଶେଷ ମହାମୁକାବିଲାରେ ଭାରତ ସହିତ ଲଢେଇ କରିବ ୫ ଥର ବିଜେତା ଅଷ୍ଟ୍ରେଲିଆ। ୨୦ ବର୍ଷ ପରେ ଭାରତ ଓ ଅଷ୍ଟ୍ରେଲିଆ ବିଶ୍ବକପ୍ ଫାଇନାଲ୍ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ବୁଧବାର ନ୍ୟୁଜିଲାଣ୍ଡକୁ ୭୦ ରନ୍ରେ ପରାସ୍ତ କରି ଭାରତ ପ୍ରଥମ ଦଳ ଭାବେ ଫାଇନାଲ୍ରେ ପହଞ୍ଚିଥିଲା। ଗୁରୁବାର କୋଲକାତାର ଲୋ’ ସ୍କୋରିଂ ଦ୍ବିତୀୟ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆ ରୋମାଞ୍ଚକ ଭାବେ ୩ ୱିକେଟ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଅଷ୍ଟମ ଥର ପାଇଁ ଫାଇନାଲ୍ରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୧୨ ରନ୍ ସଂଗ୍ରହ କରିଥିଲା ବେଳେ ଅଷ୍ଟ୍ରେଲିଆ ୪୭.୨ ଓଭରରେ ବିଜୟୀ ହୋଇଥିଲା। ଫଳରେ ଦକ୍ଷିଣ ଆଫ୍ରିକାର ଫାଇନାଲ୍ ଖେଳିବା ଆଶା ପୁଣି ଥରେ ଆଶାରେ ରହିଯାଇଛି। ଏହି ଆଫ୍ରିକୀୟ ଦଳ ପଞ୍ଚମ ଥର ପାଇଁ ସେମିଫାଇନାଲ୍ରୁ ବିଦାୟ ନେଇଛି। ପୂର୍ବରୁ ୧୯୯୨, ୧୯୯୯, ୨୦୦୭ ଓ ୨୦୧୫ରେ ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍ରୁ ବିଦାୟ ନେଇଥିଲା।




